କେନ୍ଦୁଝର ୨୯।୭: ଲଗାଣ ବର୍ଷାରୁ ବନ୍ୟା ସ୍ଥିତି ଭିତରେ କେନ୍ଦୁଝରରୁ ଏକ ଦୁଃଖଦ ଏବଂ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଲଗାଣ ବର୍ଷାରେ ଜଳବନ୍ଦୀ ହୋଇଥିବା ଏକ ପରିବାରକୁ ସହାୟତା କରିବାକୁ ଯାଇ ନିଜ କର୍ତ୍ତବ୍ୟ ପାଳନ ବେଳେ ଜଣେ ଅଗ୍ନିଶମ କର୍ମଚାରୀଙ୍କ ଜୀବନ ଚାଲିଯାଇଛି । ପାଣି ନିଷ୍କାସନ କରୁଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ସେ ଗୁରୁତର ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଜନସେବା କରୁ କରୁ ଜଣେ ସାହସୀ ଅଗ୍ନିବୀରଙ୍କ ଏଭଳି ମୃତ୍ୟୁ ସମଗ୍ର ଜିଲ୍ଲାକୁ ଶୋକାକୁଳ କରିଦେଇଛି ।