ନୂଆଦିଲ୍ଲୀ: ଟ୍ରମ୍ପ ପ୍ରଶାସନରେ କାମ କରିସାରିଥିବା ପୂର୍ବତନ ଡିଫେନ୍ସ ସେକ୍ରେଟାରୀ କହିଛନ୍ତି ଯେ ବର୍ତ୍ତମାନ ନବମ ମାସକୁ ପ୍ରବେଶ କରିଥିବା ଆମେରିକା-ଇରାନ ଯୁଦ୍ଧ ନା କେବଳ ଆଗାମୀ ନୂଆ ବର୍ଷ ପର୍ଯ୍ୟନ୍ତ ଟାଣି ହେବ ବରଂ ୨୦୨୮ ଅଥବା ୨୯ ପର୍ଯ୍ୟନ୍ତ ଲାଗି ରହିପାରେ। ପୂର୍ବତନ ଡିଫେନ୍ସ ସେକ୍ରେଟାରୀ ମାର୍କ ଏସ୍ପର ଆମେରିକୀୟ ପ୍ରକାଶକ ‘ଦି ହିଲ୍’କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ତେହେରାନକୁ ଆର୍ଥିକ ରୂପେ ଦବାଇବା ପାଇଁ ପ୍ରେସିଡେଣ୍ଟ ଡୋନାଲ୍ଡ ଟ୍ରମ୍ପଙ୍କ ରଣନୀତିକୁ ସମର୍ଥନ କରନ୍ତି, ଯାହାଦ୍ୱାରା ଆଣବିକ ଶକ୍ତି ପାଇଁ ଇରାନର ମହତ୍ୱାକାଙକ୍ଷା ଧୂଳିସାତ ହେବ। ତେବେ ଏଥି ପାଇଁ ସମୟ ଲାଗିବ ବୋଲି ସେ କହିଛନ୍ତି।

ହିଲର ପ୍ରସାରଣ ପାର୍ଟନର ନ୍ୟୁଜନେସନରେ ଏସ୍ପର କହିଛନ୍ତି ଯେ ଠିକ୍ ଅଛି ଏହି ଯୁଦ୍ଧ ୨୦୨୭ ପର୍ଯ୍ୟନ୍ତ ଯିବ.. ତେବେ ପ୍ରଶ୍ନ ଉଠୁଛି ଏହା ୨୦୨୮ ଓ ୨୦୨୯ ପର୍ଯ୍ୟନ୍ତ ଚାଲିବ କି ? ତେବେ ଏହା ରଣନୀତି ଉପରେ ନିର୍ଭର କରେ। ଏସ୍ପର କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ ଆପଣେଇଥିବା ଇରାନର ଆର୍ଥିକ ନାକାବନ୍ଦୀକୁ ସମର୍ଥନ କରନ୍ତି, ଏହି ରଣନୀତି କାମ ମଧ୍ୟ କରୁଛି। ସେ ଇରାନର ଉଚ୍ଚ ମୁଦ୍ରାସ୍ଫୀତି ଓ ମୁଦ୍ରା ରିୟଲ ଦରରେ ହୋଇଥିବା ହ୍ରାସର ଉଲ୍ଲେଖ କରିଛନ୍ତି। ତେବେ କାସ୍ପର କହିଛନ୍ତି ଯେ ଏଥି ପାଇଁ ବହୁ ସମୟ ଲାଗିବ।

ଇରାନ ଯୁଦ୍ଧ ଗତ ମିଡଟର୍ମ ନିର୍ବାଚନରେ ପ୍ରସଙ୍ଗ ହୋଇଯାଇଥିଲା। ଏଣୁ ଡେମୋକ୍ରାଟଙ୍କୁ ବିଶାଳ ବିଜୟ ମିଳିଛି ଓ ସେମାନେ କଂଗ୍ରେସର ଉଭୟ ଚାମ୍ବରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଟ୍ରମ୍ପଙ୍କ ଡେପୁଟି ଭାଇସ ପ୍ରେସିଡେଣ୍ଟ ଜେ.ଡି.ଭେନ୍ସ ଜିଓପିର ମିଡଟର୍ମ ପରାଜୟର ଦୋଷ ଯୁଦ୍ଧ ଉପରେ ପକାଇଥିଲେ, କହିଥିଲେ ଯେ ଆମର ପରାଜୟର କାରଣ ଯୁଦ୍ଧ। ତେବେ ସମସ୍ତେ ଜାଣନ୍ତି ମଧ୍ୟାବଧି ନିର୍ବାଚନରେ ଶାସକ ଦଳର ପରାଜୟ ହେଲା କାହିଁକି? ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପ ପ୍ରଶାସନରେ ମାତପାର୍ଥକ୍ୟ ଥିବାର ଉଲ୍ଲେଖ କରି ଏସ୍ପର କହିଛନ୍ତି ଯେ ରାଷ୍ଟ୍ରପତି ଜେପରି ଚାହାନ୍ତି ଭେନ୍ସ ଯୁଦ୍ଧକୁ ସେପରି ସମ୍ପୂର୍ଣ୍ଣ ସମର୍ଥନ କରନ୍ତି ନାହିଁ। ଏଣୁ ମିଡଟର୍ମ ଫଳାଫଳକୁ ନେଇ ଭେନ୍ସ ଙ୍କ ପୂର୍ବାନୁମାନରେ ସେ ସହମତ ଥିଲେ।

ତେବେ ଏସ୍ପର ଚେତାବନୀ ଦେଇଛନ୍ତି ଯେ ହାଉସ୍ ଓ ସିନେଟ୍ ଉଭୟ ହାରିବାର ଅର୍ଥ ହେଉଛି ଟ୍ରମ୍ପଙ୍କ ଏଜେଣ୍ଡା ଅନେକାଂଶରେ ସମାପ୍ତ ହୋଇସାରିଛି। ଅନୁନ୍ୟ ଘରୋଇ ନୀତିରେ ଏହାହିଁ ହେବ। ତେବେ ବିଦେଶ ନୀତି ଦୃଷ୍ଟିରୁ ଏଥିରେ କିଛି କଟକଣା ରହିପାରେ। ଟ୍ରମ୍ପ ଫେବୃଆରୀ ୨୮ରେ ଇସ୍ରାଏଲ ସହ ମିଶି ଇରାନ ଉପରେ ମିଲେଟ୍ରି ଆକ୍ରମଣ ଆରମ୍ଭ କରିଥିଲେ ଓ ଆରମ୍ଭ ରେ କହିଥିଲେ ଏହି ଯୁଦ୍ଧ ମାତ୍ର କିଛି ସପ୍ତାହ ପାଇଁ ଚାଲିବ। ହେଲେ ମିଲେଟ୍ରି ଯୁଦ୍ଧ ଟ୍ରମ୍ପଙ୍କ ଅନ୍ଦାଜ ଅପେକ୍ଷା ଅନେକ ଅନେକ ଆଗକୁ ଚାଲିଗଲାଣି। ଏହି କାରଣରୁ ଅନ୍ତର୍ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟ ବଢିଯାଇଛି ଏଣୁ ମିଡଟର୍ମ ଇଲେକ୍ସନରେ ଏହାର ଫଳାଫଳ ଆସିଛି।