କେନ୍ଦ୍ରାପଡ଼ା ୨୦।୧୦ : ନଦୀରେ ବୁଡ଼ିଗଲେ ୩ ଯୁବକ । କେନ୍ଦ୍ରାପଡା ଲୁଣା ନଦୀରେ ବୁଡ଼ିଗଲେ ୩ ଯୁବକ। ଓଡ୍ରାଫ ଟିମ୍ ପକ୍ଷରୁ ଯୁବକଙ୍କୁ ଖୋଜାଖୋଜି ଜାରି ରହିଛି l

ଖବର ଅନୁଯାୟୀ, ମଙ୍ଗଳବାର ଦିନ ଲୁଣା ନଦୀର ଦାନପୁର ବାଲିଘାଟରେ ଗାଧୋଇବାକୁ ଯାଇଥିଲେ ୩ ଯୁବକ । ଗାଧୋଉଥିବା ସମୟରେ ୩ ଯୁବକ ନିଖୋଜ ହୋଇଯାଇଛନ୍ତି l ଦିନ ୧୧ ବେଳେ ସ୍ଥାନୀୟ ଗହଗା ଗାଁର ୫ ଜଣ ଯୁବକ ଗାଧୋଇବାକୁ ଯାଇଥିଲେ l ଚୋରା ବାଲିରେ ପାଦ ଫଶି ଯିବାରୁ ୩ ଜଣ ଯୁବକ ପାଣିରେ ବୁଡି ଯାଇଥିଲେ l

Also Read:-‘କୋଟିଆ’ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କଲେ ଅରୁଣ ସାହୁ, ରାଜସ୍ୱ ମନ୍ତ୍ରୀ ବି ରଖିଲେ କଡ଼ା ଜବାବ

ତେବେ ବୁଡି ଯାଇ ନିଖୋଜ ଥିବା ଯୁବକ ମାନେ ହେଲେ ହିମାଂଶୁ ପରିଡା, ଆଶିଷ ଶତପଥୀ ଓ ସବ୍ୟସାଚୀ ସ୍ଵାଇଁ l ଓଡ୍ରାଫ ଟିମ୍ ପକ୍ଷରୁ ଯୁବକଙ୍କୁ ଖୋଜାଖୋଜି ଜାରି ରହିଛି l ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି ।