ବାଲେଶ୍ୱର ୨୧।୦୩ : ବିଚ୍ ବଜାରରେ ହଣାକଟା । ପ୍ରଧାନ ଶିକ୍ଷୟତ୍ରୀ ଏବଂ ଓ୍ୱାର୍ଡେନଙ୍କୁ ବିଚ୍ ରାସ୍ତାରେ ହାଣିଲେ ଦୁର୍ବୃତ୍ତ । ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପ୍ରଧାନ ଶିକ୍ଷୟତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଓ୍ୱାର୍ଡେନଙ୍କର ମୃତ୍ୟୁ ହୋଇଯାଇଛି । ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଗଡ଼ଦେଉଳିଆ ଛକରେ ଘଟିଛି ଘଟଣା ।

  • ବିଚ୍‌ ରାସ୍ତାରେ ହାଣିଲେ ଦୁର୍ବୃତ୍ତ

  • ମେଡିସିନ ପାଇଁ ଯାଉଥିଲେ ପ୍ରଧାନଶିକ୍ଷୟତ୍ରୀ ଏବଂ ଓ୍ୱାର୍ଡେନ

  • ବର୍ତ୍ତମାନ ଯାଏଁ କାରଣ ଅସ୍ପଷ୍ଟ ରହିଛି 

Also Read:-ED ହାତରେ ଲାଗିଲା ୨୨ ହଜାର କୋଟିର ସମ୍ପତ୍ତି, PACL ମାମଲାରେ ସବୁଠୁ ବଡ଼ କାର୍ଯ୍ୟାନୁଷ୍ଠାନ

ଖବର ଅନୁଯାୟୀ, ଶୁକ୍ରବାର ବୈଶିଙ୍ଗା ଥାନା ଗଡ଼ଦେଉଳିଆ ଛକ ଠାରୁ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ଜାତୀୟ ରାଜପଥର ଏକ ଘରୋଇ ସ୍କୁଲ ନିକଟରେ ଘଟିଛି ଅଘଟଣ । ପ୍ରଧାନ ଶିକ୍ଷୟତ୍ରୀଙ୍କ ଦେହ ଖରାପ ଥିବାରୁ ସେ ସ୍କୁଲ ଶେଷ ପରେ ଓ୍ୱାର୍ଡେନଙ୍କ ସହ ଗାଡ଼ିରେ ଯାଉଥିଲେ । ନିକଟରେ ଥିବା ମେଡିସିନ ଦୋକାନକୁ ଔଷଧ ଆଣିବାକୁ ଯାଉଥିଲେ । ହେଲେ ବିଦ୍ୟାଳୟ ଠାରୁ ଶହେ ମିଟର ଦୂରରେ ଦୁର୍ବୃତ୍ତ ଆସି ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଯେଉଁଥିରେ ପ୍ରଧାନ ଶିକ୍ଷୟତ୍ରୀ ରକ୍ତାକ୍ତ ହୋଇଥିବା ବେଳେ ଓ୍ୱାର୍ଡେନ ମଧ୍ୟ ଗୁରୁତର ହୋଇଥିଲେ । ଏହାପରେ ତୁରନ୍ତ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳକୁ ହୋଇସାରିଥିଲା ବହୁ ବିଳମ୍ବ । ମେଡିକାଲରେ ଓ୍ୱାର୍ଡେନଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଚିକିତ୍ସା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଆକ୍ରମଣର ସଠିକ କାରଣ ଜଣାପଡିନଥିବା ବେଳେ ପୋଲିସ ଘଟଣାର ଛାନ୍ଭିନ୍ ଜାରି ରଖିଛି ।

ଅନ୍ୟପଟେ ମୃତକଙ୍କ ପରିଚୟ ପୋଲିସର ହସ୍ତଗତ ହୋଇଛି। ମୃତକ ବଡ଼ସାହି ଥାନା ମାଣତ୍ରୀ ଫାଣ୍ଡି ଅନ୍ତର୍ଗତ ଧନାପାଲି ଅଞ୍ଚଳର ସନ୍ୟାସୀ ଦାସ (୫୦ ବର୍ଷ) ହୋଇଥିବା ବେଳେ ଆହତ ପ୍ରଧାନଶିକ୍ଷୟତ୍ରୀ ହେଲେ କାଦମ୍ବିନୀ ରାଉତ ( ୭୦ ବର୍ଷ ) ବୋଲି ଜଣାପଡିଛି ।