ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ‘ଦିମାଗୀ ନକ୍ସଲ ପାର୍ଟି’ (DNJP)କୁ ନେଇ ଚର୍ଚ୍ଚା ଜୋର ଧରିଛି। ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ‘ଦିମାଗୀ ନକ୍ସଲ’ ଶବ୍ଦ ବ୍ୟବହାର କରିବା ପରେ, ତାହାର ପ୍ରତିକ୍ରିୟା ସ୍ୱରୂପ ଏହି ନାଁରେ ଅନଲାଇନରେ ଏକ ପାର୍ଟି ଆରମ୍ଭ ହୋଇଥିବା କୁହାଯାଉଛି। ଏହି ପାର୍ଟିର ସୋସିଆଲ ମିଡିଆ ଆକାଉଣ୍ଟରେ ଜେନ-ଜି ଶୈଳୀର ହାସ୍ୟ ଓ ବ୍ୟଙ୍ଗ ଦେଖିବାକୁ ମିଳୁଛି।

ପାର୍ଟିର ଇନ୍ଷ୍ଟାଗ୍ରାମ୍ ପୋଷ୍ଟରେ ‘ଦିମାଗୀ ନକ୍ସଲ’ ଶବ୍ଦକୁ ନେଇ ବ୍ୟଙ୍ଗାତ୍ମକ ଟିପ୍ପଣୀ ରହିଛି। ଏକ୍ସରେ ଏହାର ହ୍ୟାଣ୍ଡଲ୍ @DNJP_India ଖୁବ୍ କମ୍ ସମୟରେ ପ୍ରାୟ ୧୪ ହଜାର ଫଲୋଅର୍ସ ହାସଲ କରିଥିବା ବେଳେ ଅନେକ ୟୁଜର ନିଜ ନାଁ ପୂର୍ବରୁ ‘ଦିମାଗୀ ନକ୍ସଲ’ ଲେଖି ସମର୍ଥନ ଜଣାଇଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ମଧ୍ୟ ଏହି ଆକାଉଣ୍ଟର ଫଲୋଅର୍ସ ସଂଖ୍ୟା ୪.୮୮ ଲକ୍ଷରୁ ଅଧିକ ହୋଇଥିବା ଦାବି କରାଯାଇଛି।

ୱେବସାଇଟ୍‌ର ମେନୁଫେଷ୍ଟୋ ଓ ଆନ୍ଥେମ୍

‘ଦିମାଗୀ ନକ୍ସଲ ପାର୍ଟି’ର ଏକ ୱେବସାଇଟ୍ ମଧ୍ୟ ରହିଛି। ସେଠାରେ ପାର୍ଟିର ମେନୁଫେଷ୍ଟୋ ଓ ଆନ୍ଥେମ୍ ଦିଆଯାଇଛି। ଆନ୍ଥେମ୍ ଭାବେ ୨୦୦୬ର ହିନ୍ଦୀ ଫିଲ୍ମ ‘ରଙ୍ଗ ଦେ ବସନ୍ତୀ’ର ଏକ ଭିଡିଓ କ୍ଲିପକୁ ଲିଙ୍କ୍ କରାଯାଇଛି, ଯେଉଁଥିରେ ‘ସରଫରୋଶୀ କି ତମନ୍ନା’ କବିତା ପାଠ କରାଯାଇଛି। ପାର୍ଟିର ପ୍ରତିଷ୍ଠାତା କିଏ, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ। ଅନଲାଇନରେ ପ୍ରତିଷ୍ଠାତା ନିଜକୁ କେବଳ ‘a dimagi Indian’ ନାମରେ ପରିଚୟ ଦେଇଛନ୍ତି।

‘କକରୋଚ୍ ଜନତା ପାର୍ଟି’ ସହ ସମ୍ପର୍କ

DNJP ନିଜ ୱେବସାଇଟ୍ରେ ‘କକରୋଚ୍ ଜନତା ପାର୍ଟି’ (CJP)କୁ ଏକ ସିବଲିଂ ପାର୍ଟି ବୋଲି ଉଲ୍ଲେଖ କରିଛି। DNJPର ପ୍ରଥମ ଏକ୍ସ ପୋଷ୍ଟରେ ଲେଖାଯାଇଛି “ଯଦି ସବୁ ଦିମାଗୀ ନକ୍ସଲ ଏକଜୁଟ ହେବେ ତେବେ କଣ ହେବ?” ଡିଏନ୍ଜିପିର ଏହି ପୋଷ୍ଟ ସିଜେପିର ଆଚରଣକୁ ମନେ ପକାଇ ଦେଉଛି। ସିଜେପି ମଧ୍ୟ ଆରମ୍ଭରେ କିଛି ଏଭଳି ଆଚରଣ କରିଥିଲା। ସିଜେପି ଫାଉଣ୍ଡର ଅଭିଜିତ ଦୀପକେ ମଧ୍ୟ ଆରମ୍ଭରେ ମେ ୧୬ ତାରିଖରେ “ସବୁ କକ୍ରୋଚ୍ ଏକଜୁଟ ହେବେ ତେବେ କ’ଣ ହେବ?” ଲଖି ପୋଷ୍ଟ କରିଥିଲେ।

ତେବେ ସିଜେପି ତୁଳନାରେ ଡିଏନଜିପିର ମେନୁଫେଷ୍ଟୋରେ ଅଲଗା କ୍ରାଇଟ ଏରିଆର ରହିଛି। ମାନିଫେଷ୍ଟୋରେ କୁହାଯାଇଛି ଯେ ପାର୍ଟିର ନା ନିର୍ଦ୍ଦିଷ୍ଟ ପତାକା ରହିବ ନା ରହିବ ନିର୍ଦ୍ଦିଷ୍ଟ ଫ୍ରଣ୍ଟ, ଏବଂ କୌଣସି ପ୍ରତିଷ୍ଠାତା ଗଣମାଧ୍ୟମ ସାମ୍ନାକୁ ଆସିବେ ନାହିଁ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି।

‘କାମ କରୁଥିବା ମସ୍ତିଷ୍କ’ ହିଁ ସଦସ୍ୟତାର ମାନଦଣ୍ଡ!

ପାର୍ଟିର ମେନୁଫେଷ୍ଟୋ ଅନୁଯାୟୀ, ଏଥିରେ ସାମିଲ ହେବା ପାଇଁ କେବଳ “କାମ କରୁଥିବା ମସ୍ତିଷ୍କ ଏବଂ ‘କାହିଁକି ଏମିତି ହେଲା ବୋଲି?’ ବୋଲି ଖୋଲାଖୋଲି ପ୍ରଶ୍ନ କରିବାର ଇଚ୍ଛା” ଆବଶ୍ୟକ।

ମେନୁଫେଷ୍ଟୋରେ ରାଜନୈତିକ ଚର୍ଚ୍ଚାରେ ‘ଦିମାଗୀ ନକ୍ସଲ’ ଓ ‘ଆଣ୍ଟି-ନ୍ୟାସନାଲ୍’ ଭଳି ଶବ୍ଦର ବ୍ୟବହାରକୁ ମଧ୍ୟ ପ୍ରଶ୍ନ କରାଯାଇଛି। ପାର୍ଟିର ଦାବି ହେଉଛି, ଭିନ୍ନ ମତ ରଖୁଥିବା ଲୋକଙ୍କୁ ଏଭଳି ଲେବଲ୍ ଲଗାଇ ତାଙ୍କ ସମାଲୋଚନାକୁ ଦୁର୍ବଳ କରାଯାଏ।

ମେନୁଫେଷ୍ଟୋରେ ଆହୁରି କୁହାଯାଇଛି ଯେ ଭାରତୀୟ ରାଜନୀତିର ବିଭିନ୍ନ ଦଳ ପରସ୍ପରକୁ ଅନେକ ସମୟରେ ‘ଆଣ୍ଟି-ନ୍ୟାସନାଲ୍’ ବୋଲି କହିଛନ୍ତି। DNJPର ଧାରଣା ହେଉଛି, ନିଜେ ଚିନ୍ତା କରୁଥିବା ଲୋକମାନେ ବିଭିନ୍ନ ଦଳରେ ଲାମିଲ ହୋଇ ରହିଛନ୍ତି ଏବଂ ସେମାନଙ୍କୁ ଅଲଗା କରିବା ପାଇଁ ବ୍ୟବହୃତ ଲେବଲ୍ ହିଁ ଶେଷରେ ସେମାନଙ୍କୁ ଏକାଠି କରିପାରେ।

ଏତେସବୁ ଭିତରେ ପ୍ରକୃତରେ ‘ଦିମାଗୀ ନକ୍ସଲ ପାର୍ଟି’ର ପ୍ରତିଷ୍ଠାତା କିଏ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ସୋସିଆଲ ମିଡିଆରେ ଏହାକୁ ନେଇ ଆଲୋଚନା ଓ ସମର୍ଥନ ଦ୍ରୁତ ଗତିରେ ବଢ଼ୁଥିବା ଦେଖାଯାଉଛି।