କଟକ ୨୯।୮: କଟକ ସହର ଭିତରେ ଭାଙ୍ଗିରୁଜି ଯାଇଥିବା ରାସ୍ତାଘାଟ ଗୁଡିକର ଖୁବ୍‌ଶୀଘ୍ର ମରାମତି ହେବ ବୋଲି ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ । ରାସ୍ତା ମରାମତି ପାଇଁ ୧୯୬ଟି ସ୍ଥାନ ଚିହ୍ନଟ କରିଛି ପୂର୍ତ୍ତ ବିଭାଗ । ଖୁବ୍‌ ଶୀଘ୍ର ମରାମତି କାମ ଆରମ୍ଭ ହେବ, କିନ୍ତୁ କେବେ ସୁଦ୍ଧା କାମ ଆରମ୍ଭ ହେବ ଏବଂ ମରାମତି କାମ ଶେଷ ହେବ, ତାହା ସ୍ପଷ୍ଟ ହୋଇନାହିଁ ।

ସେହିପରି ମର୍କତ ନଗର ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ଆଲୋକୀକରଣ କାର୍ଯ୍ୟ ଏବଂ ପାର୍କ ମେଣ୍ଟେନାନ୍ସ କାମ ମଧ୍ୟ ଶୀଘ୍ର ଶେଷ ହେବ ବୋଲି ଆଜି କୋର୍ଟଙ୍କୁ ଅବଗତ କରିଛନ୍ତି KMC କମିଶନର ।

Also Read:- ମାଡ଼ ଖାଉଥିଲା ପୁଅ, ଦେଖିପାରିଲାନି ମାଆ ; ରକ୍ଷା କରିବାକୁ ଯାଇ ଜୀବନ ଗଲା

ଗତ ଗୁରୁବାର ବିଜୁ ପଟ୍ଟନାୟକ ପାର୍କର ଦୂରାବସ୍ଥାକୁ ଅତି ନିକଟରୁ ନିରୀକ୍ଷଣ କରିଥିଲେ ହାଇକୋର୍ଟର ୨ ବିଚାରପତି । ଶନିବାର ଶୁଣାଣି ସମୟରେ ପୂର୍ତ୍ତ ବିଭାଗ ସ୍ୱତନ୍ତ୍ର ସଚିବ, ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ ସମେତ କଟକ ମହାନଗର ନିଗମ କମିଶନର ପ୍ରମୁଖ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ଉପସ୍ଥିତ ରହିଥିଲେ । ସେପ୍ଟେମ୍ବର ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।