ଢେଙ୍କାନାଳ ୨୯।୮: ନିଜ ଆଖି ଆଗରେ ପୁଅକୁ ମାଡ଼ ଖାଉଥିବା ଦେଖି ସହି ପାରିଲାନି ମା' । ଆଉ ପୁଅକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେବାରୁ ଶେଷରେ ମା'ର ମୃତ୍ୟୁ ଘଟିଛି । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ବାରୁଆଁ ପଞ୍ଚାୟତର ଜବରଦସ୍ତପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୁଅ ସାମ୍ନାରେ ମାଆଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ତୁମୁସିଂଙ୍ଗା ଥାନାରେ ଅଭିଯୋଗ ହୋଇଛି l ମୃତ ମହିଳା ଜଣକ ହେଲେ ଜବରଦସ୍ତପୁର ଗାଁର ୫୫ ବର୍ଷୀୟା ଶାନ୍ତି ପଧାନ ।

ଶୁକ୍ରବାର ଗାଁରେ ଏକ ଶୁଦ୍ଧିକ୍ରିୟା ଭୋଜିକୁ କେନ୍ଦ୍ରକରି ଝଗଡା ହୋଇଥିଲା । ଅଭିଯୋଗ ମୁତାବକ ଏହି ଗ୍ରାମର ବିମଳ ପଧାନ ନାମକ ଯୁବକଙ୍କୁ ସେହି ଗାଁ ଦୁଆରୀ ପଧାନ ଓ କେଦାର ପଧାନ ମିଶି ମାରପିଟ୍ କରୁଥିଲେ । ଫଳରେ ବିମଳକୁ ରକ୍ଷା କରିବାକୁ ମା' ଶାନ୍ତି ପଧାନ ଯାଇ ଛଡାଇଥିଲେ। ମାତ୍ର ଅଭିଯୁକ୍ତଙ୍କ ମାଡ଼ରେ ଶାନ୍ତି ପଧାନ ଗୁରୁତର ହେବାରୁ ତାଙ୍କୁ ପରିବାର ଲୋକେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

Also Read:- ‘ଦଳ ନୁହେଁ, ଓଡ଼ିଶା ପାଇଁ ଠିଆ ହୁଅନ୍ତୁ’.. ବିଜେପି ସାଂସଦଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ନେଇ ତୁମୁସିଂଙ୍ଗା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ତୁମୁସିଂଙ୍ଗା ପୋଲିସ ମୃତଦେହ ଜବତ କରି ହତ୍ୟା ଅଭିଯୁକ୍ତ ୨ ଜଣଙ୍କୁ ଅଟକ ରଖିଛି । ଘଟଣାସ୍ଥଳରେ ତୁମୁସିଙ୍ଗା ପୋଲିସ ସାଇଣ୍ଟିଫିକ୍ ଟିମ୍ ମାଧ୍ୟମରେ ତଦନ୍ତ ଆରମ୍ଭ କରିଛି ।

Watch Video: