ପୁରୀ ୨୪।୦୫ : ଅଚେତ ହୋଇପଡିଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଶ୍ରଦ୍ଧାଳୁ। ରବିବାର ଶ୍ରୀମନ୍ଦିର ସିଂହଦ୍ଵାର ଫିଟିବା ପରେ ବ୍ୟାରିକେଡ୍ ରେ ଥିବା ଜଣେ ମହିଳା ଶ୍ରଦ୍ଧାଳୁ ଅଚେତ୍ ହୋଇ ପଡିଥିଲେ। ଏହାପରେ ମହିଳାଙ୍କୁ ତୁରନ୍ତ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦେଖିବା ପାଇଁ ରାତି ୪ଟାରୁ ବ୍ୟାରିକେଡରେ ଅପେକ୍ଷା କରିଥିଲେ ମହିଳା ଜଣଙ୍କ। ସେଠାରେ ଥିବା ପୋଲିସ କର୍ମଚାରୀ ଏବଂ ମହିଳାଙ୍କ ପରିବାର ଲୋକେ ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ମହିଳାଙ୍କ ଘର କର୍ଣ୍ଣାଟକ। ବୟସ ୩୮। ମହିଳାଙ୍କ ନାଁ ତୁଳସୀ ସଂଜୟ ପଟେଲ। ଦୀର୍ଘ ସମୟ ବ୍ୟାରିକେଡ୍ ରେ ଛିଡା ହେବା ପରେ ହଠାତ୍ ତଳେ ପଡିଯାଇଥିଲେ। ବିଶେଷ କରି ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ମହିଳା ଭକ୍ତ ଜଣକ ବ୍ୟାରିକେଡ୍ ଭିତରେ ଅଚେତ୍ ହୋଇପଡିଥିବା ଜଣାପଡିଛି।

Also Read:-Arjun Tendulkar IPL Debut LSG Sachin Tendulkar Emotional Post: ପୁଅର ପ୍ରଦର୍ଶନ ଦେଖି ଭାବୁକ ହେଲେ ସଚିନ, ସେୟାର କଲେ ପୋଷ୍ଟ