ଭୁବନେଶ୍ୱର ୧୯।୧୦ : ଛାତ୍ର ସଂସଦ ନିର୍ବାଚନ ନେଇ ବିଜେଡିକୁ ଟାର୍ଗେଟ କଲେ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ । ସେ କହିଛନ୍ତି ଯେ, ୮ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଥିଲା ବିଜେଡି ସରକାର । ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ପାଇଁ ଶୃଙ୍ଖଳିତ ଭାବେ ନିର୍ବାଚନ ଶେଷ ହୋଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କଟକ ଷ୍ଟାଡିୟମରେ ହଜାର ହଜାର ଯୁବ ପିଢ଼ି ଯୋଗଦେଇଥିଲେ । ଯୁବ ପିଢ଼ିକୁ ଆଗକୁ ନେବା, ତାଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ହିଁ ସରକାରଙ୍କ ଦାୟିତ୍ୱ । ଯୁବ ବର୍ଗ ଚାହିଁଲେ ବିକଶିତ ଭାରତ ହୋଇପାରିବ । ଯୁବକମାନେ ବିକାଶ ସହିତ ଅଛନ୍ତି । ଆମର ଯୁବକ ସଚେତନ, Gen-Z ଡବଲ ଇଂଜିନ ସରକାର ସହିତ ଅଛନ୍ତି । 8 ବର୍ଷ ଧରି କାହିଁକି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା । ଶିକ୍ଷିତ ଯୁବକ ଯୁବତୀ ରାଜନୀତିକୁ ଆସିଲେ ଦେଶର ଉନ୍ନତି ହେବ । ଅଧିକାଂଶ କଲେଜରେ AVBPର ସଂଗଠନ ହିଁ ବିଜୟ ଲାଭ କରିଛନ୍ତି । ତେଣୁ ବିଜେପି ସହିତ ଜେନ୍ ଜି ଅଛନ୍ତି ।

Also Read:-ବର୍ଷକୁ ମାତ୍ର ୪ ଦିନ.. ଦଶହରା ପୂର୍ବରୁ କଣାସରେ ନିଆରା ପରମ୍ପରା, ୧୬ ଗାଁ ପରିକ୍ରମା କରୁଛନ୍ତି ମା’ କୁଞ୍ଜେଶ୍ୱରୀ