Cockroach Party Back: ବ୍ଲକ ହେବାର କିଛି ଘଣ୍ଟା ଭିତରେ ପୁଣି ଫେରିଲା କକରୋଚ ପାର୍ଟି। ଏହାର ଫାଉଣ୍ଡର ଅଭିଜିତ ଦିପକେ ପୂର୍ବ ଆକାଉଣ୍ଟ ବ୍ଲକ ହେବା ପରେ ପୁଣି ଏକ ନୂଆ ଆକାଉଣ୍ଟ ଖୋଲି ଏକ୍ସରେ ଶେୟାର କରିଛନ୍ତି। ଏଥର ଏହାର ନାଁ Cockroach is Back’ (ସିଜେପି) ​​​​​​​ରଖାଯାଇଛି।

ଅଭିଜତ ନୂଆ ଆକାଉଣ୍ଟ ଖୋଲିବା ପରେ ଟାର୍ଗେଟ୍ କରି ଲେଖିଛନ୍ତି “ତୁମେ ଭାବୁଛ ଯେ ଆମ ଠାରୁ ନିସ୍ତାର ପାଇଯିବ? ଲଲ୍।” ଥଟା ପରିହାସ କରିବା ଛଳରେ ଅଭିଷେକ ଏହି ନୂଆ ପୋଷ୍ଟ କରିଛନ୍ତି। ଏବଂ ତୁରନ୍ତ ଏହାକୁ ଫଲୋ କରିବାକୁ ଅଭିଷେକ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ନୂଆ ଆକାଉଣ୍ଟର ବାୟୋରେ ଲେଖାଯାଇଛି “କକରୋଚ ମରେନି”। ସବୁଠାରୁ ବଡ଼ କଥା ହେଲା ନୂଆ ଆକାଉଣ୍ଟ ଖୋଲିବା ମାତ୍ରେ ଏହାକୁ ୨୭ ହଜାରରୁ ଅଧିକ ଲୋକ ଫଲୋ କରିଛନ୍ତି। ପ୍ରତି ମିନିଟରେ ଫଲୋଅର୍ସ ସଂଖ୍ୟା ବଢ଼ିବାରେ ଲାଗିଛି।

ନୂଆ ଆକାଉଣ୍ଟରେ ଖୋଲିବା ପରେ ବିଜେପିକୁ ଟାର୍ଗେଟ୍ କରିଛି ଦଳ। ବ୍ଲକ ହୋଇଥିବା ପୁରୁଣା ଇନଷ୍ଟା ଆକାଉଣ୍ଟର ଫଲୋଅର୍ସ ସଂଖ୍ୟା ଓ ବିଜେପି ଇନଷ୍ଟା ଆକାଉଣ୍ଟ ଫଲୋଆର୍ସ ସଂଖ୍ୟା ଦର୍ଶାଇ ଦଳ ବିଜେପିକୁ ଟାର୍ଗେଟ କରିଛି। ଯେଉଁଥିରେ ସିଜେପି ମାତ୍ର ୪ ଦିନରେ ୮.୮ମିଲିଅନ ଫଲୋଅର୍ସ ହାସଲ କରିଥିବା ବେଳେ ବିଜେପି ୮.୭ ମିଲିଅନ ଫଲୋଅର୍ସ ରହିଛି। ଏହି ଫଟୋକୁ ଶେୟାର କରି ସିଜେପି ଲେଖିଛି "ଏହି କାରଣରୁ ସେମାନେ ଆମକୁ ବ୍ଲକ୍ କରିଛନ୍ତି।"

କକରୋଚ ପାର୍ଟି ଗଠନର କାରଣ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଗତ ସପ୍ତାହରେ ସୁପ୍ରିମକୋର୍ଟରେ ଏକ ମାମଲା ଶୁଣାଣି ସମୟରେ ଦେଶର ବେରୋଜଗାର ଯୁବକଙ୍କ ତୁଳନା ଅସରପା (କକରୋଚ) ଓ ପାରାସାଇଟ(କୃମି) ସହ କରିଥିଲେ। ଯାହାକୁ ନେଇ ବିବାଦ ଦେଖାଦେଇଥିଲା। ଅବଶ୍ୟ ପରେ ପ୍ରଧାନ ବିଚାରପତି ନିଜର ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖିଥିଲେ ଏବଂ ଦେଶର ଯୁବକଙ୍କ ପାଇଁ ସେ ଗର୍ବିତ ବୋଲି କହିଥିଲେ। ତାଙ୍କ ମନ୍ତବ୍ୟକୁ ଭୁଲଭାଲ କରି ଦର୍ଶା ଯାଇଛି ବୋଲି ସିଜେଆଇ କହିଥିଲେ। ହେଲେ ସିଜେଆଇଙ୍କର ଏହି କଥା ଅଭିଜିତ ଦିପକେ ନାମକ ଜଣେ ଯୁବକଙ୍କୁ ଏଭଳି ଏକ ଦଳ ଗଠନ କରିବାକୁ ବାଧ୍ୟ କରିଥିଲେ। ସେ ସୋସିଆଲ୍ ମିଡିଆରେ ଏହି ପାର୍ଟି ନାଁରେ ଆକାଉଣ୍ଟ ଖୋଲିବା ପରେ ଏହାକୁ ବିପୁଳ ସମର୍ଥନ ମିଳିଥିଲା। ଯାହାପରେ ବର୍ତ୍ତମାନ ଏହି ପାର୍ଟିକୁ ନେଇ ଦେଶରେ ଚର୍ଚ୍ଚା ଲାଗି ରହିଛି। 

କକରୋଚ ଜନତା ପାର୍ଟିର ସଂସ୍ଥାପକ ଅଭିଜିତ ଦିପକେ କିଏ?

୩୦ ବର୍ଷୀୟ ଅଭିଜିତ ଦୀପକେ ବୋଷ୍ଟନ ବିଶ୍ୱବିଦ୍ୟାଳୟର ସ୍ନାତକ କରିଛନ୍ତି। ସେ ଆମ ଆଦମୀ ପାର୍ଟିର ପୂର୍ବତନ ସୋସିଆଲ ମିଡିଆ ଅଭିଯାନ କର୍ମୀ ଭାବରେ କାମ କରି ସାରିଛନ୍ତି। ପାର୍ଟି ଗଠନ ନେଇ ସେ କହିଛନ୍ତି ଯେ ଏଭଳି ମନ୍ତବ୍ୟରେ ଲୋକଙ୍କର ବିରୋଧାଭାସ ଯୋଗୁ ଦଳ ଗଠନ କରାଯାଇଛି।  ଏହା ଜନଅଶନ୍ତୋଷର ପରିମାଣ ବୋଲି ଅଭିିଜିତ କହିଛନ୍ତି। 

 ​​​​​​ଏହି ପାର୍ଟିର ବିଚାରଧାରା ଓ ମାନିଫେଷ୍ଟୋ (Manifesto)

ସିଜେପି ନିଜକୁ "Secular, Socialist, Democratic, Lazy" (ଧର୍ମନିରପେକ୍ଷ, ସମାଜବାଦୀ, ଗଣତାନ୍ତ୍ରିକ ଏବଂ ଅଳସୁଆ) ବୋଲି କହିଥାଏ। ଏହାର ସ୍ଲୋଗାନ ହେଉଛି  "ଯୁବପିଢ଼ିଙ୍କର, ଯୁବପିଢ଼ିଙ୍କ ଦ୍ୱାରା ଓ ଯୁବପିଢ଼ିଙ୍କ ପାଇଁ"

ଦଳ ମଜାଳିଆ ଢଙ୍ଗରେ କିଛି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଦାବି ମଧ୍ୟ ରଖିଛନ୍ତି। ସେଗୁଡିକ ହେଲା- 

୧. ଅବସର ପରେ ମୁଖ୍ୟ ବିଚାରପତିମାନଙ୍କୁ ରାଜ୍ୟସଭା ସିଟ୍ ମିଳିବା ଉପରେ ରୋକ୍।
​​​​​​​୨. ଦଳ ବଦଳ କରୁଥିବା ବିଧାୟକ ଓ ସାଂସଦଙ୍କ ଉପରେ ୨୦ ବର୍ଷ ପାଇଁ ନିର୍ବାଚନ ଲଢ଼ିବାକୁ ବ୍ୟାନ୍।
୩. ସଂସଦ ଏବଂ କ୍ୟାବିନେଟ୍‌ରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ।
​​​​​​​ ୪. ଏହା ସହିତ NEET ପେପର ଲିକ୍ ମାମଲା ଏବଂ ବେକାରୀ ସମସ୍ୟା ଉପରେ ଏହି ପେଜ୍ ସ୍ୱର ଉତ୍ତୋଳନ କରିଆସୁଛି।

ପ୍ରଶାନ୍ତ ଭୂଷଣ, ମହୁଆ ମୋଇତ୍ରାଙ୍କ ଭଳି ଅନେକ ପ୍ରମୁଖ ବ୍ୟକ୍ତିତ୍ୱ ମଧ୍ୟ ମଜାକିଆ ଛଳରେ ଏହି ପାର୍ଟିରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରି ଚର୍ଚ୍ଚାକୁ ଆସିଛନ୍ତି। ବର୍ତ୍ତମାନ ଏକ୍ସ ଆକାଉଣ୍ଟ ବ୍ଲକ ହେବା ପରେ ଏହି ସଂଗଠନ ଜାତୀୟ ସ୍ତରରେ ଆହୁରି ଅଧିକ ଆଲୋଚନାର ପରିସରକୁ ଆସିଯାଇଛି।

  

​​​​​​​