କେନ୍ଦ୍ରାପଡ଼ା: ହୃଦଘାତରେ ଛଟପଟ ହେଉଥିଲେ ଆଶାକର୍ମୀ । ଚାରିଆଡ଼େ ବ୍ୟାପି ଯାଇଥିଲା ବନ୍ୟା ପାଣି । ଆମ୍ବୁଲାନ୍ସ ତାଙ୍କ ପାଖରେ ପହଞ୍ଚିବା ହୋଇପଡ଼ିଥିଲା ଅସମ୍ଭବ । ଏହି ସମୟରେ ଦେବଦୂତ ସାଜିଲେ ଅଗ୍ନିଶମ କର୍ମଚାରୀ । ବନ୍ୟା ସମୟରେ କେନ୍ଦ୍ରାପଡ଼ା ଘାଗରାଡିହରୁ ଉଦ୍ଧାର କରି ଅଗ୍ନିଶମ ଟିମ୍ ଆଶାକର୍ମୀଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ଯୋଗାଯୋଗ ବିଛିନ୍ନ ଥିବାରୁ ପାଓ୍ବାର ବୋଟରେ ଚିକିତ୍ସାଳୟରେ ପହଞ୍ଚାଇବାରୁ ସୁରକ୍ଷିତ ଆଶାକର୍ମୀଙ୍କ ଜୀବନ ବଞ୍ଚିଯାଇଛି । 

Also Read- Crop Loss Compensation : ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ; ହଜାରେ କୋଟି ଟଙ୍କାର ପ୍ୟାକେଜ ଘୋଷଣା

କେନ୍ଦ୍ରାପଡା ବ୍ଲକ ଘାଗରାଡିଆ ଗାଁର ଆଶା ଦିଦି ଶାନ୍ତିଲତା ମାଝୀ ଆଜି ସକାଳୁ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ସେ ଅସୁସ୍ଥ ହୋଇ ପଡିଥିଲେ l କିନ୍ତୁ ତାଙ୍କ ଗାଁ ବନ୍ୟା ପାଣି ଘେରରେ ଥିବାରୁ ସେଠାରୁ ତାଙ୍କୁ ଉଦ୍ଧାର କରିବା ସହଜ ନଥିଲା l ତେବେ ନିକଟରେ ଥିବା ଏକ ଅଗ୍ନିଶମ ଟିମ୍ ଏ ସମ୍ପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ ପାୱାର ବୋଟ୍ ଜରିଆରେ ଶାନ୍ତିଲତାଙ୍କୁ ଉଦ୍ଧାର କରି ଆଣିଥିଲେ l ପରେ ତାଙ୍କୁ ଇନ୍ଦୁପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଥିଲେ । ସାତ କିଲୋମିଟର ଦୂର ଇନ୍ଦୁପୁର CHCକୁ ପଠାଯାଇ ତୁରନ୍ତ ଆଶାକର୍ମୀ ଶାନ୍ତିଲତା ମାଝୀଙ୍କ ଚିକିତ୍ସା ହୋଇପାରିଛି । ଏନେଇ ସ୍ଥାନୀୟ ସରପଞ୍ଚ ଅଗ୍ନିଶମ ସେବା ନିୟୋଜିତ କର୍ମଚରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।