ଭୁବନେଶ୍ୱର ୧୯।୧୧ : ବାତ୍ୟା ଅକଓ୍ୱାନ ନେଇ ବଢିଲା ଚିନ୍ତା । ଶୁକ୍ରବାର ମଧ୍ୟାହ୍ନ ବେଳକୁ ଗୋପାଳପୁର ନିକଟରେ ସ୍ଥଳଭାଗ ସ୍ପର୍ଶ କରିପାରେ ବାତ୍ୟା । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୧୦ କିଲୋମିଟର ଛୁଇଁପାରେ । ଆଜି ମଧ୍ୟରାତ୍ରିରୁ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବଢ଼ିବ ବର୍ଷା ଓ ପବନର ପ୍ରକୋପ ବୋଲି ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ଅକଓ୍ୱାନ୍’ । ଧୀରେ ଧୀରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇ ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର ହେଉଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ଗୋପାଳପୁର ନିକଟରେ ସ୍ଥଳଭାଗ ସ୍ପର୍ଶ କରିପାରେ ବାତ୍ୟା । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ରହିବାର ଆକଳନ କରାଯାଇଛି । ପବନର ଝଟକା ୧୧୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ । ଯାହା ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଭାବ ପକାଇବାର ଆଶଙ୍କା ରହିଛି ।

Also Read:-Landslide prone areas: ରାୟଗଡ଼ାରୁ ଗଞ୍ଜାମ ଯାଏଁ ଭୂସ୍ଖଳନ ଭୟ, ସରକାରଙ୍କ ସ୍ୱତନ୍ତ୍ର ପ୍ରସ୍ତୁତି

ବାତ୍ୟାର ପ୍ରଭାବ ଆଜି ମଧ୍ୟରାତ୍ରିରୁ ଅନୁଭୂତ ହେବା ଆରମ୍ଭ ହୋଇପାରେ । ବିଶେଷକରି ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ସହ ପବନର ବେଗ ମଧ୍ୟ ବଢ଼ିବାର ଆକଳନ ରହିଛି । ରାତି ବଢ଼ିବା ସହ ପାଣିପାଗରେ ପରିବର୍ତ୍ତନ ଆହୁରି ସ୍ପଷ୍ଟ ହୋଇପାରେ । ତେଣୁ ବାତ୍ୟାର ପ୍ରଭାବ ଆରମ୍ଭ ହେବା ପୂର୍ବରୁ ସତର୍କ ରହିବା ଜରୁରୀ ।

ସ୍ଥଳଭାଗ ସ୍ପର୍ଶ ସମୟରେ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ରହିବା ଏବଂ ଝଟକା ପବନ ୧୧୦ କିଲୋମିଟର ଛୁଇଁବାର ସମ୍ଭାବନା ଥିବାରୁ ଗଛ, ବିଦ୍ୟୁତ୍ ଖୁଣ୍ଟି, ଦୁର୍ବଳ ଘର ଏବଂ ଖୋଲା ସ୍ଥାନଠାରୁ ଦୂରେଇ ରହିବା ଆବଶ୍ୟକ । ବିଶେଷକରି ଉପକୂଳ ଅଞ୍ଚଳର ଲୋକମାନେ ପାଣିପାଗ ବିଭାଗ ଓ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶକୁ ଅନୁସରଣ କରିବା ଜରୁରୀ । ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗର ନଜର ରହିଛି । ସରକାରୀ ସତର୍କ ସୂଚନାକୁ ଅନୁସରଣ କରିବା ସହ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ।

Watch Video:-

​​​​​​​