ଭୁବନେଶ୍ବର ୨୫।୯: MMDR ବିଲ୍ ପ୍ରସଙ୍ଗରେ ଟାର୍ଗେଟ୍ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଲେ, ୨୦ ବିଜେପି ସାଂସଦ ଚୁପ୍ ରହିଲେ ଓ ସମର୍ଥନ କଲେ । ଏହାର ପୁନଃ ସମୀକ୍ଷା ପାଇଁ ସରକାରଙ୍କ ଉପରେ ଚାପ ପକାଇବ ବିଜୁ ଜନତା ଦଳ । ଏହା ରାଜ୍ୟ ରାଜସ୍ୱ ପାଇଁ ବଡ କ୍ଷତି ଆଣିବ ।

ସେପଟେ MMDR ପ୍ରସଙ୍ଗରେ ସବୁ ମନ୍ତ୍ରୀଙ୍କ ଚାମ୍ବରରେ ଲିଫଲେଟ ବାଣ୍ଟିଲା ବିଜେଡି । ଏହା ସହ ଏହି ପ୍ରସଙ୍ଗରେ ସାଧାରଣ ଲୋକଙ୍କୁ ସଚେତନ କରୁଛି ବିଜେଡି । AG ଛକରେ ବିଜେଡି ନାରାବାଜି କରିବା ସହ ଲୋକଙ୍କୁ ଲିଫଲେଟ ବାଣ୍ଟୁଛନ୍ତି ନେତା ।

Also Read:- SIR ପ୍ରସଙ୍ଗ: CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ

ସେପଟେ, ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ଗୃହରେ MMDR ପ୍ରସଙ୍ଗରେ ବିଜେଡି, କଂଗ୍ରେସର ହୋହଲ୍ଲା । ଗୃହ ମଧ୍ଯଭାଗରେ ପ୍ଲାକାର୍ଡ ଧରି ନାରାବାଜି। ଫଳରେ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ଉପ ବାଚସ୍ପତି । ଏହାପରେ ଗୃହ ବାହାରେ ମଧ୍ଯ ବିରୋଧୀ ପ୍ରତିବାଦ କରିଛନ୍ତି । ବିଧାନସଭାରୁ ବାହାରି ମାର୍ଚ୍ଚ କରିଛନ୍ତି ବିଜେଡି ସଦସ୍ୟମାନେ । MMDR ପ୍ରତ୍ୟାହାର ଦାବିରେ ବିରୋଧୀ ବିଜେଡି ଓ କଂଗ୍ରେସର ପ୍ରତିବାଦ । ବିଧାନସଭା ପରିସରରେ ବ୍ୟାନର ପିନ୍ଧି କଂଗ୍ରେସ ବିଧାୟକ ମାନେ ପ୍ରତିବାଦ କରିଥିଲେ । ସେପଟେ ପ୍ଲାକାର୍ଡ ଓ ପୋଷ୍ଟର ଧରି ଏଜି ଛକରେ ବିଜେଡି ବିଧାୟକମାନେ ନାରାବାଜି କରିଛନ୍ତି ।