ରାଇରଙ୍ଗପୁର ୧୫।୬: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଅଭିଯୋଗ ମୁତାବକ, ଦୁଇ ଭଉଣୀ ଗାଁ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ୪ ଜଣ ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ବଳପୂର୍ବକ ସାନ ଭଉଣୀଙ୍କୁ ସେଠାରୁ ଉଠାଇ ନେଇଥିଲେ। ନାବାଳିକାଙ୍କୁ ନିଶାଦ୍ରବ୍ୟ ଦେଇ ଚାରି ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ଅତି ଅମାନୁଷିକ ଭାବେ ତାଙ୍କୁ ଗାଁ ନିକଟରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ ଅଭିଯୁକ୍ତ। ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ତେବେ ଏହି ଘଟଣାକୁ ନେଇ ଏବେ ସସପେନ୍ସ ବଢ଼ିବାରେ ଲାଗିଛି । ପରିବାର ଲୋକଙ୍କ କହିବା କଥା, ସେମାନେ ଏ ସମ୍ପର୍କରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ଅପରପକ୍ଷରେ ଟାଉନ ଥାନା ଆଇଆଇସି ଜ୍ୟୋତି ପ୍ରକାଶ ସ୍ୱାଇଁ ଥାନାରେ କୌଣସି ଅଭିଯୋଗ ହୋଇନଥିବା କହିଛନ୍ତି।

Also Read:- ଚର୍ଚ୍ଚିତ ସରପଞ୍ଚ ଚାମେଲିଙ୍କୁ ଭେଟିଲେ ସୋଫିଆ, ସମ୍ପୃକ୍ତ ବିଡିଓଙ୍କ ନିଲମ୍ବନ ଦାବି

ସେପଟେ ମୟୂରଭଞ୍ଜ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କହିଛନ୍ତି ଆଲଗା କଥା। ତାଙ୍କ ବିବୃତ୍ତି ଅନୁସାରେ ପୀଡ଼ିତାଙ୍କ ବଡ ଭଉଣୀ ତାଙ୍କ ପୁରୁଷ ବନ୍ଧୁଙ୍କୁ ଦେଖା କରିବାକୁ ଯାଇଥିବା ବେଳେ ପୁରୁଷ ବନ୍ଧୁଙ୍କ ସାଙ୍ଗ ପୀଡ଼ିତାଙ୍କୁ ଜଙ୍ଗଲ ଭିତରକୁ ନେଇ ଅନେକ ସମୟ ପର୍ଯ୍ୟନ୍ତ ନଫେରିବାରୁ ପୁରୁଷ ବନ୍ଧୁ ତାଙ୍କ ଦୁଇ ସାଙ୍ଗଙ୍କୁ ଡାକି ଖୋଜାଖୋଜି କରିଥିଲେ। ପରେ ସମସ୍ତେ ତାଙ୍କୁ ପାଇବା ପରେ ନେଇ ଘରେ ଛାଡିଥିଲେ।

ତେବେ ପରିବାର ଲୋକେ ଗିରଫ ଦାବି କରୁଥିବା ବେଳେ ପୋଲିସ ପାଖରେ ଅଭିଯୋଗ ନହେବା କେଉଁଠି ନା କେଉଁଠି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପ୍ରକୃତରେ ଘଟଣା ପଛର ସତ କ’ଣ, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

Watch Video: