ଭୁବନେଶ୍ବର ୨୨।୧୦: ବଙ୍ଗୋପସାଗରରେ ଆସୁଛି ବାତ୍ୟା ! ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଓ ସଲଗ୍ନ ପୂର୍ବ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ। ଏମିତିକି କିଛି ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ଏହା ଅତି ଭୀଷଣ ବାତ୍ୟାର ଆକାର ନେଇପାରେ । ଅକ୍ଟୋବର ୨୫ ତାରିଖ ପରେ ଏହାର ଚିତ୍ର ସ୍ପଷ୍ଟ ହେବ । ଏହାର ପ୍ରଭାବରେ ରାଜ୍ୟରେ ୨୬ ତାରିଖ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଉଛି ।

ତେବେ ବାତ୍ୟା ନେଇ ଶୁକ୍ରବାର ସୁଦ୍ଧା ସ୍ପଷ୍ଟ ସୂଚନା ମିଳିଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ୟୁରୋପୀୟ ମଡେଲ ମାନଙ୍କୁ ଇଣ୍ଡିକେସନ ଭାବେ ନେଇ ଆମେ ପ୍ରସ୍ତୁତ ହେଉଛୁ । ଆଇଏମଡି ସହିତ ନିରନ୍ତର ଯୋଗାଯୋଗରେ ଅଛୁ । ଲଘୁଚାପ ହେବ ଏବଂ ପରେ ଅବପାତର ରୂପ ନେବ ଏବଂ ଆନ୍ଧ୍ର ପ୍ରଦେଶର ସମୁଦ୍ର ତଟ ଛୁଇଁବ କିନ୍ତୁ କେତେ କ୍ଷତିକର ହେବ ସେ ନେଇ ଆଇଏମ୍ଡି ପକ୍ଷରୁ ସଠିକ୍ ଆକଳନ ଏପର୍ଯ୍ୟନ୍ତ କରାଯାଇ ନାହିଁ । ତେବେ ଏନେଇ ଶୁକ୍ରବାର ସୁଦ୍ଧା ସ୍ପଷ୍ଟ ସୂଚନା ମିଳିଯିବ । ଓଡ଼ିଶାବାସୀ ବିଚଳିତ ହୁଅନ୍ତୁ ନାହୁଁ, ସରକାର ପ୍ରସ୍ତୁତ ଅଛନ୍ତି ବୋଲି ବିପର୍ଯ୍ୟୟ ପରିଟାଳନା ମନ୍ତ୍ରୀ କହିଛନ୍ତି ।

Also Read:- କେଉଁ ମାସରେ କେଉଁ ଉପକୂଳକୁ ମାଡ଼ ହୁଏ ବାତ୍ୟା ? ଜାଣନ୍ତୁ ପାଣିପାଗ ବିଜ୍ଞାନୀଙ୍କ ମତ

ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି । ୨୬ ତାରିଖ ଅପରାହ୍ନରୁ ୭୫ରୁ ୧୦୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି । ଗଞ୍ଜାମ, ପୁରୀ, ଗଜପତି, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କଟକ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପଡ଼ିପାରେ । ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢ଼ିବ ବର୍ଷାର ପରିମାଣ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବଲାଙ୍ଗିର, ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ।

Watch Video: