ଭୁବନେଶ୍ବର: ମାଡ଼ି ଆସୁଛି ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅକଭାନ’  । ଗତ ୬ ଘଣ୍ଟାରେ ୧୩ କିମି ବେଗରେ ଗତି କରି ‘ଅକଭାନ’ ଗୋପାଳପୁରର ଦକ୍ଷିଣକୁ ୩୫୦ କିମି ଦୂରରେ ରହିଥିବା ବେଳେ, ପୁରୀର ୪୨୦ କିମି ଦୂରରେ ରହିଛି । ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୯୦ରୁ ୧୦୦ କିମି ରହିବ।

ସେପଟେ ବାତ୍ୟା ମୁକାବିଲା ପାଇଁ ରାଜ୍ୟର ପ୍ରାୟ ୧୧ ଜିଲ୍ଲାରେ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ବାତ୍ୟା ଦ୍ବାରା ଅଧିକ ଭାବରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

ଏହିକ୍ରମରେ ରାଜ୍ୟର ୬ ଜିଲ୍ଲାରେ ଆକ୍ଟିଭ୍ ହେଲା ଇଣ୍ଟ୍ରା ସର୍କଲ ରୋମିଂ (ICR) ବ୍ୟବସ୍ଥାକୁ ଆକ୍ଟିଭ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଖରାପ ପାଗ ଯୋଗୁ ଟେଲିକମ୍ ନେଟଓ୍ବର୍କ ପ୍ରଭାବିତ ଆଶଙ୍କା କରି ଏହି ପଦକ୍ଷେପ ନିଆଯାଇଛି। ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଆଇସିଆର୍ ଆକ୍ଟିଭ୍ କରାଯାଇଛି। ଏହି ବ୍ୟବସ୍ଥା ଗୁରୁବାର ରାତି ୧୨ଟାରୁ ଶୁକ୍ରବାର ରାତି ୧୨ଟା ତଥା ଅନ୍ୟାଦେଶ ଯାଏ ଲାଗୁ ରହିବ।

Also Read: କଣାସ ବ୍ଲକରେ ବାତ୍ୟା ମୁକାବିଲା ପାଇଁ ୨୨୦୦ ଲୋକ ସ୍ଥାନାନ୍ତରିତ, ପ୍ରଶାସନ ଓ ଓଡ୍ରାଫ୍ ଟିମ୍ ପ୍ରସ୍ତୁତ​​​​​​​​