କଣାସ ୧୯।୧୦: ଦଶହରାକୁ ନେଇ ପୂରଠୁ ପଲ୍ଲୀ ଉତ୍ସବମୁଖର । ପୁରୀ ଜିଲ୍ଲା କଣାସ ବ୍ଲକର କଣାସ ଗ୍ରାମର ଆରାଧ୍ୟ ଠାକୁରାଣୀ ମା’ କୁଞ୍ଜେଶ୍ୱରୀଙ୍କ ପାରମ୍ପରିକ କାଠି ଦିଅଁ ଯାତ୍ରାକୁ ନେଇ ଭକ୍ତିମୟ ହୋଇଉଠିଛି ସମଗ୍ର ଅଞ୍ଚଳ । ବର୍ଷକୁ ମାତ୍ର ୪ ଦିନ ମା’ କାଠି ଦିଅଁ ରୂପେ ଗାଁରୁ ଗାଁ ବୁଲି ଭୋଗ ଗ୍ରହଣ କରିବାର ପରମ୍ପରା ଏଠାକାର ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟର ଏକ ବିଶେଷ ପରିଚୟ ।

ପରମ୍ପରା ଅନୁଯାୟୀ, ଆଶ୍ୱିନ ମାସ ଶୁକ୍ଳପକ୍ଷ ପଞ୍ଚମୀ, ଷଷ୍ଠୀ, ସପ୍ତମୀ ଓ ମହାଷ୍ଟମୀ—ଏହି ଚାରିଦିନ ମା’ କୁଞ୍ଜେଶ୍ୱରୀ କାଠି ଦିଅଁ ରୂପେ ୧୬ ଖଣ୍ଡ ଗ୍ରାମ ପରିକ୍ରମା କରିଥାନ୍ତି । ଏହି ସମୟରେ ମା’ ଘରେ ଘରେ ଦୁଆରି ଭୋଗ ଗ୍ରହଣ କରୁଥିବା ବେଳେ ଗ୍ରାମବାସୀ ମାନେ ଭକ୍ତି ଓ ଶ୍ରଦ୍ଧାର ସହ ମା’ଙ୍କୁ ସ୍ୱାଗତ କରିଥାନ୍ତି । ମା’ଙ୍କ ଗାଁ ପରିକ୍ରମା ସମୟରେ ଘଣ୍ଟ, ବାଦ୍ୟ ଓ ପାରମ୍ପରିକ ବାଦ୍ୟଯନ୍ତ୍ରର ଧ୍ୱନିରେ ପ୍ରକମ୍ପିତ ହୋଇଉଠେ ଗାଁ ଦାଣ୍ଡ । ମା’ଙ୍କ ଆଗମନକୁ ନେଇ ପ୍ରତ୍ୟେକ ଗ୍ରାମରେ ଦେଖିବାକୁ ମିଳେ ଆଧ୍ୟାତ୍ମିକ ଉତ୍ସାହ ଓ ଭକ୍ତିର ପରିବେଶ ।

Also Read:- ଅକ୍ଟୋବର ଶେଷ ସପ୍ତାହରେ ପୁଣି ବାତ୍ୟା ଚର୍ଚ୍ଚା ! ୨୫ରୁ ୨୬ ମଧ୍ୟରେ ମିଳିପାରେ ସ୍ପଷ୍ଟ ଚିତ୍ର

ଦଶହରା ପୂର୍ବରୁ ଏହି ନିଆରା ପରମ୍ପରା ଗ୍ରାମବାସୀଙ୍କ ମନରେ ଧାର୍ମିକ ଭାବନାକୁ ଆହୁରି ଦୃଢ଼ କରିଥାଏ । ପିଢ଼ି ପରେ ପିଢ଼ି ଧରି ପାଳିତ ହୋଇଆସୁଥିବା ମା’ କୁଞ୍ଜେଶ୍ୱରୀଙ୍କ ଏହି କାଠି ଦିଅଁ ପରମ୍ପରା କେବଳ ଧାର୍ମିକ ବିଶ୍ୱାସର ପ୍ରତୀକ ମା’ଙ୍କ ଆଶୀର୍ବାଦରେ ଗ୍ରାମର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ଗ୍ରାମବାସୀ ।

Watch Video: