ଅତାବିରା: ସାମାନ୍ୟ ବଚସାରୁ ଜଘନ୍ୟକାଣ୍ଡ। ଶ୍ଵଶୁର ଘରେ ଶଳାକୁ ପିଟି ପିଟି ମାରିଲା ଭିଣୋଇ। ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ଡା ହାଇସ୍କୁଲ ପଡ଼ାରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା l ଅଭିଯୁକ୍ତ ହେଉଛନ୍ତି ଭିଣୋଇ ଶୁକଦେବ ମହାନନ୍ଦ ଏବଂ ଶଳା ହେଉଛି ସୁଦୀପ ବାଗ। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। 

ସୂଚନା ଅନୁଯାୟୀ, ଅଭିଯୁକ୍ତ ଶୁକଦେବ ୫ ବର୍ଷ ହେବ ନିଜ ପରିବାର ସହ ଶ୍ଵଶୁର ଘରେ ରହି ଆସୁଥିଲେ। ଆଜି ମଧ୍ୟାହ୍ନ ସମୟରେ ଶଳା ଭିଣୋଇଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ବଚସାହୋଇଥିଲା। ପରେ ଭିଣୋଇ ଏକ କାଠ ଫାଳିଆରେ ଶଳାକୁ ପିଟି ପିଟି ମାରିଦେଇ ଘର ସମ୍ମୁଖରେ ପକାଇ ଫେରାର ମାରିଥିଲା। ଘରେ ଥିବା ଅଭିଯୁକ୍ତର ନାବାଳିକା ଝିଅ ଏହା ଦେଖି ସ୍ଥାନୀୟ ଲୋକଙ୍କୁ ଖବର ଦେବା ପରେ ଲୋକେ ପୋଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳକୁ ଆସି ସାଇଣ୍ଟିଫିକ୍ ଟିମ ସହ ତଦନ୍ତ ଜାରି ରଖିଛି। ତେବେ ଏହି ଘଟଣାକୁ ନେଇ ପରିବାର କିମ୍ବା ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l

Also Read: Crime: ନାବାଳିକାକୁ ବଳପୂର୍ବକ ଦୁଷ୍କର୍ମ ଓ ଧମକ ଚମକ, ବିହାରର ଯୁବକ ଗିରଫ