ବଲାଙ୍ଗିର: ANM ସ୍ତ୍ରୀଙ୍କୁ ହତ୍ୟା କରିଥିବା ସ୍ୱାମୀ ମୃତ । Anm ସ୍ତ୍ରୀକୁ ହତ୍ୟା କରି ଜାଳି ମାରି ଦେଇଥିଲା ସ୍ବାମୀ । ଜଳିବା ବେଳେ ନିଜେ ମଧ୍ୟ ଜଳି ଯାଇଥିଲା । ଏବେ ସ୍ବାମୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ବଲାଙ୍ଗିର ଦେଓଗାଁ ରାମଚନ୍ଦ୍ରପୁର ଗାଁର Anm ଦମୟନ୍ତୀ ବାରିକକୁ ପିଟିପିଟି ମାରି ପରେ ଜାଳି ଦେଇଥିଲା ସ୍ୱାମୀ ଉପେନ୍ଦ୍ର କାଲସାଏ । ଜାଳିବା ବେଳେ ୪୦ ପ୍ରତିଶତରୁ ଅଧିକ ପୋଡି ଯାଇଥିଲା ଉପେନ୍ଦ୍ରଙ୍କର । ଏବେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ ସୂଚନା।

ସୂଚନା ଥାଉକି, ସରକାରୀ ବାସ ଭବନରୁ ଏଏନଏମଙ୍କ ଅର୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା । ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ରାମଚନ୍ଦ୍ରପୁର ଗାଁରେ ଘଟିଛି ଏଭଳି ଘଟଣା। ମୃତ ମହିଳା ଜଣକ ରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରର ହେଲ୍ଥ ୱାରକର ଦମୟନ୍ତି ବାରିକ ବୋଲି ଜଣାପଡିଛି । ସେ ସେହି ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଏଏସନଏମ ଭାବରେ କାର୍ଯ୍ୟରତ ଥିଲେ ।

ତାଙ୍କ ସ୍ୱାମୀ ଉପେନ୍ଦ୍ର କାଲସାଏ ସହ ସେ ସେଠି ରହୁଥିବା ବେଳେ ଘରୋଇ କଳହ ଲାଗି ରହୁଥିବା ସ୍ଥାନୀୟ ଅଞ୍ଚଳରୁ ମିଳିଛି ସୂଚନା । ତେବେ ଏଭଳି ହତ୍ୟା ର କାରଣ ଘରୋଇ କଳହ ହିଇଥାଇ ପାରେ ସେନେଇ ପୋଲିସ ଆରମ୍ଭ କରିଛି ଛାନଭିନ। ତେବେ ତାଙ୍କ ସ୍ୱାମୀ ଉପେନ୍ଦ୍ର ମଧ୍ୟ ପୋଡି ଯାଇଥିବା ବେଳେ ତାଙ୍କ ଉଦ୍ଧାର କରି ଭୀମଭୋଇ ମେଡ଼ିକାଲକୁ ଅଠାଇ ଡିଯାଇଛି।

Also Read...ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର

ଏନେଇ ଘଟଣା ସ୍ଥଳରେ ବନ୍ଧପଡା ଫାଣ୍ଡି ପୋଲିସ ଓ ଦେଓଗାଁ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ତଦନ୍ତ ପରେ ମୃତ ଦେହକୁ ପୋଷ୍ଟ ମଟର୍ମ ପାଇଁ ପଠାଇଥିବା ସୂଚନା। ତେବେ କେଉଁ ପରିସ୍ଥିତିରେ କେଉଁ କାରଣ ଯୋଗୁଁ ଏଭଳି ଘଟିଲା ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ।