ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦରେ ୧୭ ବର୍ଷୀୟ ଛାତ୍ର ସୂର୍ଯ୍ୟ ପ୍ରତାପ ଚୌହାନଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅସଦ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛି। ରବିବାର ଭୋର ସମୟରେ ଖୋଡ଼ା ଅଞ୍ଚଳରେ ପୋଲିସ ସହ ଗୁଳିବିନିମୟ ବେଳେ ସେ ଗୁରୁତର ଆହତ ହୋଇଥିଲା ଏବଂ ପରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି। ଅନ୍ୟପଟେ ଅପରାଧରେ ସାମିଲ୍ ଥିବା ଅସଦର ବାପାଙ୍କ ସମେତ ଆଉ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଘଟଣାର ପୃଷ୍ଠଭୂମି: ଗତ ମେ ୨୮ ତାରିଖରେ ଖୋଡ଼ା କଲୋନୀ ଅଞ୍ଚଳରେ ଯୁକ୍ତି ଦୁଇ ପ୍ରଥମ ଶ୍ରେଣୀର ଛାତ୍ର ସୂର୍ଯ୍ୟ ଚୌହାନଙ୍କୁ ଅତି ବର୍ବର ଭାବେ ଛୁରି ଭୁସି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ୫ ଜଣଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ୩ ଜଣଙ୍କୁ ଗିରଫ କରିସାରିଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ଅସଦ ଫେରାର ଥିଲା ଏବଂ ତା’ଉପରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

ବକରିଦ ଦିନ ସୂର୍ଯ୍ୟକୁ ଅସଦ ଫୋନ କରି ଡାକିଥିଲା। ସେ ପହଞ୍ଚିବା ପରେ ବକରିଦ କେମିତି ହୁଏ ଦେଖିଛ ବୋଲି ପ୍ରଶ୍ନ କରିଥିଲେ। ଏବଂ ଆଜି ମୁ ତୁମକୁ ବକରିଦ କେମିତି ହୁଏ ଦେଖାଇବି ବୋଲି କହି ଛୁରି ମାଡ଼ କରିଥିଲେ। ଏଥିରେ ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ସୂର୍ଯ୍ୟକୁ ଧରିପକାଇଥିଲେ। ଏହାପରେ ତାକୁ ନୃଶଂସା ଭାବେ ହତ୍ୟା କରାଯାଇଥିଲା। ଘଟଣା ସ୍ଥଳରେ ସୂର୍ଯ୍ୟଙ୍କ ଘର ଲୋକେ ପହଞ୍ଚି ତାଙ୍କୁ ଡାକ୍ତରଖାନା ନେଇଥିଲେ। ହେଲେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୁଲିସ ଅସଦ ମୁହାଁମୁହିଁ ବେଳେ ଏନକାଉଣ୍ଟର

ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା ଯେ, ଅସଦ ଖୋଡ଼ା ଅଞ୍ଚଳକୁ ଆସିଛି। ପୋଲିସ ଟିମ୍ ତାକୁ ଧରିବା ପାଇଁ ଯାଞ୍ଚ ଆରମ୍ଭ କରିଥିଲା। ଏହି ସମୟରେ ଅସଦ ଏବଂ ତା’ର ଜଣେ ସହଯୋଗୀ ବାଇକରେ ଆସୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଅଭିଯୁକ୍ତ ପୋଲିସ ଉପରକୁ ଗୁଳି ଚଳାଇଥିଲା, ଯାହାର ପାଲଟା ଜବାବ ଦେଇଥିଲା ପୋଲିସ। ଏହି ଗୁଳିବିନିମୟରେ ଅସଦ ଆହତ ହୋଇଥିଲା ଏବଂ ଡାକ୍ତରଖାନାରେ ତା’ର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଜଣେ ପୋଲିସ କନଷ୍ଟେବଳ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ମୃତ ଛାତ୍ରଙ୍କ ମା' ଏହି ଘଟଣାରେ ନ୍ୟାୟ ମିଳିଥିବା କହିବା ସହ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ସୂର୍ଯ୍ୟଙ୍କ ହତ୍ୟା ପରେ ହିନ୍ଦୁଙ୍କ ମଧ୍ୟରେ ଆକ୍ରୋଶ

ସୂର୍ଯ୍ୟଙ୍କୁ ଆକ୍ରମଣ କରିବା ପରେ ସ୍ଥାନୀୟ ହିନ୍ଦୁ ଶୋସାଇଟି ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ଆନ୍ଦୋଳନ ବି ହୋଇଥିଲା। ମାମଲା ଆଗକୁ ବଢ଼ିବା ପରେ ପୁଲିସ ତଦନ୍ତ କରି କିଛିଙ୍କୁ ଗିରଫ କରିଥିଲା। ହେଲେ ମୁଖ୍ୟ ଅଭିଯୁକ୍ତି ଅସଦ ଫେରାର ହୋଇଯାଇଥିଲା। ଏନେଇ ଡେପୁଟି ପୋଲିସ କମିଶନର (ସିଟି/ଟ୍ରାନ୍ସ-ହିଣ୍ଡନ) ଧାୱଲ ଜୟସୱାଲ କହିଛନ୍ତି “ଏହି ମାମଲାରେ ୫ ଜଣଙ୍କ ନାଁରେ ଅଭିଯୋଗ ରହିଥିଲା।  ଘଟଣା ପରେ ତୁରନ୍ତ ପୋଲିସ ତିନି ଜଣଙ୍କୁ ଗିରଫ କରିଥିଲା, ଯେତେବେଳେ ମୁଖ୍ୟ ଅଭିଯୁକ୍ତ ଅସଦ ଫେରାର ଥିଲା। ତାଙ୍କୁ ଧରିବା ପାଇଁ ଅନେକ ପୋଲିସ ଦଳ ଗଠନ କରାଯାଇଥିଲା ଏବଂ ତାଙ୍କୁ ଧରିବା ପାଇଁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।"

ପୁଲିସ ଜାଣିବାକୁ ପାଇଥିଲା ଯେ ଅସଦ ଏରିଆ ଛାଡ଼ି ଚାଲିଯିବାକୁ ଯୋଜନା କରିଥିଲା। ଏଥିପାଇଁ ସେ ସହଯୋଗୀଙ୍କୁ ଠାରୁ ଟଙ୍କା ଆଣୁଥିଲା। ଏହାପରେ ପୁଲିସ ବ୍ୟାରିକେଡ୍ ଗଠନ କରି ଚେକ୍ ଅପରେସନ ଆରମ୍ଭ କରିଥିଲା। ପୁଲିସ ତାକୁ ଧରିବାକୁ ଚେଷ୍ଟା କଲା ବେଳେ ସେ ପୁଲିସ ଉପରେକୁ ଗୁଳଇ ଚଳାଇଥିଲା। ପୁଲିସର ପାଲଟା ଗୁଳିମାଡ଼ରେ ସେ ଆହତ ହୋଇଥିଲା। ତାକୁ ଡାକ୍ତରଖାନା ନେବା ପରେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏନକାଉଣ୍ଟର ସ୍ଥଳରୁ ଏକ ମୋଟରସାଇକେଲ ଏବଂ ଏକ ବନ୍ଧୁକ ଜବତ କରାଯାଇଛି ବୋଲି ବୋଲି ଜୟସ୍ୱାଲ କହିଛନ୍ତି।

 

ହତ୍ୟାକାଣ୍ଡରେ ସମ୍ପୃକ୍ତ ଯେଉଁ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ ହୋଇଛନ୍ତି ସେମାନେ ହେଲେ ନବାବ, ଫରହାନ ଏବଂ ଆତିଫ। ନବାବ ହେଉଛି ଅସଦର ବାପା।


କ’ଣ କହିଲେ ଅଭିଯୁକ୍ତ ?

ପଚରାଉଚରା ସମୟରେ ଅଭିଯୁକ୍ତ ଫରହାନ ତଦନ୍ତକାରୀ ଅଫିସରଙ୍କୁ କହିଛି ଯେ ମେ ୨୮ ତାରିଖ ଅପରାହ୍ନରେ ମୋଟରସାଇକେଲ ଚଲାଇବାକୁ ନେଇ ଅସଦ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ହୋଇଥିବା ବିତର୍କରୁ ବିବାଦ ଆରମ୍ଭ ହୋଇଥିଲା। ଝଗଡ଼ା ବିଷୟରେ ଜାଣିବା ପରେ, ସେ ଏବଂ ନବାବ ଅସଦଙ୍କ ସହ ମିଶି କିଶୋରଙ୍କୁ ପାନେ ଦେବାକୁ ଯୋଜନା କରିଥିଲେ।

ଫରହାନର ସୂଚନା ଅନୁସାରେ, ଅପରାହ୍ନ ସାଢ଼େ ତିନିଟା ବେଳେ ସୂର୍ଯ୍ୟଙ୍କ ସହ
ନବନୀତ ବିହାରରେ ଏମାନଙ୍କର ତର୍କ ହୋଇଥିଲା। ଫରହାନ ନିଜେ ଅସଦ ହାତକୁ ଛୁରି ବଢ଼ାଇଥିଲା। ଅସଦର ବାପା ନୱାବ ପୁଅକୁ ମତାଇଥିଲା ସୂର୍ଯ୍ୟକୁ ହତ୍ୟା କରିବାକୁ। ଆଜି ୟାର କାହାଣୀ ଶେଷ କରିଦେ ବୋଲି କହି ବାପା ନୱାବ ପୁଅ ଅସଦକୁ ଉସକାଇଥିଲା।

ଏହାପରେ ଅସଦ ସୂର୍ଯ୍ୟକୁ ଏକାଧିକ ଥର ଛୁରାମାଡ଼ କରିଥିଲା। ଫଳରେ ସୂର୍ଯ୍ୟ ପ୍ରତାପ ଆଘାତ ପାଇ ରାସ୍ତାରେ ପଡ଼ିଯାଇଥିଲେ। ତାଙ୍କୁ ମୃତ ଭାବି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।