ଭୁବନେଶ୍ୱର: ଗତକାଲି ସୁନା ଓ ରୁପା ମୂଲ୍ୟରେ ବଡ଼ ହ୍ରାସ ହେବା ପରେ ଆଜି ବୁଧବାର (ଜୁନ୍ ୨୪) ମଧ୍ୟ ଏହି ଦୁଇ ମୂଲ୍ୟବାନ ଧାତୁର ଦାମ କମିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୧,୧୦୫ ଟଙ୍କା ହ୍ରାସ ପାଇ ୧.୪୪ ଲକ୍ଷ ଟଙ୍କାରେ ପହଞ୍ଚିଛି। ଗତକାଲି ସୁନା ଦର ୧.୪୫ ଲକ୍ଷ ଟଙ୍କା ଥିଲା। ସେହିପରି, ରୂପା ଦର କିଲୋଗ୍ରାମ ପ୍ରତି ୭୯୪ ଟଙ୍କା ହ୍ରାସ ପାଇ ୨.୨୭ ଲକ୍ଷ ଟଙ୍କା ହୋଇଯାଇଛି।

ମାସିକ ଓ ବାର୍ଷିକ ସ୍ଥିତି

ଏହି ମାସରେ ସୁନା ଦର ପ୍ରାୟ ୧୨,୫୭୩ ଟଙ୍କା ଏବଂ ରୁପା ଦର ପ୍ରାୟ ୩୬,୬୬୧ ଟଙ୍କା ପର୍ଯ୍ୟନ୍ତ କମିସାରିଲାଣି। ଚଳିତ ବର୍ଷର ଆରମ୍ଭରୁ ସୁନା ଓ ରୁପା ଦରରେ ବହୁତ ଉତ୍ଥାନ-ପତନ ଦେଖିବାକୁ ମିଳିଛି। ୨୯ ଜାନୁଆରୀ ୨୦୨୬ରେ ସୁନା ଓ ରୁପା ସେମାନଙ୍କ ସର୍ବୋଚ୍ଚ ସ୍ତରରେ ଥିଲା। ସେହି ଠାରୁ ବର୍ତ୍ତମାନ ସୁନା ପ୍ରାୟ ୩୧,୧୨୬ ଟଙ୍କା ଏବଂ ରୁପା ପ୍ରାୟ ୧.୫୮ ଲକ୍ଷ ଟଙ୍କା ଶସ୍ତା ହୋଇଛି।

ଭୁବନେଶ୍ୱରରେ ସୁନା-ରୂପା ଦର (୨୪ ଜୁନ୍ ୨୦୨୬)

ଭୁବନେଶ୍ୱର ବଜାରରେ ମଧ୍ୟ ସୁନା ଓ ରୁପା ଦରରେ ନିମ୍ନମୁଖୀ ହୋଇଛି। ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା (୧୦ ଗ୍ରାମ) ଦର ପ୍ରାୟ ୧.୪୪ ଲକ୍ଷ ଟଙ୍କା ପାଖାପାଖି ରହିଛି। ସେହିପରି ୧ କିଲୋଗ୍ରାମ ରୁପା ଦର ପ୍ରାୟ ୨.୨୬ ରୁ ୨.୨୭ ଲକ୍ଷ ଟଙ୍କା ମଧ୍ୟରେ କାରବାର କରୁଛି।