Gutkha Eco-friendly Packaging: ଗୁଟକା କିମ୍ବା ପାନ ମସଲା ଭଳି ତମାଖୁ ପ୍ରଡକ୍ଟ ଏବେ ଆଉ ପ୍ଲାଷ୍ଟିକ୍ ପାଉଚ୍ରେ ଦେଖିବାକୁ ମିଳିବ ନାହିଁ। ଏଗୁଡ଼ିକଏବେ କାଗଜ, ପେପରବୋର୍ଡ,ସେଲ୍ୟୁଲୋଜ ଓ ଅନ୍ୟ ଇକୋଫ୍ରେଣ୍ଡଲି ମେଟେରିଆଲ୍‌ରେ ପ୍ୟାକ୍ କରାଯିବ। ଏନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ନିୟରେ ସଂଶୋଧନ କରିବାକୁ ଯାଉଛି। ମଙ୍ଗଳବାର ଏଫ୍ଏସଏସଆଇ 'ଖାଦ୍ୟ ସୁରକ୍ଷା ଏବଂ ମାନକ (ପ୍ୟାକେଜିଂ) ନିୟମାବଳୀ ୨୦୧୮ସଂଶୋଧନ ପାଇଁ ଏକ ଡ୍ରାଫ୍ଟ ନୋଟିଫିକେସନ ଜାରି କରିଛି।

"ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୨୬" ଡ୍ରାଫ୍ଟ ଉପରେ ଆଗାମୀ ୩୦ ଦିନ ପାଇଁ ଷ୍ଟେକହୋଲ୍ଡର ମାନଙ୍କ ଖୋଲାଖୋଲି ମତାମତ ଏବଂ ଆପତ୍ତି ରଖିବାକୁ ଆହ୍ୱାନ କରାଯାଇଛି। ଆପତ୍ତି ଓ ପରାମର୍ଶ ଆସିବା ପରେ ଏହାପରେ ବିଚାର କରି ନିୟମଗୁଡ଼ିକୁ ଚୂଡ଼ାନ୍ତ କରାଯିବ।

ବନ୍ଦ ହେବ ପ୍ଲାଷ୍ଟିକ ଓ ବିନାଇଲ ବ୍ୟବହାର

ନୂତନ ପ୍ରସ୍ତାବ ଅନୁଯାୟୀ, ଗୁଟଖା, ପାନ ମସଲା ଏବଂ ତମାଖୁର କୌଣସି ପ୍ୟାକେଜିଂରେ କୌଣସି ପ୍ରକାରର ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର କରାଯିବ ନାହିଁ। ବିନାଇଲ୍ ଆସେଟେଟ୍-ମେଲିକ ଏସିଡ୍-ଭିନାଇଲ୍ କ୍ଲୋରାଇଡ୍ କୋପଲିମର ଭଳି ରାସାୟନିକ ପଦାର୍ଥ ଥିବା ସାମଗ୍ରୀ ମଧ୍ୟ ନିଷିଦ୍ଧ କରାଯିବ।

Also Read- Chocolate Ice Cream Price Hike: ହର୍ମୁଜ ବନ୍ଦର ପ୍ରଭାବ; ବଢ଼ିପାରେ ଆଇସକ୍ରିମ ଓ ଚୋକୋଲେଟ୍ ଦାମ

କାଗଜ ଓ ସେଲ୍ୟୁଲୋଜ ପାଉଚ ଅପସନକୁ ଅନୁମତି

FSSAI ସୁପାରିଶ କରିଛି ଯେ ପାନ ମସାଲ ଓ ଗୁଟଖା ପ୍ୟାକେଜିଂରେ ପ୍ଲାଷ୍ଟିକ୍ ପାଉଚ୍ ବଦଳରେ କାଗଜ, କାର୍ଡବୋର୍ଡ ଏବଂ ସେଲୁଲୋଜ୍ ଭଳି ପ୍ରାକୃତିକ ସାମଗ୍ରୀ ବ୍ୟବହାର କରାଯିବା ଉଚିତ। ନିୟାମକ କହିଛନ୍ତି ଯେ ଏହି ସାମଗ୍ରୀଗୁଡ଼ିକ ଖାଦ୍ୟ ଏବଂ ପାନୀୟ ପ୍ୟାକେଜିଂ ପାଇଁ ସମ୍ପୂର୍ଣ୍ଣ ନିରାପଦ। ଏହା ବ୍ୟତୀତ, କମ୍ପାନୀଗୁଡ଼ିକ ପାଇଁ ଏହି ନୂଆ ସାମଗ୍ରୀ ଗ୍ରହଣ କରିବା ଏବଂ ବ୍ୟବହାର କରିବା ସହଜ ହେବ।

ପୂର୍ବପରି କାଚ ଓ କେଣ୍ଟନର ପ୍ୟାକ୍ ଜାରି ରହିବ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ଅନୁଯାୟୀ, ଯେଉଁ ନିର୍ମାତାମାନେ ପାଉଚ୍ ବଦଳରେ ଟିନ୍ କିମ୍ବା କାଚ ପାତ୍ର ବ୍ୟବହାର କରୁଛନ୍ତି ସେମାନେ ଏହା ଜାରି ରଖିପାରିବେ।ଏଥିରେ ନିର୍ମାତାମାନଙ୍କୁ ସେମାନଙ୍କର ବାଣିଜ୍ୟିକ ଆବଶ୍ୟକତା ପୂରଣ କରିବା ପାଇଁ କୋହଳ ପ୍ରଦାନ କରାଯିବ,ଯଦି ସେମାନେ ନିୟାମକ ଢାଞ୍ଚା ମଧ୍ୟରେ ରହିବେ ତେବେ ଏହି କୋହଳ ମିଳିପାରିବ।