• ପ୍ରେମିକା ସୋନିର ଜିଦ୍ ପାଇଁ ରିଷିକେଶ୍ ବୁଲିବାକୁ ଯାଇ ଫସିଲା
  • ହଜାରେ ଜଣିଆ ଡକାୟତ ଗ୍ୟାଙ୍ଗ ପ୍ରମୁଖ ସଦସ୍ୟ ରାଜା
  • ଫେରାର୍ ପରେ ବିଶାଖାପାଟଣାରେ ଦୁଇଟି ଡକାୟତି ଉଦ୍ୟମ କରିଥିଲା

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀ । ଗିରଫ କରିବା ପାଇଁ ଋଷିକେଶରେ ଡେରା ପକାଇଥିଲା କଟକ ସ୍ପେଶାଲ୍ ସ୍କ୍ୱାର୍ଡ । ରାଜାକୁ ଋଷିକେଶର ଏକ ସ୍ଥାନରେ ଦେଖିବା ପରେ ଉଠେଇଥିବା ଫଟୋକୁ କଟକ ଡିସିପି ଓ ସ୍ପେଶାଲ୍ ସ୍କ୍ୱାର୍ଡକୁ ପଠାଇବା ପରେ ସେ ହିଁ ରାଜା ସାହାଣୀ ବୋଲି ସ୍ପଷ୍ଟ ହୋଇଥିଲା । ସେହି ଫଟୋ ଦେଖି ରାଜା ସାହାଣୀର ପିଛା କରିଥିଲା ଡେରା ପକାଇଥିବା ସ୍ପେସାଲ୍ ସ୍କ୍ୱାର୍ଡ।

ପିଛା କରି ରାଜା ସାହାଣୀ ପାଖରେ ପହଞ୍ଚିଥିଲା। ସେହି ଫଟୋ ହିଁ ସଫଳତାରେ ପହଞ୍ଚାଇ ଥିଲା ରାଜା ସାହାଣୀକୁ ଗିରଫ କରିବାରେ । ରାଜା ସାହାଣୀ ପିନ୍ଧିଥିବା ଟି ସାର୍ଟକୁ ମ୍ୟାଚ୍ କରି କଟକ ଡିସିପି ଓ ସ୍ପେଶାଲ୍ ସ୍କ୍ୱାର୍ଡ ରାଜା ସାହାଣୀକୁ ପିଛା କରି ଧରିଥିବା ଫଟୋ ଏବେ ସାମ୍ନାକୁ ଆସିଛି ।

ଗାର୍ଲଫ୍ରେଣ୍ଡ ପାଇଁ ଧରାପଡ଼ିଲା ରାଜା

ସୂଚନା ଥାଉକି, ଗାର୍ଲଫ୍ରେଣ୍ଡ ପାଇଁ ଧରାପଡ଼ିଲା ଚୋର ରାଜା। ଦେଶର କୁଖ୍ୟାତ ଚୋର, ଚୌଦ୍ବାର ଜେଲରୁ ଫେରାର ମାରିବା ପରେ ଏଣେତେଣେ ଲୁଚି ବୁଲୁଥିଲା। କିନ୍ତୁ ଉତ୍ତରାଖଣ୍ଡ ଯିବା ପଡ଼ିଛି ମହଙ୍ଗା। ଉତ୍ତରାଖଣ୍ଡର ଏକ ରେଲୱେ ଷ୍ଟେସନରେ ବୁଲୁଥିବା ବେଳେ ଉଠିଥିଲା। ଗାର୍ଲଫ୍ରେଣ୍ଡ ସହ ଋଷିକେଶ ବୁଲିବାକୁ ଯାଇଥିଲା ରାଜା। ଏହାପରେ ଏଇ ଫଟୋକୁ କମିଶନରେଟ୍ ପୋଲିସ୍ ଚିହ୍ନିବା ପରେ ଋଷିକେଶରେ ରାଜାର ସନ୍ଧାନ କରିଥିଲା ପୋଲିସ୍।

ବୁଲିଯାଇଥିଲା ରିଷିକେଶ୍

ପୋଲିସର ନଜର ଓ ସ୍କାନର୍ ଏଡାଇବା ପାଇଁ ସବୁ ପ୍ରକାର କଳାକୌଶଳ କରୁଥିଲା । ହେଲେ ପ୍ରେମ ହିଁ ତା ପାଇଁ କାଳ ସାଜିଲା । ସ୍ୱାମୀ ପରିତ୍ୟକ୍ତା ପ୍ରେମିକା ‘ସୋନି’ର ଜିଦ୍ ଆଗରେ ମୁଣ୍ଡ ନୁଆଁଇ ବୁଲିଯାଇଥିଲା ରିଷିକେଶ୍ । ସୋନିର ଫୋନ୍ ହିଁ ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀର ୬ ମାସର ଲୁଚକାଳି ଖେଳ ଖତମ୍ କରିଦେଲା । - ଚୌଦ୍ୱାର ଜେଲ୍ରୁ ଗଲା ଅକ୍ଟୋବର ୩ ତାରିଖରେ ଫେରାର ହୋଇଥିବା ବିହାରର ଦୁର୍ଦ୍ଦାନ୍ତ ଡକାୟତ ରାଜା ସାହାଣୀର ଧରାପଡିଥିଲା ଏମିତି ।

Also Read...Raja Sahani Arrested: ଫେରାର ପରେ ଲୁଟିଥିଲା ୧୦କୋଟିର ଅଳଙ୍କାର, ଗାର୍ଲଫ୍ରେଣ୍ଡ ସହ ହୋଟେଲରେ କରୁଥିଲା ମଉଜ

କଡ଼ା ସୁରକ୍ଷାରେ ରାଜା ସାହାଣୀ

ସେପଟେ ଚୌଦ୍ୱାର ଜେଲରେ କଡ଼ା ସୁରକ୍ଷାରେ ରହିଛି ରାଜା ସାହାଣୀ । ରାଜାକୁ ବେଡି ପକାଇବା ପକ୍ରିୟା ଆରମ୍ଭ । ଚୌଦ୍ୱାର ଜେଲ ଫେରାର ଅଭିଯୁକ୍ତ ରାଜା ଋଷିକେଶରୁ ଗିରଫ କରି କଟକ ଆଣିବା ପରେ ତାକୁ ଚୌଦ୍ଵାର ଜେଲର ସୁରକ୍ଷା ବଳୟ ଭିତରେ ରଖାଯାଇଛି । ଯେଉଁ ଜେଲରୁ ଫେରାର ହୋଇଥିଲା ସେହି ଜେଲକୁ ଫେରିଛି । ଜେଲର ହାଇସେକ୍ୟୁରିଟି ୨ନମ୍ୱର ସେଲରେ ରହିଛି । ୨୪ ଘଣ୍ଟିଆ କଡା ପହରା ଭିତରେ ରଖିବା ଲାଗି ୩ ଜଣ ୱାର୍ଡର ନିୟୋଜିତ ହୋଇଛନ୍ତି ।

ଜଗିଛି ସିସିଟିଭି

ତାର ଗତିବିଧି ଉପରେ ନଜର ରଖିବାକୁ ସେଲ ଭିତରେ ୨ଟି ଏବଂ ସେହି କମ୍ପାଉଣ୍ଡରେ ୩ଟି ଏହିପରି ୫ ଟି ସିସିଟିଭି କ୍ୟାମେରା କଭରେଜ ଭିତରେ ରହିବାକୁ ବ୍ୟବସ୍ଥା ହୋଇଛି । ଖାଲି ସେତିକି ନୁହେଁ ସେ ଦୁର୍ଦ୍ଦାନ୍ତ ହୋଇଥିବାରୁ ସେଲ୍ ଭିତରକୁ କାହାକୁ ଛଡା ଯିବ ନାହିଁ । ସେହି ସେଲ୍ ଭିତରକୁ ଖାଦ୍ୟ ପହଞ୍ଚା ଯିବ ବୋଲି ଜେଲ୍ ଅଧିକ୍ଷକ ସୂଚନା ଦେଇଛନ୍ତି । ପୂର୍ବରୁ ଦୁଇ ଦୁଇ ଥର ଜେଲରୁ ଖାଇବାକୁ ଉଦ୍ୟମ କରି ଗତ ବର୍ଷ ମଧୁକାନ୍ତ କୁମାର ଓ ରାଜା ସାହାଣୀ ସଫଳ ହୋଇଥିବାରୁ ଚୌଦ୍ଵାର ସୁରକ୍ଷାକୁ ବଢ଼ା ଯାଇଥିବା ଅଧିକ୍ଷକ କହିଛନ୍ତି ।

ଏହା ଛଡା ଯେପରି ପୂର୍ବରୁ ଧରାପଡ଼ିଥିବା ମାଧୁକାନ୍ତ କୁମାରକୁ କୋର୍ଟରୁ ଅନୁମତି ବେଡି ପକାଇ ରଖା ଯାଇଥିଲା ତାପରେ ଯାହରପଦ ଜେଲକୁ ସ୍ଥାନନ୍ତର କରାଗଲା । ଠିକ ସେହିପରି ଉଭୟଙ୍କୁ ଅଲଗା ରଖାଯିବ । ରାଜା ସାହାଣୀ ଗୋଡ଼ରେ ବେଡ଼ି ପକାଇବା ଲାଗି ଯାଜପୁର କୋର୍ଟଙ୍କୁ ଅନୁମତି ଲୋଡା ଯିବ ବୋଲି ଜେଲ ଅଧିକ୍ଷକ କହିଛନ୍ତି ।