ବ୍ରହ୍ମପୁର ୨୫।୧୦ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ବସଷ୍ଟାଣ୍ଡ ଓଭରବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ବସଷ୍ଟାଣ୍ଡ ଓଭର ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା l ମୋଟର ସାଇକେଲକୁ ଧକ୍କା ଦେଲା ପଛ ପଟୁ ଦ୍ରୁତ ଗତିରେ ଆସୁଥିବା କାର। ଦୁର୍ଘଟଣା ପରେ ମୋଟର ସାଇକେଲ ଚାଳକ ବ୍ରିଜ ତଳକୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ତାଙ୍କୁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Also Read:-ଗୋଲାପ ଜାମୁନ୍ ପାଇଁ ପ୍ରସିଦ୍ଧ ଏହି ସହର, ୧୯୪୧ରୁ ରହିଛି ମିଠାର ପରମ୍ପରା !

ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା । ଏପିରିକି ଦୁର୍ଘଟଣା ଲାଗି କିଛି ସମୟ ପାଇଁ ମଧ୍ୟ ରାସ୍ତାରେ ଲୋକଙ୍କ ଭିଡ଼ ଜମିରହିଥିଲା । ପରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ଗମନାଗମନରେ ସୁବିଧା ହୋଇଥିଲା ।