ଭୁବନେଶ୍ୱର ୧୫।୬: କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲରେ ପହଞ୍ଚି ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ଭେଟିଲେ ବିଧାୟିକା ସୋଫିଆ ଫିର୍ଦ୍ଦୋସ l ଓଡ଼ିଶା ଜନତା କଂଗ୍ରେସର ଏକ ପ୍ରତିନିଧି ଦଳ ସହିତ ସୋଫିଆ ଚାମେଲିଙ୍କୁ ଭେଟି ଆଲୋଚନା କରିଥିଲେ l ତେବେ ପୋଲିସର ବଡି କ୍ୟାମେରାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୋଫିଆ l ଏହାଦ୍ୱାରା ଚାମେଲିଙ୍କ ପ୍ରାଇଭେସି ନଷ୍ଟ ହେଉଥିବା ସେ ଅଭିଯୋଗ କରିଛନ୍ତି l ତେବେ ଘଟଣାରେ ସମ୍ପୃକ୍ତ ବିଡିଓଙ୍କ ନିଲମ୍ବନ ଦାବି କରିବା ସହ ଚାମେଲିଙ୍କ ବିରୁଦ୍ଧରେ ଲାଗିଥିବା ଦଫା କୋହଳ ପାଇଁ  ସେ ଦାବି କରିଛନ୍ତି l

ଗତ ୧୦ ତାରିଖରେ ନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଚାମେଲି ଓଝା ମହାକାଳପଡ଼ା BDOଙ୍କୁ ଭେଟିବା ପାଇଁ ଯାଇଥିଲେ l BDOଙ୍କ ସହିତ ଆଲୋଚନା ଚାଲିଥିଲା ବେଳେ ଚାମେଲିଙ୍କ ଭାଇ ଏହାର ଭିଡ଼ିଓ କରିବାକୁ ନେଇ ଆରମ୍ଭ ହୋଇଥିଲା ବିବାଦ l BDOଙ୍କ ଚାମ୍ବର ଥିବା କିଛି ରାଜନୈତିକ ବ୍ୟକ୍ତି ଚାମେଲିଙ୍କୁ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି l ମହାକାଳପଡ଼ା ପୋଲିସ ମଧ୍ଯ ତାଙ୍କୁ ମାଡ ମାରିଥିବା ଚାମେଲି ଅଭିଯୋଗ କରିଥିଲେ l

Also Read:- ସୋମନାଥ ସ୍ୱାଭିମାନ ଯାତ୍ରାର ଶୁଭାରମ୍ଭ, ୧୧୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କୁ ନେଇ ଗୁଜରାଟ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍

ତେବେ ମହାକାଳପଡ଼ା BDO ଓ ପୋଲିସର ଅଭିଯୋଗ ଆଧାରରେ ଚାମେଲି ଓଝା ଏବଂ ତାଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଗିରଫ କରିଛି ପୋଲିସ l ଅନ୍ୟପକ୍ଷରେ ଏହି ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ଚାମେଲି ଓଝା l