ଯାଜପୁର: ମଣିଷ ମରା ଜନ୍ତୁ । ଏତିକି ଶୁଣୁ ଶୁଣୁ ପାଟିକୁ ନା ଆସିଯାଏ । କୁମ୍ଭୀର । କାହାକୁ ବା ଡର ନ ଲାଗେ । କୁହାଯାଏ ସେ କୁଆଡେ ପାଣିର ରାଜା । ସେଥିପାଇଁ ପାଣିକୁ ଯିବାକୁ ଲୋକେ ଅସହଜ ମନେ କରନ୍ତି । ଆଉ ଟିକେ ଭାବନ୍ତୁ ଯଦି ଆପଣ କୌଣସି ନଦୀରେ ଗାଧଉଛନ୍ତି । ହଠାତ୍ ମାଡିଆସିଲା କୁମ୍ଭୀର, ତେବେ ଅବସ୍ଥା କଣ ହେବ । ଏପଟ ନହେଲେ ସେପଟ । ଆଉ ଯଦି ଭଗବାନ ଚାହିଁବେ ତାହେଲେ ଆପଣ ବଞ୍ଚିଯିବା ସ୍ୱାଭାବିକ୍ । ଏମିତି ଜଣେ କୁମ୍ଭୀର କବଲରୁ ବଞ୍ଚି ଗୁରୁତର ହୋଇଛନ୍ତି ବ୍ୟକ୍ତି । ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର କୁଜିବର ଗ୍ରାମର ।

Also Read...Death case: ANMଙ୍କୁ ମାରିଥିବା ସ୍ବାମୀର ମୃତ୍ୟୁ, ପୋଲିସ ଖୋଜୁଛି ପ୍ରକୃତ କାରଣ

ସୂଚନା ଥାଉକି, ଖରସ୍ରୋତା ନଦୀରେ କୁମ୍ଭୀର ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ଗାଧେଇବାକୁ ଯାଇଥିବା ବେଳେ ନଦୀ ଭିତରେ ଆକ୍ରମଣ କରିଥିଲା କୁମ୍ଭୀର । ନିକଟରେ ଥିବା ସ୍ଥାନୀୟ ଲୋକ କୁମ୍ଭୀର କବଳରୁ ଉଦ୍ଧାରକାରୀ ଆମ୍ବୁଲାନ୍ସ ଯୋଗେ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡିଛି । ଗୁରୁତର ଜଣକ ପରିଚୟ ମିଳିପାରି ନଥିବା ବେଳେ କେନ୍ଦୁଝର ଅଞ୍ଚଳର ବୋଲି ଜଣାପଡିଛି । ବାଦାମ ଓପାଡ଼ି ନଦୀକୁ ଗାଧେଇବାକୁ ଯାଇଥିବା ବେଳେ ଘଟିଥିଲା ଅଘଟଣ । ଯାଜପୁର ରୋଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଅଧିକ ଗୁରୁତର ହେବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତରିତ କରାଯାଇଛି ।