ଭୁବନେଶ୍ୱର ୨୧।୦୩ : ମାର୍ଚ୍ଚ ୩୧ ଡେଡ୍‌ଲାଇନ୍‌ । ଦେଶରେ ମାଓବାଦୀ କାର୍ଯ୍ୟକଳାପ ଶେଷ ପାଇଁ ଏହି ସମୟ ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାରମ୍ବାର ଆହ୍ବାନ ଦେବା ସହ ଚେତାବନୀ ଦେଉଛନ୍ତି। ଏସବୁ ମଧ୍ୟରେ ବହୁ ଜଣାଶୁଣା ମାଓ ନେତା ଏନକାଉଣ୍ଟରରେ ପ୍ରାଣ ହରାଇଲେଣି କିମ୍ବା ଆତ୍ମସମର୍ପଣ କରିଲେଣି। ତଥାପି କିଛି ଟପ୍ ମାଓ ନେତା ଏବେବି ସକ୍ରିୟ ରହିଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାରେ ସକ୍ରିୟ ରହିଛି ମାଓବାଦୀ ଶୁକ୍ରୁ।

Also Read:-Mao leader press release: ସଂଗଠନ କେବେ ବିଲୁପ୍ତ ହେବନି, ସଂଘର୍ଷକୁ କେବେ ଭୁଲି ହେବ ନାହିଁ'

ଲାଲବାହିନୀ ଲାଲଗଡ଼ ଛାଡ଼। ଗୋଟିଏ ପଟେ ଆତ୍ମସମର୍ପଣ କଲେ ସବୁ ସୁରକ୍ଷାର ଆଶ୍ବାସନା। ଅନ୍ୟପଟେ ଏନକାଉଣ୍ଟରର ଚେତାବନୀ। ମାର୍ଚ୍ଚ ୩୧ ଶେଷ ତାରିଖ । ହାତରେ ଆଉମାତ୍ର ୧୦ ଦିନ। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କେନ୍ଦ୍ର ସରକାର ଦେଶରେ ମାଓ କାର୍ଯ୍ୟକଳାପ ଶେଷ କରିବା ପାଇଁ କେନ୍ଦ୍ର ଅଲ୍ଟିମେଟମ ଦେଇଥିବା ବେଳେ ଏବେବି ସକ୍ରିୟ ରହିଛନ୍ତି ବହୁ ଟପ୍ ମାଓ ନେତା। ଏମାନଙ୍କ ଭିତରେ ଓଡ଼ିଶାର ମାଓନେତା ଶୁକ୍ରୁକୁ ଅପେକ୍ଷା। କନ୍ଧମାଳରେ ସକ୍ରିୟ ରହିଛି ଶୁକ୍ରୁ। ଘର ମାଲକାନଗିରି ଜିଲ୍ଲାରେ। ମାଓ ନେତା ଅନ୍ବେଷର ହତ୍ୟା ଷଡ଼ଯନ୍ତ୍ରରେ ଶୁକ୍ରୁ ରହିଥିବା ସନ୍ଦେହ କରାଯାଉଛି। ତା ମୁଣ୍ଡ ଉପରେ ରହିଛି ୫୫ ଲକ୍ଷ ଟଙ୍କାର ପୁରସ୍କାର। ଶୁକ୍ରୁ ଏବଂ ସିଲା ସମେତ ୧୧ କ୍ୟାଡର କନ୍ଧମାଳ ଜଙ୍ଗଲରେ ସକ୍ରିୟ ରହିଛନ୍ତି। କନ୍ଧମାଳ, ରାୟଗଡ଼ା ଏବଂ କଳାହାଣ୍ଡିରେ ସକ୍ରିୟ ମାଓ ବାଦୀଙ୍କୁ ଘେରିବା ପାଇଁ ପୋଲିସ ବଡ଼ ରଣନୀତି ପ୍ରସ୍ତୁତ କରିଥିବା କହିଛନ୍ତି ପୋଲିସ ଡିଜି। ଆତ୍ମସମର୍ପଣ କଲେ ସେମାନଙ୍କ ପାଇଁ ସମସ୍ତ ଥଇଥାନ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ ରହିଛି।

  • ଲାଲବାହିନୀ ଲାଲଗଡ଼ ଛାଡ଼

  • ଗୋଟିଏ ପଟେ ଆତ୍ମସମର୍ପଣ କଲେ ସବୁ ସୁରକ୍ଷାର ଆଶ୍ବାସନା

  • ଅନ୍ୟପଟେ ଏନକାଉଣ୍ଟରର ଚେତାବନୀ

  • ମାର୍ଚ୍ଚ ୩୧ ଆତ୍ମସମର୍ପଣର ଶେଷ ତାରିଖ

  • ହାତରେ ଆଉମାତ୍ର ୧୦ ଦିନ

ହାତରେ ଆଉ ମାତ୍ର ୧୦ ଦିନ। ଏବେବି ଦେଶର କିଛି ଟପ୍ ମାଓ ନେତା ସକ୍ରିୟ ରହିଛନ୍ତି। ଶୁଣାଯାଉଛି ସେମାନେ ବି ଏବେ ମୁଖ୍ୟ ସ୍ରୋତକୁ ଫେରି ଆସିବାକୁ ଅପେକ୍ଷାରେ ରହିଛନ୍ତି। ଏମାନଙ୍କ ମଧ୍ୟରେ ରହିଛି ଗଣପତି, ମୁପ୍ପାଲା ଲକ୍ଷ୍ମ ରାଓ। ପଲିଟିବ୍ୟୁରୋ ସଦସ୍ୟ। ମୁଣ୍ଡ ଉପରେ ଅଢ଼େଇ କୋଟି ଟଙ୍କାର ପୁରସ୍କାର ରହିଛି। ଶୁଣାଯାଉଛି ଗଣପତି ଆତ୍ମସମର୍ପଣ କରିପାରେ।

ସେହିପରି ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ସକ୍ରିୟ ରହିଛି ମିସିର ବେସ୍ରା ଓରଫ ସାଗର ଓରଫ ଭାସ୍କର ମୁଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ରହିଛି। ମାଡଭି ହିଡମା। ଅନେକ ଥର ଶୁଣାଯାଇଛି ହିଡମା ଏନକାଉଣ୍ଟରରେ ପ୍ରାଣ ହରାଇଛି। ତଥାପିବି ଏହା ସ୍ପଷ୍ଟ ହୋଇନାହିଁ। କଦାରି ସତ୍ୟନାରାୟଣ ରେଡ୍ଡି ଓରଫ କୋସା। ଏକାଧିକ ଜୋନରେ ମାଓ ଅପରେସନ ଚଳାଉଥିବା ଲାଲ ନେତାଙ୍କ ମଧ୍ୟରୁ ଜଣେ। ଏମିତି ଆହୁରି କିଛି ମାଓ ନେତା ସକ୍ରିୟ ଅଛନ୍ତି। ଯେଉଁମାନଙ୍କ ପାଇଁ ସମୟ ସରିସରି ଆସୁଛି। ମାର୍ଚ୍ଚ ୩୧ରେ କେନ୍ଦ୍ର ସରକାର ଘୋଷଣା କରିବେ ଦେଶ ମାଓ ମୁକ୍ତ ହୋଇଛି। ଏହା ପରେ ବି ଯଦି କେହି ସକ୍ରିୟ ରହିବେ ତେବେ ଏହା ଉଭୟଙ୍କ ପାଇଁ ଏକ ଚ୍ୟାଲେଞ୍ଜ।

Watch Video:-