ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(BCCI) ୨୦୨୬  ପୁରୁଷ ରାଇଜିଙ୍ଗ ଷ୍ଟାର୍ସ ଏସିଆ କପ୍ ପାଇଁ ଭାରତୀୟ ଏ ଟିମ୍ ଘୋଷଣା କରିଛି। ତିଳକ ବର୍ମାଙ୍କୁ ଅଧିନାୟକ କରାଯାଇଥିବା ବେଳେ ଉପଅଧିନାୟକ ଦାୟିତ୍ଵ ରଜତ ପାଟିଦାରଙ୍କୁ ମିଳିଛି। କତାରର ରାଜଧାନୀ ଦୋହାରେ ଟୁର୍ଣ୍ଣାମେଣ୍ଟର ଆୟୋଜନ ହେଉଥିବା ବେଳେ ନଭେମ୍ବର ୧୯ରୁ ନଭେମ୍ବର ୨୯ ପର୍ଯ୍ୟନ୍ତ ମ୍ୟାଚ୍ ଖେଳାଯିବ। ଇଣ୍ଡିଆ ଏ ପାଇଁ ଦଳରେ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଚୟନ କରାଯାଇଛି।

ଟୁର୍ଣ୍ଣାମେଣ୍ଟରେ ଭାରତକୁ ଗ୍ରୁପ ବିରେ ରଖାଯାଇଛି। ଏହି ଗ୍ରୁପରେ ୟୁଏଇ, ନେପାଳ ଏବଂ ପାକିସ୍ତାନ ଏ ଟିମ୍ ରହିଛି। ଗ୍ରୁପ ଏରେ ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ, ହଂକଂ ଓ ଚୀନ ଦଳ ରହିଛି। ପ୍ରତି ଗ୍ରୁପରୁ ଶୀର୍ହ ୨ଟି ଟିମ୍ ସେମି ଫାଇନାଲରେ ପ୍ରବେଶ କରିବେ। ଦୁଇ ସେମି ଫାଇନାଲ୍ ମ୍ୟାଚ୍ ନଭେମ୍ବର ୨୬ ଏବଂ ୨୭ରେ ଏବଂ ଫାଇନାଲ୍ ମ୍ୟାଚ୍ ନଭେମ୍ଵର ୨୯ ରବିବାର ଖେଳାଯିବ।

Also Read: ସମସ୍ତଙ୍କୁ ଖୁସି କରିବା ମୋ କାମ ନୁହେଁ: ବୈଭବ ନ ଖେଳିବା ନେଇ ସମାଲୋଚନା ପରେ ଏମିତି କହିଲେ ଗୌତମ ଗମ୍ଭୀର

 

ଏହି ତାରିଖରେ ପାକିସ୍ତାନ ସହ ମୁକାବିଲା

ରାଇଜିଂ ଷ୍ଟାର୍ସ ଏସିଆ କପରେ ନଭେମ୍ବର ୨୨ରେ ଭାରତ ଓ ପାକିସ୍ତାନ ସହ ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଓ୍ଵେଷ୍ଟ ଆଣ୍ଡ ପାର୍କ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏହା ପୂର୍ବରୁ ଭାରତ ନଭେମ୍ବର ୨୦ରେ ନିଜର ପ୍ରଥମ ମ୍ୟାଚରେ ନେପାଳକୁ ଭେଟିବ। ଏହା ପରେ ନଭେମ୍ବର ୪ରେ ୟୁଏଇ ସହ ମୁକାବିଲା ହେବ।

ରାଇଜିଂ ଷ୍ଟାର୍ସ ଏସିଆ କପ୍ ପାଇଁ ଭାରତୀୟ ଏ ଟିମ୍

ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ପ୍ରଭସିମରନ ସିଂ(ଓ୍ଵିକେଟ୍ କିପର), ତିଳକ ବର୍ମା(ଅଧିନାୟକ), ରଜତ ପାଟିଦାର(ଉପଅଧିନାୟିକ), ରିଙ୍କୁ ସିଂ, କୁମାର କୁଶାଗ୍ର(ଓ୍ଵିକେଟ୍ କିପର), ସୂର୍ଯ୍ୟାଂଶ ଶେଡ଼ଗେ, ଶାହବାଜ ଅହମ୍ମଦ, ବିପ୍ରଜ ନିଗମ, ହର୍ଷ ଦୁବେ, ତନୁଷ କୋଟିୟାନ, ହର୍ଷିତ ରାଣା, ପ୍ରିନ୍ସ ଯାଦବ ଓ ଅର୍ଶଦ ଖାନ।

Also Read: 'ଭୁବନେଶ୍ୱର କୁମାରଙ୍କୁ ଖେଳାଇ ବିସିସିଆଇ ଭୁଲ କରିଛି' : ସିଲେକ୍ସନକୁ ନେଇ କଟାକ୍ଷ କଲେ ପୂର୍ବତନ ଅଲରାଉଣ୍ଡର