Driving Licence New Rules 2026: ଡ୍ରାଇଭିଂ ଲାଇସେନ୍ସ ନିୟମକୁ କଡ଼ାକଡ଼ି କଲେ କେନ୍ଦ୍ର ସରକାର। ଏଣିକି ଲାଇସେନ୍ସ ପାଇଁ ହେଉଥିବା ଟେଷ୍ଟରେ ୭୫ ପ୍ରତିଶତ ମାର୍କ ରଖିବାକୁ ପଡ଼ିବ। ତେବେ ଯାଇ ଆପଣଙ୍କୁ ଡିଏଲ୍ ମିଳିବ। ସଡ଼କ ପରିବହନ ମନ୍ତ୍ରଣାଳୟ ଲାଇସେନ୍ସ ନିୟମର ନୂଆ ଡ୍ରାଫ୍ଟ ଜାରି କରିଛନ୍ତି। ଏହି ଡ୍ରାଫ୍ଟ ଅନୁସାରେ ଅତି କମରୁ ୩୦ ମିନିଟର ସେଫ୍ ଡ୍ରାଇଭିଂ ଟ୍ୟୁଟୋରିଆଲ ଦେଖିବା ପରେ ଟେଷ୍ଟରେ ପାସ କରିବାକୁ ହେବ। ପୂର୍ବରୁ ଏହି ମାର୍କ ୬୦% ଥିଲା। ଏବେ ଡିଏଲ ପାଇଁ ହେଉଥିବା ଟେଷ୍ଟରେ ୭୫ ପ୍ରତିଶତ ମାର୍କ ରଖିବାକୁ ହେବ।

ଏହା ବାଦ ଆଧାର ଭେରିଫିକେସନ ମାଧ୍ୟମରେ ଅନ୍‌ଲାଇନ ମିଳୁଥିବା କିଛି ସର୍ଭିସ ଉପରେ ଫିସ୍ ଛାଡ଼ କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି। ଯେଉଁଥିରେ କାର୍ଡରେ ନାଁ ଓ ଠିକଣା ବଦଳାଇବା ଭଳି ସୁବିଧା ରହିଛି।

ୱାଟର ପ୍ରୁଫ୍ ପିଭିସି କାର୍ଡ ମିଳିବ

ଏବେ ନୂଆ ଡ୍ରାଇଭିଂ ଲାଇସେନ୍ସ ବନାଇବା କିମ୍ବା ପୁରୁଣା ରିନ୍ୟୁ କରିବା ଉପରେ ଆପଣଙ୍କୁ ସାଧାରଣ କାଗଜ ବଦଳରେ ଫର୍ମ-୭ ବାଲା ମଜଭୁତ ଓ ୱାଟରପ୍ରୁଫ୍‌ ପିଭିସି କାର୍ଡ ମିଳିବ। ଏହି ଡକ୍ୟୁମେଣ୍ଟଗୁଡ଼ିକ ବୈଧ ହେବ। ପରିଚୟ, ବୟସ ଏବଂ ଠିକଣାର ପ୍ରମାଣ ଭାବରେ ଆଧାର କାର୍ଡ, ପାସପୋର୍ଟ, ଭୋଟର ପରିଚୟ ପତ୍ର, ଇ-ରାସନ କାର୍ଡ ଏବଂ ଜନ୍ମ ପ୍ରମାଣପତ୍ର ବ୍ୟବହାର କରିପାରିବେ।

Also Read- ଗମ୍ଭୀର ଅଭିଯୋଗ ଅଭିଯୁକ୍ତଙ୍କୁ ଅନିର୍ଦ୍ଦିଷ୍ଟ କାଳ କଷ୍ଟୁଡିରେ ରଖିବାର ଆଧାର ହୋଇପାରିବ ନାହିଁ: ପୂର୍ବତନ ମନ୍ତ୍ରୀଙ୍କୁ ଜାମି ଦେଲେ ସୁପ୍ରିମକୋର୍ଟ

୧୫ ଦିନରେ ବଦଳାଇପାରିବେ ନାଁ ଓ ଠିକଣା

ଯଦି ଆପଣ ଡ୍ରାଇଭିଂ ଲାଇସେନ୍ସରେ ନାଁ, ଠିକଣା କିମ୍ବା ଅନ୍ୟ କୌଣସି ସୂଚନା ବଦଳାଇବାକୁ ଚାହୁଛନ୍ତି ତେବେ ଆପଣଙ୍କର ଏହି କାମ ୧୫ ଦିନରେ ହୋଇଯିବ। ଆର୍‌ଟିଓ ଅଧିକାରୀ ଏହାକୁ ୧୫ ଦିନରେ ଶେଷ କରିବେ କିମ୍ବା ଆପଣଙ୍କ ଆବେଦନ ଖାରଜ୍ କରିପାରିବେ। ଯଦି ଆବେଦନ ଖାରଜ ହୁଏ, ତେବେ ଏପରି କାହିଁକି କରାଗଲା ସେଥିପାଇଁ ଆର୍‌ଟିଓଙ୍କୁ ଏହାର ସଠିକ ଓ ଲିଖିତ ସ୍ପଷ୍ଟୀକରଣ ଦେବାକୁ ପଡ଼ିବ।

ଆଧାର ଭେରିଫିକେସନରେ ମାଗଣାରେ ବଦଳାନ୍ତୁ ନାଁ ଓ ଠିକଣା

ଯଦି ଆପଣ ଅନଲାଇନରେ ଆଧାର ଭେରିଫିକେସନ ମାଧ୍ୟମରେ ଡ୍ରାଇଭିଂ ଲାଇସେନ୍ସରେ ନାଁ ଓ ଠିକଣା ବଦଳାଇବାକୁ ଚାହୁଁଛନ୍ତି ତେବେ ଏହା ସମ୍ପୂର୍ଣ୍ଣ ମାଗଣାର ହୋଇପାରିବ। ଏଥିପାଇଁ ଆପଣଙ୍କୁ ଗୋଟିଏ ବି ଟଙ୍କା ଦେବାକୁ ପଡ଼ିବ ନାହିଁ। ଡିଜିଟାଲ ସେବାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ନାଁ, ଠିକଣା ଓ ଅନ୍ୟ ପର୍ସନାଲ ଡିଟେଲ୍ସ ଅପଡେଟ କରିବାର ଶୁଳ୍କ ସମ୍ପୂର୍ଣ୍ଣ ମାଗଣା କରିବାକୁ ପ୍ରସ୍ତାବ ଦେଇଛନ୍ତି।

​​​​​​​ସରକାର ଏହି ନୂଆ ନିୟମର ଡ୍ରାଫ୍ଟ ଜାରି କରିବା ସହିତ ଏଥିରେ ବିଶେଷଜ୍ଞଙ୍କ ରାୟ ମାଗିଛନ୍ତି। ଯଦି ଏଥିରେ କୌଣସି ଆପତ୍ତି ଅଭିଯୋଗ ଥାଏ ତେବେ ସେମାନେ ୩୦ ଦିନ ଭିତରେ ଏହା ଉପରେ ନିଜର ରାୟ ରଖିପାରିବେ। ଲୋକଙ୍କ ଠାରୁ ଫିଡ୍‌ ବ୍ୟାକ୍ ମିଳିବା ପରେ ସରକାର ନୂଆ ନିୟମକୁ ଲାଗୁ କରିବା ପ୍ରୋସେସ ଆରମ୍ଭ କରିପାରନ୍ତି।