ନୂଆଦିଲ୍ଲୀ: ଭାରତ ସରକାର ତାଙ୍କର ବିନିବେଶ କାର୍ଯ୍ୟକ୍ରମରେ ୪ ଅଗଷ୍ଟ ମଙ୍ଗଳବାର ନନ-ରିଟେଲ ନିବେଶକଙ୍କ ଲାଗି ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରେ ଅଫର ଫର ସେଲ (ଓଏଫଏସ୍) ଆରମ୍ଭ କରିବେ। ତେବେ ରିଟେଲ ଇନଭେଷ୍ଟର ବୁଧବାର ସେମାନଙ୍କ ବୋଲି ଲଗାଇ ପାରିବେ। ଏହି ଘୋଷଣା ନିବେଶ ଓ ସାର୍ବଜନିକ ସମ୍ପତ୍ତି ପ୍ରବନ୍ଧନ ବିଭାଗ (ଡିଆଇପିଏଏମ) ସଚିବ ଅଋଣେଶ ଚାୱଲା ଏକ ସୋସିଆଲ ମିଡିଆ ପୋଷ୍ଟରେ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଏଲଆଇସି ରେ ଅଫର ଫର ସେଲ ମଙ୍ଗଳବାର ନନ-ରିଟେଲ ନିବେଶକଙ୍କ ଲାଗି ଖୋଲିବ, ତେବେ ରିଟେଲ ଇନଭେଷ୍ଟର ବୁଧବାର ବୋଲି ଲଗାଇ ପାରିବେ।

ସରକାର ୨.୫% ଇକ୍ୱିଟିର ବିନିବେଶ କରିବେ, ଯେଉଁଥିରେ ଗ୍ରୀନ ସୁ ଅପସନରେ ଅତିରିକ୍ତ ୪% ସାମିଲ ରହିଛି। ଏଥି ପାଇଁ ପ୍ରତି ସେୟାର ଫ୍ଲୋର ପ୍ରାଇସ୍ ୩୮୨ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଣୁ ସମୟ ପୂର୍ବରୁ ଏମପିଏସ୍ ମାଇଲଷ୍ଟୋନ ହାସଲ କରିବାରେ ସହାୟତା ମିଳିବ। ଏହି ଅଫରରେ ସରକାର ଦେଶର ସର୍ବ ବୃହତ୍ତ ବୀମା କମ୍ପାନୀରେ ଥିବା ତାଙ୍କ ଇକ୍ୱିଟି ଅଂଶଧନର ୨.୫% ବିକ୍ରି କରିବେ। ଅଫର ଫର ସେଲ ଏକ ଏପରି ବ୍ୟବସ୍ଥା ଯେଉଁଥିରେ ଷ୍ଟକ୍ ଏକ୍ସଚେଞ୍ଜ ମାଧ୍ୟମରେ ନିଜ ସେୟାରଧାରତାର କିଛି ଅଂଶ ବିକ୍ରି କରନ୍ତି।

ଏହି ରାସ୍ତା ପ୍ରମୋଟରଙ୍କୁ ପାରଦର୍ଶି ଉପାୟରେ ନିଜର ଅଂଶ ହ୍ରାସ କରିବାକୁ ସକ୍ଷମ କରେ, ସେହିପରି ସଂସ୍ଥାଗତ ଓ ରିଟେଲ ଇନଭେଷ୍ଟରଙ୍କୁ ସେୟାର ବିକ୍ରିରେ ଅଂଶ ଗ୍ରହଣ କରିବାକୁ ଅବସର ପ୍ରଦାନ କରିଥାଏ। ଡିଆଇପିଏଏମ ସଚିବଙ୍କ ଅନୁସାରେ ଅଂଶଧନ ବିକ୍ରିରେ ସରକାରଙ୍କ ସର୍ବନିମ୍ନ ସାର୍ବଜନିକ ସେୟାରଧାରିତା (ଏମପିଏସ)ର ମାଇଲଷ୍ଟୋନକୁ ସମୟ ପୂର୍ବରୁ ହାସଲ କରିବାରେ ସହାୟତା ମିଳିବ। ପ୍ରତିଭୂତି ବଜାର ନିୟମ ଅନୁସାରେ ଲିଷ୍ଟେଡ କମ୍ପାନୀମାନଙ୍କୁ ସାର୍ବଜନିକ ସେୟାରଧାରିତାର ଏକ ନିର୍ଦ୍ଧାରିତ ସର୍ବନିମ୍ନ ସ୍ତର କାୟମ ରଖିବା ଆବଶ୍ୟକ ହୋଇଥାଏ। ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ସାଧାରଣତଃ ଓଏଫଏସ ମାର୍ଗ ଅବଲମ୍ବନ କରାଯାଏ।