ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଶୁକ୍ରବାର କୋର୍ଟରେ ଏପରି କିଛି କଥା କହିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ହୋଇଛି । ସିଜେଆଇ ସୂର୍ଯ୍ୟକାନ୍ତ କିଛି ବେକାର ଯୁବକଙ୍କ ଉପରେ ଟିପ୍ପଣୀ କରି କହିଛନ୍ତି ଯେ ସେମାନେ ଅସରପା ପରି ଅଟନ୍ତି, ଯେଉଁମାନେ ମିଡିଆ, ସୋସିଆଲ୍ ମିଡିଆ ଓ ଆରଟିଆଇ କର୍ମୀ ପାଲଟି ଯାଆନ୍ତି । ଏହାପରେ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବାକୁ ଲାଗନ୍ତି ।

ଜଣେ ଓକିଲ ଦିଲ୍ଲୀ ହାଇକୋର୍ଟରୁ ବରିଷ୍ଠ ଓକିଲ ମାନ୍ୟତା ପାଇବା ପାଇଁ ସିଜେଆଇ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ସମ୍ମୁଖରେ ଏକ ଆବେଦନ ଦାଖଲ କରିଥିଲେ । ତେବେ, ଖଣ୍ଡପୀଠ ଓକିଲଙ୍କ ବୃତ୍ତିଗତ ଆଚରଣ ଏବଂ ସୋସିଆଲ ମିଡିଆରେ ସେ ବ୍ୟବହାର କରୁଥିବା ଭାଷାକୁ ନେଇ ଅସନ୍ତୁଷ୍ଟ ଥିଲେ । ସିଜେଆଇ ସ୍ପଷ୍ଟ ଭାବରେ କହିଥିଲେ ଯେ ଯଦି ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଏହି ପଦବୀ ପ୍ରଦାନ କରନ୍ତି, ତେବେ ସୁପ୍ରିମକୋର୍ଟ ନିଜେ ଏହାକୁ ପ୍ରତ୍ୟାହାର କରିନେବେ । ସେ ଓକିଲଙ୍କୁ ପଚାରିଥିଲେ ଯେ ଏହି ପଦବୀ କଣ ସାଜସଜ୍ଜା ପାଇଁ ଉଦ୍ଦିଷ୍ଟ ଏକ ପଦକ ଏବଂ ଏପରି ବ୍ୟକ୍ତିଙ୍କୁ ବରିଷ୍ଠ ଓକିଲ ଭାବରେ ନାମିତ କରାଯିବା ଉଚିତ କି ?

Also Read:ଇନ୍ଧନ ସଞ୍ଚୟ ପାଇଁ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: Virtual Hearing ଏବଂ କାରପୁଲିଂ ଉପରେ ଗୁରୁତ୍ବ

ଶୁଣାଣି ସମୟରେ, ସିଜେଆଇ କହିଥିଲେ ଯେ ସମାଜରେ ପୂର୍ବରୁ "ପରଜୀବୀ" ଅଛନ୍ତି ଯେଉଁମାନେ ବ୍ୟବସ୍ଥା ଉପରେ ଆକ୍ରମଣ କରନ୍ତି । ସେ ଏହା ପରେ ଆହୁରି କହିଥିଲେ ଯେ କିଛି ବେକାର ଯୁବକ, ଚାକିରି ପାଇପାରୁ ନାହାନ୍ତି ଏବଂ ନିଜ ବୃତ୍ତିରେ କୌଣସି ସ୍ଥାନ ପାଇ ନାହାନ୍ତି, ସେମାନେ ମିଡିଆ, ସୋସିଆଲ ମିଡିଆ ଏବଂ ଆରଟିଆଇ କର୍ମୀ ହୋଇ ସମସ୍ତଙ୍କୁ ଟାର୍ଗେଟ କରନ୍ତି । ସେ ସେମାନଙ୍କୁ "କୋକୋରାଚ୍ ପରି ଯୁବକ" ବୋଲି କହିଥିଲେ ।

ଭାରତରେ ଓକିଲାତିରେ "ସିନିୟର ଆଡଭୋକେଟ୍" ନାମକ ଏକ ସ୍ୱତନ୍ତ୍ର ରାଙ୍କ ରହିଛି । ଜଣେ ଓକିଲଙ୍କ ଅଭିଜ୍ଞତା, କାର୍ଯ୍ୟ ଏବଂ ବୃତ୍ତିଗତ ଆଚରଣକୁ ଯୋଗ୍ୟ ଭାବିବା ପରେ ଏହି ପଦବୀ କୋର୍ଟ ନିଜ ଆଡ଼ୁ ଦେଇଥାନ୍ତି । ଏହି ପଦବୀ ଦାବି କରାଯାଏ ନାହିଁ ବରଂ ପ୍ରଦାନ କରାଯାଏ । କୌଣସି ଓକିଲ ନିଜେ ଏଥିପାଇଁ ଆବେଦନ କରନ୍ତି ନାହିଁ ।