ତେହେରାନ, ୦୬/୦୯ : ଭୟଙ୍କର ଦୁର୍ଘଟଣା । ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହେଲା ତେଲ ଟ୍ୟାଙ୍କର । ଜଳିଗଲେ ୧୦ରୁ ଅଧିକ ଲୋକେ । ଏପରି ଭୟଙ୍କର ଦୁର୍ଘଟଣା ଘଟିଛି ଇରାନର ପଶ୍ଚିମ ପ୍ରାନ୍ତରେ ।

ରିପୋର୍ଟ ଅନୁସାରେ, ଇରାନ ପଶ୍ଚିମ ପ୍ରାନ୍ତରେ ଥିବା ହାମେଦାନ୍-ସାନନଦଜ୍ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।ଜାତୀୟ ରାଜପଥ ଦେଇ ଯାଉଥିବା ଏକ ତେଲ ଟ୍ୟାଙ୍କର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହା ପରେ ଏଥିରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ଏହାର ବ୍ରେକିଂ ସିଷ୍ଟମ କାମ ନକରିବାରୁ ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।

Also Read :- ଯୁଦ୍ଧ ବନ୍ଦ କରିବା ମୁଡ୍ ରେ ନାହାଁନ୍ତି ପୁଟିନ ! ଆମେରିକା ପ୍ରତିନିଧିଙ୍କୁ କହିଦେଲେ ଶେଷ ନିଷ୍ପତ୍ତି

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୧୦ ଜଣ ପ୍ରାଣ ହରାଇଥିଲେ । ଏହାସହ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାରକାରୀ ଟିମ୍ ପହଁଚିଥିଲେ । ସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଥିଲା ।

ତେବେ ଇରାନରେ ଏପରି ଦୁର୍ଘଟଣା ନୂଆ ନୁହେଁ । ଅନେକ ସମୟରେ ଏଠାରେ ତୈଳ ଟ୍ୟାଙ୍କର ଦୁର୍ଘଟଣାର ଶିକାର ହୋଇଛି । ଖରାପ ରାସ୍ତା ଏବଂ ଟ୍ରାଫିକ୍ ସିଗନାଲ ପାଇଁ ପୂର୍ବରୁ ଅଘଟଣ ଘଟିଛି । ୨୦୧୮ରେ ସାନନଦଜରେ ଏକ ବସ ଏବଂ ତେଲ ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ୧୩ ଜଣ ପ୍ରାଣ ହରାଇଥିଲେ ।