ଭୁବନେଶ୍ୱର ୨୧।୦୩ : ମୃତଦେହ ରଖି ଭୁବନେଶ୍ୱର OSRTC ଅଫିସ ସମ୍ମୁଖରେ ପ୍ରତିବାଦ । ଡ୍ରାଇଭରଙ୍କ ମୃତ୍ୟୁ ପ୍ରତିବାଦରେ ଚାଲିଛି ଆନ୍ଦୋଳନ । କ୍ଷତିପୂରଣ ଦାବିରେ ମୃତ ଡ୍ରାଇଭର ପ୍ରମୋଦ କୁମାର ମହାପାତ୍ର ପରିବାର ପକ୍ଷରୁ ଧାରଣାରେ ବସିଛନ୍ତି।

Also Read:- ମେଡିସିନ୍ ଆଣିବାକୁ ଯାଉଥିଲେ, ବିଚ୍ ରାସ୍ତାରେ ପ୍ରଧାନ ଶିକ୍ଷୟତ୍ରୀ ଏବଂ ଓ୍ୱାର୍ଡେନଙ୍କୁ ହାଣିଲେ ଦୁର୍ବୃତ୍ତ

ଖବର ଅନୁଯାୟୀ, ପୁରୀରୁ କଲିକତା ଅଭିମୁଖେ ଯାଉଥିଲା OSRTC ବସ୍। ଦୁଇଜଣ ଡ୍ରାଇଭର ବସରେ ଥିଲେ । ପ୍ରମୋଦ ସାମାନ୍ୟ କ୍ଲାନ୍ତ ଅନୁଭବ କରିବାରୁ ଫ୍ରେସ ହେବାକୁ ଯାଇଥିଲେ । ଏହି ସମୟରେ ରାସ୍ତା ପାର୍‌ ହେବା ସମୟରେ ଏକ ବାଇକ ଜୋରଦାର ଧକ୍କା ଦେଇଥିଲା । ଯାହା ଫଳରେ ପ୍ରମୋଦଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପ୍ରମୋଦ ମହାପାତ୍ରଙ୍କ ତିନି ଝିଅ ଓ ଜଣେ ପୁଅ ଅଛନ୍ତି । ଦୁର୍ଭାଗ୍ୟର କଥା ଯେ ଦୁର୍ଘଟଣା ଘଟିଥିବା ସ୍ଥାନରେ ସଂସ୍ଥା ତରଫରୁ କୌଣସି ଅଧିକାରୀ ପହଞ୍ଚି ପାରିନଥିଲେ । ପରିବାର ଲୋକଙ୍କୁ କୌଣସି ଖବର ବି ଦିଆଯାଇନଥିଲା। ଗତ ୧୯ ତାରିଖରୁ ଦୁର୍ଘଟଣା ଘଟିଥିବା ବେଳେ ବର୍ତ୍ତମାନ ଯାଏ ସଂସ୍ଥା ପକ୍ଷରୁ କୌଣସି କ୍ଷତିପୂରଣ ଦିଆଯାଇନାହିଁ । ଏପିରିକି ସଂସ୍ଥା ପକ୍ଷରୁ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଆସି ମଧ୍ୟ ପରିବାର ସହିତ ଏସଂପର୍କରେ କୌଣସି କଥା ହୋଇନାହାନ୍ତି ।

Also Read:-Maoist : ଦେଶକୁ ମାଓ ମୁକ୍ତ କରିବାକୁ ଆଉ ୧୦ ଦିନ ବାକି, ଶୀଘ୍ର ଆତ୍ମସମର୍ପଣ, ନହେଲେ ଏନକାଉଣ୍ଟର !

ସେପଟେ ଦୁର୍ଘଟଣା ଦିନ ପଶ୍ଚିମବଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ପଶ୍ଚିମବଙ୍ଗର ଏକ ସରକାରୀ ଚିକିତ୍ସାଳୟରେ ପ୍ରମୋଦଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଏକ୍ଷତିପୂରଣ ଦାବିରେ ପରିବାର ଲୋକେ ଭୁବନେଶ୍ୱର ସ୍ଥିତ OSRTC କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି । ଯେପର୍ଯ୍ୟନ୍ତ ନ୍ୟାୟ କିମ୍ବା କ୍ଷତିପୂରଣ ମିଳିନାହିଁ , ସେପର୍ଯ୍ୟନ୍ତ ଧାରଣାରୁ ହଟିବୁନାହିଁ ବୋଲି ପରିବାର ପକ୍ଷରୁ କୁହାଯାଇଛି ।

Watch Video:-