ସମ୍ୱଲପୁର ୧୮/୦୩: ଦୁର୍ଦ୍ଦାନ୍ତ ଅପରାଧୀ । ଛିଡା କରିଥିଲା ବିରାଟ ଅପରାଧର ସାମ୍ରାଜ୍ୟ । ପୋଲିସ ଆଖିରେ ଧୁଳି ପକାଇ ଗଡାଇ ଚାଲିଥିଲା ଥାନାରେ ମାମଲା । ଥରେ କି ଦୁଇ ଥର ନୁହେଁସ ବାରମ୍ୱାର । ହେଲେ ସବୁଦିନ ନଥାଏ ଚୋର ଘର ଅନ୍ଧାର । ଦିନେ ନା ଦିନେ ହାବୁଡରେ ପଡିବାର ଥିଲା ଭୟ । ଠିକ୍ ସେମିତି ହେଲା । ପୋଲିସ ହାତରୁ ଖସିପାରିଲାନି ଟିମା ।

ଜଙ୍ଗଲରେ ଲୁଚିଥିବା ବେଳେ ପୋଲିସ ଗୁଳିର ହେଲା ଶିକାର । ଡାହାଣ ଗୋଡରେ ବାଜିଛି ଗୁଳି । ଏବେ ହସ୍ପିଟାଲରେ ଚିକିତ୍ସିତ । ସମ୍ୱଲପୁରରେ ଆତଙ୍କ ଖେଳାଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଓରଫ୍ ଧନେଶ୍ୱର ଝାଙ୍କରଙ୍କୁ ଏନକାଉଣ୍ଟର କରିଛି ପୋଲିସ । ଏହାସହ ତାର ୩ ସହଯୋଗୀଙ୍କୁ ବି ଗିରଫ କରିଛି ପୋଲିସ । ତା ନାଁରେ କେବଳ ସମ୍ୱଲପୁର ନୁହେଁ ବିଭିନ୍ନ ଜିଲ୍ଲାରେ ରହିଛି ୪୦ରୁ ଅଧିକ ଅପରାଧୀକ ମାମଲା ।

also read...

ସାମାନ୍ୟ ବଚସାରୁ ଜଘନ୍ୟକାଣ୍ଡ, ଶ୍ଵଶୁର ଘରେ ଶଳାକୁ ପିଟି ପିଟି ମାରିଲା ଭିଣୋଇ

ପୂର୍ବ ସୂଚନା ମୁତାବକ, ଭୋରରୁ ଟିମାକୁ କାବୁ କରିବାକୁ ଯାଉଥିଲା ପୋଲିସ । ତେବେ ଫିଲ୍ମ ଷ୍ଟାଇଲରେ ଡ଼ୁମଛାଲି ଜଙ୍ଗଲରେ ଲୁଚି ରହି ପୋଲିସ ଉପରକୁ ଗୁଳି କରିଥିଲା ଟିମା । ପାଖାପାଖି ୩ ରାଉଣ୍ଡ ଗୁଳିମାଡ କରିଥିଲା ଟିମା । ଫଳରେ ପୋଲିସ ଆତ୍ମରକ୍ଷା କରିବାକୁ ପାଲଟା ଗୁଳାମାଡ କରିଥିଲା । ଯେଉଁଥିରେ ଟିମାର ଗୋଡ଼ରେ ବାଜିଥିଲା ଗୁଳି । ଘଟଣା ସ୍ଥଳରେ ଆହତ ହୋଇପଡିଥିଲା ଅପରାଧୀ । ସଂଗେ ସଂଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ ସ୍ପଟରୁ ଗୋଟିଏ ପିସ୍ତଲ, ଜୀବନ୍ତ ଗୁଳି, ବିଦ୍ୟୁତ ତାର କଟର ଜବତ କରିବା ସହ ୩ ସହଯୋଗୀକୁ ଗିରଫ କରିଛି ।