କରଞ୍ଜିଆ ୨୫।୯: ଧରାହେଲା ଘରେ ପଶିଥିବା ମହାବଳ । ଗୁରୁବାର ରାତିରୁ କରଞ୍ଜିଆ ବନଖଣ୍ଡ ଖପରଖାଇ ଗାଁରେ ଜଣଙ୍କ ଘରେ ପଶି ଯାଇଥିଲା ମହାବଳ ବାଘ । ୧୩ ଘଣ୍ଟା ପରେ ଘର ଭିତରୁ ବାଘକୁ ଉଦ୍ଧାର କରିଛନ୍ତି ବନ କର୍ମଚାରୀ । ବାଘକୁ ଉଦ୍ଧାର କରି ଠାକୁରମୁଣ୍ଡା ବନ୍ୟପ୍ରାଣୀ ରେଞ୍ଜ କାର୍ଯ୍ୟାଳୟକୁ ନେଇଛି ବନ ବିଭାଗ । ଜଣେ ବ୍ୟକ୍ତିଙ୍କ ଖାଲି ଘର ଭିତରେ ବାଘ ପଶି ଯାଇଥିଲା । ଯାହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଥିଲେ । ଲୋକେ ଘରକୁ ତାଲା ପକାଇ ଦେଇଥିଲେ । ଖବର ପାଇ ବନ ବିଭାଗ ଘରକୁ ଚାରିପଟୁ ଘେରି ଉଦ୍ଧାର ପାଇଁ ଉଦ୍ୟମ ଚଳାଇଥିଲା । ଲୋକଙ୍କୁ ସତର୍କ ରହିବା ସହ ରାତିରେ ଏକାକୀ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଥିଲା ।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଖପରଖାଇ ଗାଁରେ ଦେଖାଦେଇଥିଲା ବାଘ ଆତଙ୍କ । ଘର ଭିତରେ ବାଘ ପଶିଥିବା ବେଳେ ବାହାରେ ଜଗିଥିଲେ ଲୋକେ । ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବାଘ ପଶିଯାଇଥିଲା । ଗୁରୁବାର ରାତିରେ ଗାଁରେ ବାଘ ବୁଲୁଥିବା ଦେଖି ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ । ଏନେଇ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ ।

Also Read:- MMDR ବିଲ୍କୁ ନେଇ ନବୀନଙ୍କ ଟାର୍ଗେଟ୍, ପୁନଃସମୀକ୍ଷା ପାଇଁ ଚାପ ପକାଇବ ବିଜେଡି

ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ତନାଘନା କରିଥିଲେ । ବାଘଟି ସେଠାରୁ ଚାଲିଯାଇଥିବା ବେଳେ ଗାଁର ଅନ୍ୟ ଜଣଙ୍କ ଘର ଭିତରେ ପଶି ରହିଥିବା ଜଣାପଡ଼ିଥିଲା । ବନ ବିଭାଗ ଟିମ୍ ଉପସ୍ଥିତ ଥିଲେ । ଏହି ଘଟଣାକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଥିଲେ । ଶେଷରେ ଦୀର୍ଘ ୧୩ ଘଣ୍ଟା ପରେ ବାଘଟିକୁ କାବୁ କରିଛନ୍ତି ବନ ବିଭାଗ କର୍ମଚାରୀ ।