ଯାଜପୁର ୧୬।୮: ଯାଜପୁରରେ ବିପଦ ସଂକେତ ଟପିଲା ବୈତରଣୀ ନଦୀର ବନ୍ୟାଜଳ । ଗତକାଲି ନଦୀର ଜଳସ୍ତର କମିଥିବା ବେଳେ ଆଜି ପୁଣି ନଦୀର ଜଳସ୍ତର ବଢ଼ିଛି । ଯାହାକୁ ନେଇ ବନ୍ୟା ବିପନ୍ନଙ୍କ ମନରେ ଛନକା ପଶିଛି ।

ସେପଟେ କାଣି ନଦୀରେ ପୂର୍ବରୁ ଘାଇ ସୃଷ୍ଟି ହୋଇ ପାଣିଘେରରେ ଥିବା ଲୋକମାନଙ୍କ ଚିନ୍ତା ବଢ଼ିଛି । ପାଟଣା ନିକଟରେ କାଣି ବନ୍ଧରେ ଆଉ ଏକ ଘାଇ ହେବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ସେହିପରି ଦଶରଥପୁରର ଦୁଦୁରା ଅଣ୍ଟା ନିକଟ କୁଆଁର ଠାରେ ବୈତରଣୀ ନଦୀ ବନ୍ଧ ୫୦ ଫୁଟ ଧଶି ଯାଇଛି । ଘରର ଛାତ ଉପରେ ଆଶ୍ରୟ ନେଇଥିବା ୩୦ରୁ ଅଧିକ ଲୋକଙ୍କୁ ଅଗ୍ନିଶମ ଟିମ୍ ଉଦ୍ଧାର କରିଛି । ଦଶରଥପୁର ଅଞ୍ଚଳର ଅନେକ ଗାଁ ପାଣି ଘେରରେ ରହିଛି । ସେମାନଙ୍କୁ ଉଦ୍ଧାର କରିବା କାମରେ ଲାଗିଛନ୍ତି ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ।