ଭଦ୍ରକ ୧।୧: ଭଦ୍ରକ ସହରରେ ଉତ୍ତେଜନା । ଦୋକାନୀଙ୍କୁ ଲଗାର ଓ ସଂଘବଦ୍ଧ ଆକ୍ରମଣ ଅଭିଯୋଗରେ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ସହରର ଅପର୍ତ୍ତିବିନ୍ଧା ଛକ ନିକଟରେ ବୁଧବାର ଜଣେ ଦୋକାନୀଙ୍କୁ ସଂଗବଦ୍ଧ ଭାବେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ପରେ ଦୋକାନୀ ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ପରେ ପୁଣି ଆଜି ମଧ୍ୟ ଦୋକାନୀଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ ହୋଇଛି । ଏହି ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଛି । ସ୍ଥାନୀୟ ଲୋକ ଓ ସଂଗଠନ ଗୁଡ଼ିକ ରାସ୍ତାରୋକ କରିବା ସହ ନାରାବାଜି କରିଛନ୍ତି । ପୋଲିସ ସହ ଅତିରିକ୍ତ ଏସ୍ପି ପହଞ୍ଚି ଆଲୋଚନା କରିଛନ୍ତି । ତେବେ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୁ ହଟୁନାହାନ୍ତି । ଘଟଣାସ୍ଥଳରେ ପହଞ୍ଚିଲେ ଭଦ୍ରକ ବିଧାୟକ, ଅତିରିକ୍ତ ଏସପି ଓ ତହସିଲଦାରଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।