ନୂଆଦିଲ୍ଲୀ, ୩/୧୧ : ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କଲେ ଗ୍ଲେନ୍ ମ୍ୟାକ୍ସଓ୍ୱେଲ୍ । ଅଷ୍ଟ୍ରେଲିଆର ଷ୍ଟାର୍ କ୍ରିକେଟର ମ୍ୟାକ୍ସଓ୍ୱେଲ ଅବସର ଘୋଷଣା କରିଛନ୍ତି । ସେ ଆଉ ଅନ୍ତର୍ଜାତୀୟ ମୁକାବିଲା ଖେଳିବେ ନାହିଁ ବୋଲି କହିଛନ୍ତି ।

Also Read :- ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ଅଭିଷେକ-ସୂର୍ଯ୍ୟବଂଶୀ ଓପନର; ଏହି ଖେଳାଳି ହେଲେ ଅଧିନାୟକ

ସୋମବାର ବିଳମ୍ବିତ ରାତ୍ରରେ ମ୍ୟାକ୍ସଓ୍ୱେଲ ଅବସର ବାବଦରେ ଘୋଷଣା କରିଛନ୍ତି । ସେ ୨୮୬ଟି ଅନ୍ତର୍ଜାତୀୟ ମୁକାହିଲାରେ ଅଷ୍ଟ୍ରେଲିଆକୁ ପ୍ରତିନିଧିତ୍ୱ କରିଥିଲେ । ଏଥିରେ ସେ ୭୨୨୬ ରନ୍ କରିଥିଲେ । ଏହାସହ ୧୩୬ଟି ଓ୍ୱିକେଟ୍ ମଧ୍ୟ ସେ ନେଇଛନ୍ତି । କଙ୍ଗାରୁ ଟିମକୁ ୨୦୧୫ ଏବଂ ୨୦୨୩ ଦିନିକିଆ ବିଶ୍ୱକପ ଜିତାଇବାରେ ମ୍ୟାକ୍ସଓ୍ୱେଲଙ୍କ ବଡ଼ ଭୂମିକା ରହିଥିଲା । ୨୦୨୧ ଟି୨୦ ବିଶ୍ୱକପରେ ମଧ୍ୟ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ।

ସେ ଫାଇନାଲ୍ ଓ୍ୱାର୍ଲଡ୍ ପୋଡକାଷ୍ଟରେ ନିଜର ଅବସର ବାବଦରେ ଘୋଷଣା କରିଛନ୍ତି । କହିଛନ୍ତି ଯେ, ଏହି ନିଷ୍ପତ୍ତି ଖୁବ୍ ଦୁଃଖଦ । ସେ ଅନ୍ତର୍ଜାତୀୟ ମୁକାବିଲା ଖେଳିବେ ନାହିଁ । ଭିକ୍ଟୋରିଆ ପାଇଁ ମଧ୍ୟ ଆଉ କ୍ରିକେଟ୍ ଖେଳିବେ ନାହିଁ । ପୂର୍ବରୁ ସେ କ୍ରିକେଟ୍ ଅଷ୍ଟ୍ରେଲିଆ ସହ ଏନେଇ କଥା ହୋଇଥିଲେ । ଦଳ ଏବେ ଅନେକ ନୂଆ ଖେଳାଳିଙ୍କୁ ସୁଯୋଗ ଦେବ ।

ସୂଚନାଯୋଗ୍ୟ, ୨୦୨୩ ଦିନିକିଆ ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ ସେ ଦ୍ୱିଶତକୀ ପାଳି ଖେଳିଥିଲେ । ଅଷ୍ଟ୍ରେଲିଆକୁ ସେ ନିଶ୍ଚିତ ପରାଜୟରୁ ରକ୍ଷା କରିଥିଲେ । ଏକା ଲଢି ସେ ଦଳକୁ ବିଜୟୀ କରାଇବା ସହ ଫାଇନାଲରେ ଦଳକୁ ପହଁଚାଇଥିଲେ ।