Gold and Silver Prices Crash: ନଭେମ୍ବର ମାସର ଠାରୁ ପ୍ରାୟ ପ୍ରତି ସପ୍ତାହରେ ସୁନା ଓ ରୁପା ଦରରେ କମି ଚାଲିଛି। ଚଳିତ ସପ୍ତାହରେ ବି ଦର କମିଛି। ଇଣ୍ଡିଆ ବୁଲିଅନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ(IBJA) ଅନୁସାରେ ଚଳିତ ସପ୍ତାହରେ ସୁନା ସର୍ବାଧିକ ୧୧,୯୯୧ ଟଙ୍କା ହ୍ରାସ ପାଇଛି। ଏହି ହ୍ରାସ ସହିତ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦର ବର୍ତ୍ତମାନ ୧ ଲକ୍ଷ ୨୪ ହଜାର ଟଙ୍କା ରହିଛି। ଗତ ସପ୍ତାହରେ ସୁନା ଦର ୧.୩୬ ଲକ୍ଷ ଟଙ୍କା ଥିଲା।

ସେହିପରି ରୁପା ମୂଲ୍ୟ ଏଇ ସପ୍ତାହରେ ୨୪,୯୭୨ ଟଙ୍କା କମିଛି। ଏହି ହ୍ରାସ ସହିତ ରୁପା କେଜି ବର୍ଷେ ତଳର ମୂଲ୍ୟକୁ ଖସି ଆସିଛି। ବର୍ତ୍ତମାନ ୧ କେଜି ରୁପା ଦର ୧.୫୩ ହଜାର ଟଙ୍କା ହୋଇଛି। ଏହା ପୂର୍ବରୁ ଗତ ସପ୍ତାହରେ କେଜି ୧.୭୮ ଲକ୍ଷ ଟଙ୍କା ଥିଲା। ଆମେରିକା ଡଲାର ମଜଭୁତ ହେବା, ଶେୟାର ବିକ୍ରି କରି ନଗଦରେ କନଭର୍ଟ କରିବା ଓ ଅତ୍ଯଧିକ ଲାଭ ଆଦାୟ ପାଇଁ ସୁନା-ରୁପା ଦର ହ୍ରାସ ପାଇବାରେ ଲାଗିଛି।

Also Read- ଆର୍ଥିକ ବର୍ଷ ୨୦୨୭ରେ ସୁନା ଆମଦାନୀ ୪୦ ବିଲିଅନ ଡଲାରକୁ ହ୍ରାସ ହେବ ! ଟ୍ୟାକ୍ସ ଯୋଗୁ ବିଦେଶରୁ ସୁନା କିଣା କମିଲା

ଅଲ ଟାଇମ ହାଇରୁ ୩୦ ପ୍ରତିଶତ ଶସ୍ତା ହେଲା ସୁନା-ରୁପା କମିଲା ୬୦%

ଗତ ଦୁଇ ବର୍ଷ ହେଲାଣି ସୁନା ଏବଂ ରୁପା ମୂଲ୍ୟରେ କମ ବେଶି ଦେଖିବାକୁ ମିଳିଛି। ୩୧ ଡିସେମ୍ବର ୨୦୨୫ରେ, ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ୧.୩୩ ଟଙ୍କା ଲକ୍ଷ ଥିଲା। ହେଲେ ଚଳିତ ବର୍ଷ ଜାନୁଆରୀ ୨୯ ତାରିଖରେ ଏହା ୧.୭୬ ଲକ୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ସେବେଠାରୁ, ସୁନା ପ୍ରାୟ ୫୨,୨୨୮ ବା ପ୍ରାୟ ୩୦% ହ୍ରାସ ପାଇଲାଣି।

ସେହିପରି ରୁପା କଥା ଯଦି ଦେଖିବା ୩୧ ଡିସେମ୍ବର ୨୦୨୫ରେ ରୁପା କେଜି ୨.୩୦ ଲକ୍ଷ ଟଙ୍କା ଥିଲା। ହେଲେ ଜାନୁଆରୀ ୨୯ ତାରିଖ ବେଳକୁ ଏହା ୩.୮୦ ଲକ୍ଷ ଟଙ୍କାରେ ପହଞ୍ଚି ଯାଇଥିଲା। ହେଲେ ଏବେ କେଜି ୨.୨୭ ଲକ୍ଷ ଟଙ୍କା ରହିଛି। ତେଣୁ ମୂଲ୍ୟରେ ୬୦% ହ୍ରାସ ଦେଖିବାକୁ ମିଳିଛି।

କାହିଁକି କମୁଛି ସୁନା?

୧. ଆମେରିକା ଡଲାର ମୁଜଭୁତ- ଏକ୍ସପର୍ଟମାନଙ୍କର କହିବା କଥା ହେଲା ବର୍ତ୍ତମାନ ସମୟରେ ଆମେରିକୀୟ ଡଲାର ୧୯ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ତେଣୁ ଏହା ସୁନା ମୁଲ୍ୟ ଉପରେ ଚାପ ପକାଉଛି। ଯେଉଁମାନେ ଅନ୍ୟ ମୁଦ୍ରାରେ ସୁନା କିଣୁଛନ୍ତି, ସେମାନଙ୍କୁ ଏହା ଅଧିକ ମହଙ୍ଗା ପଡ଼ୁଛି। ତେଣୁ ସୁନାର ଚାହିଦା କମିବା ଫଳରେ ଏହାର ଦର ହ୍ରାସ ପାଉଛି।

୨. ଆମେରିକା କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବୃଦ୍ଧି ଚିନ୍ତା- ଆମେରିକାର ଫେଡେରାଲ ରିଜର୍ଭରେ ଆଉ ଏକ ସୁଧ ହାର ବୃଦ୍ଧିର ଆଶା ବଣ୍ଡ ଲାଭ ବଢ଼ାଇଛି। ତେଣୁ ଅଧିକ ଲାଭ ପାଇବା ଆସାରେ ଅନ୍ୟ ନିବେଶକମାନେ ଏଥିରେ ନିବେଶ କରିପାରନ୍ତି ବୋଲି ବିଶ୍ଳେଷକମାନେ ବିଶ୍ୱାସ କରୁଛନ୍ତି। ତେଣୁ ବିଶେଷଜ୍ଞଙ୍କ ମତରେ ନିରନ୍ତର ମୁଦ୍ରାସ୍ଫୀତି ସହିତ ଆମେରିକାର ସୁଧ ହାର ବୃଦ୍ଧିର ଆଶା ରହିଥିବାରୁ ବିଭିନ୍ନ ବଜାରରେ ସୁନା ବିକ୍ରିକୁ ଏକପ୍ରକାର ବାଧ୍ୟତାମୂଳକ କରିଦେଇଛି।

Also Read- ନଭେମ୍ବର ୨୧ରୁ ଡିସେମ୍ବର ୧୫: ୨୫ ଦିନରେ ଦେଶରେ ୫୨ ଲକ୍ଷ ବାହାଘର, ଦେଶର ଅର୍ଥନୀତି ପାଇଁ ବୁଷ୍ଟର୍ ଡୋଜ୍

୩. ସୁନା ବିକ୍ରି କରି କ୍ଷତିଭରଣା କରୁଛନ୍ତି ନିବେଶକ- ଟେକ୍ନୋଲୋଜୀ ଓ ଏଆଇ ଷ୍ଟକ୍ରେ ବିକ୍ରି ମଧ୍ୟ ବୁଲିଅନ ମାର୍କେଟ(ସୁନା-ରୁପା) ଉପରେ ଚାପ ପକାଉଛି। କିଛି ନିବେଶକ ନିଜ ପାଖରେ ଥିବା ସୁନାକୁ ବିକ୍ରି କରି ନଗଦରେ ପରିଣତ କରୁଛନ୍ତି। ଫଳରେ ଯେମିତି ଅନ୍ୟ ନିବେଶରେ ହୋଇଥିବା କ୍ଷତିର ଭରଣା ହୋଇପାରିବ।

ବର୍ତ୍ତମାନ ସୁନା କିଣିବାର ଉଚିତ ସମୟ କି?

ଏଠାରେ ଏକ ଦ୍ୱନ୍ଦ୍ୱ ରହିଛି। ବର୍ତ୍ତମାନ ସୁନା ଦରରେ ହେଉଥିବା ହ୍ରାସ ଲଙ୍ଗ ଟର୍ମୀ ନିବେଶଙ୍କୁ ହୁଏତ ଆକର୍ଷିତ କରିପାରେ। ହେଲେ ଏହାର ଅର୍ଥ ଏହା ନୁହେଁ, ଯେ ବର୍ତ୍ତମାନର ହ୍ରାସ ସୁନାର ସର୍ବନିମ୍ନ ହ୍ରାସ ହୋଇପାରେ। ଏହା ପରେ ମଧ୍ୟ ହ୍ରାସ ହୋଇପାରେ କିମ୍ବା ବଢ଼ିପାରେ। ବିଶେଷଙ୍କ କହିବା କଥା ହେଲା ବର୍ତ୍ତମାନ ସୁନା ମାର୍କେଟ୍ ଡାଉନ ରହିଛି। ତେଣୁ ନିବେଶକ ସମୟକୁ ଦେଖି କିସ୍ତି ଅନୁସାରେ ଅଳ୍ପ ଅଳ୍ପ କରି ନିବେଶ କରିବା ଉପରେ ବିଚାର କରିପାରିବେ। କିନ୍ତୁ ଏକାଥରକେ ପୂରା ନିବେଶ କରିବାରୁ ଦୂରେଇ ରହିବା ଉଚିତ୍। ନିବେଶ ସମୟକୁ ମଧ୍ୟ ଧ୍ୟାନରେ ରଖିବା ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞଙ୍କ ମତ।