ଭୋଗରାଇ : ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ବିଶାଳକାୟ ସାର୍କ ମାଛ । ଏତେ ବଡ଼ ମାଛକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଦୀଘା ମୁହାଣ ଆନ୍ତର୍ଜାତିକ ମତ୍ସ୍ୟ ଅବତରଣ କେନ୍ଦ୍ରଠାରେ ୨ କୁଇଣ୍ଟାଲରୁ ଅଧିକ ଓଜନର ଏକ ସାର୍କ ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ଧରା ପଡିଥିବା ଦେଖିବାକୁ ମିଳିଛି ।

Aldo Read- ASHA worker rescued : ହୃଦଘାତରେ ଛଟପଟ ହେଉଥିଲେ ଆଶାକର୍ମୀ, ବନ୍ୟା ପାଇଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ...

ଦୀଘା ସଂଲଗ୍ନ ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଟ୍ରଲର ଜାଲରେ ଏହି ମାଛଟି ପଡିଥିଲା। ପରେ ମୋହନାର ମତ୍ସ୍ୟ ଅବତରଣ କେନ୍ଦ୍ରକୁ ବିକ୍ରି ପାଇଁ ଆଣିଥିବା ବେଳେ ମାଛଟି ବିରାଟକାୟ ହୋଇଥିବାରୁ ମାଛଟିକୁ ଦେଖିବା ପାଇଁ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ମାଛଟିର ବିଭିନ୍ନ ଅଂଶ ଔଷଧ କାର୍ଯ୍ୟରେ ବ୍ୟବହାର କରାଯାଉ ଥିବାରୁ ମାଛଟିର ଅଧିକ ଚାହିଦା ରହିଥିବା କୁହାଯାଉଛି ।