ନୂଆଦିଲ୍ଲୀ: ଦିଲ୍ଲୀ ଉଚ୍ଚନ୍ୟାୟାଳୟଙ୍କ ବିଚାରପତି ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା ଗୁରୁବାର ଅପରାଧିକ ଅବମାନନା ମାମଲାରେ ଆମ ଆଦମୀ ପାର୍ଟି (ଆପ) ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ନୋଟିସ୍ ଜାରି କରିଛନ୍ତି। କୋର୍ଟ ଚେତାବାନୀ ଦେଇଛନ୍ତି ଯେ ଯଦି ଏପରି ମାମଲାରେ କଡ଼ା ଆଭିମୁଖ୍ୟ ଅବଲମ୍ବନ କରାନଯାଏ ତେବେ ସମାଜରେ ଅରାଜକତାର ବିପଦ ବଢିପାରେ। ଏହି ମାମଲାରେ କେଜରିୱାଲଙ୍କ ସମେତ ଆମ ଆଦମୀ ପାର୍ଟିର ଅନ୍ୟ ବରିଷ୍ଠ ନେତା ମନିଷ ସିସୋଦିଆ, ସଞ୍ଜୟ ସିଂହ ଓ ଦୁର୍ଗେସ୍ ପାଠକଙ୍କ ବିରୋଧରେ ମଧ୍ୟ ଅବମାନନା କାର୍ଯ୍ୟାନୁଷ୍ଠାନ କରାଯିବ।

ନ୍ୟାୟପାଳିକାଙ୍କ ଗାରିମାକୁ ଧ୍ୟାନରେ ରଖି କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ନ୍ୟାୟାଳୟ କହିଛନ୍ତି ଯେ ‘ଯେବେ ସର୍ବୋଚ୍ଚନ୍ୟାୟାଳୟକୁ କାଠଗଡ଼ାରେ ଛିଡା କରାଯାଉଛି, ସେତେବେଳେ ଜଣେ ଜଜ୍ ଙ୍କ କର୍ତ୍ତବ୍ୟ ହେଉଛି ବିନା କୌଣସି ଚାପରେ କାର୍ଯ୍ୟକରିବେ ଓ ବଦନାମ ଉଦ୍ୟମରେ ନିଜ ନିଷ୍ପତ୍ତିକୁ ପ୍ରଭାବିତ ହେବାକୁ ନ ଦେବେ’। କୋର୍ଟ ଏହା ବି ସ୍ପଷ୍ଟ କରିଛନ୍ତି ଯେ ଯେବେ ବିଚାରପତିଙ୍କୁ ଏହି ମାମଲାରୁ ପୃଥକ ହେବା ପାଇଁ ଆବେଦନର ଶୁଣାଣି ହେଉଥିଲା ସେତେବେଳେ ଆଶଙ୍କା କରାଯାଉଥିଲା ଯେ ଏହି ପ୍ରସଙ୍ଗ କେବଳ ନ୍ୟାୟିକ ଆଦେଶର ବୈଧତା ଓ ପକ୍ଷପାତ ଆଶଙ୍କ ପର୍ଯ୍ୟନ୍ତ ସୀମିତ।

ଆପ ନେତାଙ୍କ ପ୍ରତିନିଧିତ୍ୱ
କୋର୍ଟ ପ୍ରଥମେ କହିଥିଲେ ସେ ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲ, ମନିଷ ସିସୋଦିଆ ଓ ଦୁର୍ଗେଶ ପାଠକଙ୍କ ପ୍ରତିନିଧିତ୍ୱ କରିବା ଲାଗି ୩ଜଣ ବରିଷ୍ଠ ଓକିଲଙ୍କୁ ନ୍ୟାୟ ମିତ୍ର (ଆମିକସ କ୍ୟୁରି) ନିଯୁକ୍ତ କରିବେ। ଏହି ଓକିଲମାନେ ଅବକାରୀ ନୀତି ମାମଲାରେ ସେମାନଙ୍କ ପକ୍ଷରେ ଗୃହୀତ ମୁକ୍ତ ଆଦେଶ ବିରୋଧରେ ସିବିଆଇ ଆବେଦନ ଶୁଣାଣିରେ ସାମିଲ ହେବେ। ଏହା ସେତେବେଳେ ହେଲା ଯେତେବେଳେ କେଜରିୱାଲ, ସିସୋଦିଆ ଓ ପାଠକ ଜଷ୍ଟିସ୍ ଶର୍ମାଙ୍କୁ ପତ୍ର ଲେଖି କହିଥିଲେ ଯେ ସେମାନେ ବିନା ଓକିଲରେ ନ୍ୟାୟାଳୟରେ ହାଜର ହେବେ। ଏଥିରେ କେଜରିୱାଲ ଜଷ୍ଟିସ୍ ଶର୍ମାଙ୍କୁ ପତ୍ର ଲେଖିଥିଲେ ଯେ ‘ନ୍ୟାୟମିଳିବା ନେଇ ତାଙ୍କ ଆଶା ମଉଳି ଯାଇଛି ଏଣୁ ସେ ସତ୍ୟାଗ୍ରହ ମାର୍ଗରେ ଚାଲିବାକୁ ନିଷ୍ପତ୍ତି ନେଇଛନ୍ତି’।

ଜଜ୍ ଙ୍କ ସ୍ପଷ୍ଟ ବାର୍ତ୍ତା
ଜଷ୍ଟିସ୍ ଶର୍ମା ମାମଲାରୁ ନିଜକୁ ପୃଥକ କରିବାର ଆବେଦନ ଉପରେ ଶୁଣାଣି କରି ଏହାକୁ ଖାରଜ କରିଦେଇଥିଲେ ଓ କହିଥିଲେ ଯଦି ସେ ଏହି ଆବେଦନଗୁଡିକୁ ସ୍ୱୀକାର କରନ୍ତି ଏହା ଏକ ଚିନ୍ତାଜନକ ଉଦାହରଣ ସୃଷ୍ଟି କରିବ। ସେ କହିଥିଲେ ଯେ ପକ୍ଷପାତ ବା ଭେଦଭାବର ନିରାଧାର ଆରୋପ ନା କେବଳ ଏକ ବିଚାରପତିଙ୍କ ବିରୋଧରେ ଆଗତ କରାଯାଏ ବରଂ ଏହା ନ୍ୟାୟପାଳିକାର ସାମୂହିକ ଅଖଣ୍ଡତାକୁ ମଧ୍ୟ ପ୍ରଭାବିତ କରେ। ବିଚାରପତି କହିଛନ୍ତି ଯେ ଯେବେବି ଆବଶ୍ୟକତା ପଡିବ କୋର୍ଟ ନିଜର ଓ ନ୍ୟାୟପାଳିକା ଲାଗି ଛିଡା ହେବ, ତେଣିକି ଏହା କେତେ କଠିନ ନ ହେଉ କାହିଁକି।