ଭଦ୍ରକ ୮।୪: ହାଇକୋର୍ଟ ରହିତାଦେଶ ପରେ ବି ଲାଗୁଛି ଉଚ୍ଛେଦ ନୋଟିସ୍ । ରହିତାଦେଶ ଥିବା ସତ୍ତ୍ୱେ ମଧ୍ୟ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ଘର ଭାଙ୍ଗିବା ନେଇ ନୋଟିସ୍ ପରେ ଅଭିଯୋଗ । ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଭିଯୋଗକାରୀ । ଭଦ୍ରକ ଜିଲ୍ଲା ବନ୍ତ ପ୍ରଶାସନ ଜଣେ ପରିବାରର ଘର ଭାଙ୍ଗିବାକୁ ବାରମ୍ବାର ନୋଟିସ୍ କରୁଥିବା ଅଭିଯୋଗ ହୋଇଛି ।

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ କେନ୍ଦୁଆପଦା ଚିକିତ୍ସାଳୟ ନିକଟରେ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ହେବ ଭୂମିହୀନ ମନୋରଞ୍ଜନ କର ଓ ତାଙ୍କ ପରିବାର ଘର କରି ରହି ଆସୁଛନ୍ତି । କେବଳ ମନୋରଞ୍ଜନ ନୁହନ୍ତି ସଂପୃକ୍ତ ପ୍ଲଟରେ ମଧ୍ୟ ଆଉ କେତେକ ବ୍ୟକ୍ତି ବ୍ୟବସାୟିକ ପ୍ରତିଷ୍ଠାନ ତିଆରି କରିଛନ୍ତି । ମାତ୍ର ବିଗତ କିଛି ମାସ ହେବ ମନୋରଞ୍ଜନଙ୍କୁ ସଂପୃକ୍ତ ଜାଗା ଖାଲି କରିବାକୁ ବନ୍ତ ପ୍ରଶାସନ ନୋଟିସ୍ କରିଚାଲିଛି । ପରେ ଘଟଣାକୁ ନେଇ ଅଭିଯୋଗ ପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି ବୋଲି ମନୋରଞ୍ଜନ କହିଛନ୍ତି ।

Also Read:- Child Snatched from Mother's Lap: ମାଆ କୋଳରେ ଶୋଇଥିଲା ୪ ମାସର ଶିଶୁ ପୁତ୍ର, ଆଖି ଖୋଲିଲା ବେଳକୁ ଗାଏବ

ମାତ୍ର ସବୁ ପରେ ବି ସଂପୃକ୍ତ ପରିବାରକୁ ବନ୍ତ ତହସିଲ ପକ୍ଷରୁ ପୁନଃ ଉଚ୍ଛେଦ ପାଇଁ ନୋଟିସ୍ କରାଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ତ୍ୱରିତ ନ୍ୟାୟ ପାଇଁ ନିବେଦନ କରିଛନ୍ତି । ଗୋଟିଏ ସରକାରୀ ପ୍ଲଟରେ ଅନ୍ୟମାନେ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଚଳାଇଥିବା ବେଳେ କେବଳ ଆମକୁ କାହିଁକି ଏକ ନିର୍ଦ୍ଧିଷ୍ଟ ଘର ଭାଙ୍ଗିବା ନୋଟିସ୍ ଦିଆଯାଉଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମନୋରଞ୍ଜନ ।