ମୁମ୍ବାଇ,୦୯/୦୮ମହାରାଷ୍ଟ୍ର ଏବଂ ଗୁଜୁରାଟରେ ଭୂମିକମ୍ପର ଝଟକା । ନାସିକ ଏବଂ ସୁରଟରେ ଥରିଲା ମାଟି । ଭୟରେ ବାହାରକୁଚାଲିଆସିଲେ ଲୋକେ । ଶନିବାର ବିଳମ୍ବିତ ରାତ୍ରରେ ଏହି ଦୁଇ ରାଜ୍ୟର ଅନେକ ସ୍ଥାନରେ ଭୂମିକମ୍ପର ଝଟକା ଲାଗିଛି ।

ରିପୋର୍ଟ ଅନୁସାରେ, ଶନିବାର ରାତିରେ ସୁରଟ ଏବଂ ନାସିକରେ ଝଟକା ଲାଗିଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳୀ ନାସିକରୁ୪୭କିମି ଦୂରରେ ଥିବା ଭନଓ୍ୱାଡ ଗାଁ ବୋଲି ଜଣାପଡିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ । କିନ୍ତୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Also Read :- ପିଏମ ମୋଦୀଙ୍କ ପାଖକୁ ଆସିଲା ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଫୋନ, କେଉଁ ପ୍ରସଙ୍ଗରେ ହେଲା ଚର୍ଚ୍ଚା ?

ନାସିକ ବ୍ୟତୀତ ଆଖପାଖରେ ଥିବା ଦିଣ୍ଡୋରୀ, ନିଫାଡ, ପେଠ୍, ସୁରଗାଣା ଓ ଝଗତପୁରୀରେ ମଧ୍ୟ ଲୋକେ ଝଟକା ଅନୁଭବ କରିଛନ୍ତି । ଏହାପୂର୍ବରୁ ସୁରଗାଣାରେ ତିନି ଥର ଝଟକା ଲାଗିଥିଲା । କିନ୍ତୁ ଶନିବାର ବଡ଼ ଝଟକା ଲାଗିଛି ।

ନ୍ଯାଶନାଲ ସେଣ୍ଟର୍ ଫର୍ ସିସମୋଲୋଜିର ଅଧିକାରୀ ଅଜୟ ପ୍ରତାପ ସିଂଙ୍କ କହିବାନୁସାରେ, ଜଳ ପ୍ରବାହ ପାଇଁ ଭୂମିକମ୍ପ ହୋଇଛି । ନାସିକରେ ପ୍ରବଳ ବର୍ଷା ହୋଇଛି । ତେଣୁ ମାଟି ତଳର ଥିବା ପଥର ମଧ୍ୟକୁ ପାଣି ପ୍ରବେଶ କରିଛି । ଫଳରେ ଜଳର ଚାପ ବଢିବା ସହ ଫାଟ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ନାସିକରେ ଅଧିକାଂଶ ଭୂମିକମ୍ପ ପ୍ରବଳ ବର୍ଷା ପାଇଁ ହୋଇଥାଏ ।

ଗୁଜୁରାଟର ଡାଙ୍ଗ୍ ଜିଲ୍ଲାରେ ରାତି୧୦ଟାମିନିଟରେ ଭୂମିକମ୍ପ ହୋଇଥିଲା । ଏଥିରେ ସାପୁତାରା ସହିତ ଆହବା, ସାକରପାତାଲ ଏବଂ ଗଲକୁଣ୍ଡରେ ମାଟି ଥରିଥିବା ସ୍ଥାନୀୟ ଲୋକେ କହିଛନ୍ତି ।