ଭୁବନେଶ୍ବର ୨୨।୧୦: ଗାଁରେ ବୋମା ମାଡ଼ । ବୋମା ଛାଡ଼ି ଦୌଡିଲେ ଦୁର୍ବୃତ୍ତ  ପୂର୍ବ ଶତ୍ରୁତାକୁ ନେଇ ହାଣିଥିଲେ । ଆଉ ଏବେ ବୋମା ପକାଇବାକୁ ଆସିଥିଲେ । ଭୁବନେଶ୍ୱର ଉପକଣ୍ଠ ବାରମାଣ ଗାଁରେ ଚାଞ୍ଚଲ୍ୟ । ଗାଁ ଲୋକ ଆତଙ୍କିତ ।

ଭୁବନେଶ୍ବର ଉପକଣ୍ଠ ପଥରଗାଡ଼ିଆ ବାରମାଣ ଗାଁରେ ବୋମା ଆତଙ୍କ । ୧୨ରୁ ଅଧିକ ବୋମା ଜବତ କରିଛନ୍ତି ଗ୍ରାମବାସୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ପାଇଁ ଆସିଥିଲେ ୧୫ରୁ ଅଧିକ ଦୁର୍ବୃତ୍ତ । କିନ୍ତୁ ଗାଁ ଲୋକେ ଏକାଠି ହୋଇ ଆକ୍ରମଣ କରିବାରୁ ବୋମା ଛାଡ଼ି ପଳାଇଥିଲେ ଦୁର୍ବୃତ୍ତ ।

Also Read:- ହଷ୍ଟେଲରେ ପୋକରା ଚାଉଳ ଅଭିଯୋଗରେ ଛାତ୍ରଛାତ୍ରୀ ଚାଲି ଚାଲି ଯିବା ଘଟଣା, ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ କମିଶନ

ଗାଁ ମୁଣ୍ଡରେ ଭଡ଼ାରେ ରହୁଥିବା ଭାଗିରଥୀ କାଣ୍ଡିଙ୍କର ଗାଁ ଲୋକଙ୍କ ସହ ପୂର୍ବରୁ ପାଟିତୁଣ୍ଡ ହୋଇଥିଲା । ପୂର୍ବରୁ ସେ ୩ ଜଣ ଗାଁ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ବୁଧବାର ରାତିରେ ବୋମାମାଡ଼ ପାଇଁ ଆସିଥିବା ବେଳେ ଗାଁ ଲୋକେ ଏହି ଯୋଜନାକୁ ପଣ୍ଡ କରିଛନ୍ତି । ତେବେ ଭାଗିରଥୀ ଭଡ଼ାରେ ରହୁଥିବା ଘରେ ଆହୁରି ବୋମା ଓ ମାରଣାସ୍ତ୍ର ଥିବା ସନ୍ଦେହ କରୁଛନ୍ତି ଲୋକେ ।

Watch Video: