ଭୁବନେଶ୍ବର ୮।୧୧: ଆଲୋକର ପର୍ବ ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଲୋକ ଆନନ୍ଦର ଓ ଉତ୍ସାହର ପର୍ବ ଦୀପାବଳୀର ଅମ୍ଲାନ ଦୀପ ମଣିଷ ଜୀବନରେ ଜ୍ଞାନର ଆଲୋକ ପ୍ରଜ୍ବଳିତ କରି ଅଜ୍ଞାନତାର ଅନ୍ଧକାରକୁ ଦୂର କରିଥାଏ । ଜୀବନର ସମସ୍ତ ଆହ୍ବାନକୁ ସାମ୍ନା କରି ନୂତନ ଆଶା, ନୂତନ ସ୍ବପ୍ନ ଓ ସୂଦୂର ପ୍ରସାରୀ ଲକ୍ଷ୍ୟକୁ ଆଗରେ ରଖି ଏକ ସୁନ୍ଦର ସମୃଦ୍ଧ ଓ ପ୍ରଗତୀଶୀଳ ଭବିଷ୍ୟତ ଆଡ଼କୁ ଆଗେଇ ଯିବା ପାଇଁ ଏହି ମହାନ ପର୍ବ ଆମକୁ ପ୍ରେରଣା ଦେଇଥାଏ ।

Also Read:- 'ପ୍ରମେୟ' ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ଦୀପାବଳି ଉପହାର, ଆତ୍ମପ୍ରକାଶ କଲା ଇଂରାଜୀ ଖବରକାଗଜ 'ପ୍ରମେୟ ଟାଇମ୍ସ'

ଆସନ୍ତୁ ପରିବେଶକୁ ସୁରକ୍ଷା ଦେବା ସହ ସୁରକ୍ଷିତ ଭାବେ ଆମେ ଏକ ପ୍ରଦୂଷଣ ମୁକ୍ତ ସବୁଜ ଦୀପାବଳି ପାଳନ କରିବା । ଦୀପାବଳି ଆପଣଙ୍କ ଜୀବନରେ ସମୃଦ୍ଧି ଆଣିଦେଉ ବୋଲି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ।

Watch Video: