ଭୁବନେଶ୍ୱର ୦୬।୦୧ : ରାଜ୍ୟ ବିଜେପି ପାର୍ଟି ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍। ଭିବିଜି ରାମ ଜି ବିଲର ଉପକାରିତା ନେଇ ସୂଚନା ଦେଇଛନ୍ତି। ଏହାସହିତ ବିରୋଧୀ କେବଳ ଅପପ୍ରଚାର କରୁଛନ୍ତି କହିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ସରକାରଙ୍କ ଲକ୍ଷ୍ୟ। ପୂର୍ବରୁ ଲାଗୁ ହେଉଥିବା ଯୋଜନା ଗରିବଙ୍କ ନିକଟରେ ପହଞ୍ଚୁ ନଥିଲା। ପୂର୍ବରୁ ଯେପରି ଠକିକି ଟଙ୍କା ଉଠା ଯାଉଥିଲା ଆଉ ତାହା ଚଳିବ ନାହିଁ। ଲୋକଙ୍କ ପାଖରେ ନିଶ୍ଚିତ ରୋଜଗାର ପହଞ୍ଚାଇବାକୁ ସରକାର ଗୁରୁତ୍ଵ ଦେଉଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୦୯ରେ NRGA ପୂର୍ବରୁ କେବଳ ରାଜନୈତିକ ଫାଇଦା ପାଇଁ ଉପା ସରକାର ମହାତ୍ମା ଗାନ୍ଧୀଙ୍କ ନାମ ଯୋଡ଼ିଥିଲେ। ନାମ ପରିବର୍ତ୍ତନ ପରେବି ଢାଞ୍ଚା ପରିବର୍ତ୍ତନ ହୋଇ ନଥିଲା। ଯେଉଁଥିପାଇଁ ଯୋଜନା ବିଫଳ ହେଲା। ପ୍ରତି ପରିବାରକୁ ୧୦୦ ଦିନ କାମ ଗ୍ୟାରେଣ୍ଟି ଦିଆଯାଇଥିଲା କିନ୍ତୁ ଆଉଟକମ ୫୦ ପ୍ରତିଶତ ଥିଲା। କାମ ନଦେଲେ ଭତ୍ତା ଦେବା ବ୍ୟାବସ୍ଥା ବି ଅତି ନଗଣ୍ୟ। ତଦାରଖ ଦୁର୍ବଳ ହେବା କାରଣରୁ ଏହା ଅସଫଳ ହୋଇଛି, ଦୁର୍ନିତୀର ଛିଟା ବି ଲାଗିଛି। ଉପା ସରକାରରେ କାର୍ଯ୍ୟାନୟନ, ଦୁର୍ନୀତି ଅପବ୍ୟବହାର ଯୋଗୁ ଲୋକଙ୍କୁ ସୁବିଧା ସୁଯୋଗ ଦିଆଯାଇ ନଥିଲା।

ତେଣୁ ସରକାର ଏହାକୁ ଗୁରୁତର ସହ ନେଇ ଭିବି ଜି ରାମ୍ ଜି ଆଇନ ଆଣିଛନ୍ତି। କୃଷକ ଓ ଶ୍ରମିକଙ୍କ ଅଧିକାର ସୁରକ୍ଷିତ ରଖିବାକୁ ବ୍ୟବସ୍ଥା ହୋଇଛି। ମନରେଗା ମଜୁରୀ ପ୍ରଦାନରେ ବ୍ୟାପକ ଅନିୟମିତତା ରହିଥିଲା। ଗାନ୍ଧିଜୀଙ୍କ ଗ୍ରାମ୍ୟ ସ୍ଵରୋଜଗାର ଲକ୍ଷ୍ୟ ସାକାର କରିବା ଆମର ଉଦ୍ଦେଶ୍ୟ। କୌଣସି ନାଁକୁ ବ୍ୟବହାର କରି ଫାଇଦା ନେବା ଆମ ଉଦ୍ଦେଶ୍ୟ ନୁହେଁ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିହାରରେ ୬ ହଜାର କୋଟିର ଦୁର୍ନୀତି ହୋଇଥିଲା। ଉତ୍ତରପ୍ରଦେଶରେ ୧୦ ହଜାର କୋଟିର ଦୁର୍ନୀତି। ଓଡ଼ିଶାରେ ସମ୍ବଲପୁର ୨୦୧୨ରେ କିଛି ମୃତ ଏବଂ ବର୍ଦ୍ଧକ୍ୟ ଭତ୍ତା ପାଉଥିବା ଲୋକଙ୍କୁ ବି କାମ ଦିଆଯାଇଥିଲା। ଯାହା ଦୁର୍ନୀତି ବୋଲି ସ୍ପଷ୍ଟ ହେଉଥିଲା। ତେଣୁ ନୂଆ ମିଶନରେ ଢାଞ୍ଚାଗତ ସମସ୍ୟା, ବାଟମାରଣା, ଦୁର୍ନୀତିକୁ କେମିତି ରୋକଯାଇ ପାରିବ ତାହା ମୂଳ ଲକ୍ଷ୍ୟ। ୨୦୪୭ ଲକ୍ଷ୍ୟ ରଖି ଫ୍ରେମୱାର୍କ କରାଯାଇଛି। ୧୦୦ ଦିନ ବଦଳରେ ୧୨୫ କର୍ମ ନିଯୁକ୍ତି ପାଇବା ପାଇଁ ପ୍ରବଧାନ ରହିଛି। ଉତ୍ତର ପୂର୍ବ ରାଜ୍ୟ ଗୁଡିକ ପାଇଁ ୯୦.୧୦, କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୧୦୦ ପ୍ରତିଶତ ଅନ୍ୟ ରାଜ୍ୟ ଗୁଡିକରେ କେନ୍ଦ୍ର ୬୦ ଏବଂ ରାଜ୍ୟ ୪୦ ପ୍ରତିଶତ ଦେବେ। ଜଳ ସୁରକ୍ଷା, ଗ୍ରାମାଞ୍ଚଳ ଭିତ୍ତିଭୂମି, ଜୀବିକା ଆସେଟ ଏବଂ ଜଳବାୟୁ ସୁରକ୍ଷା କ୍ଷେତ୍ରରେ କାମ କରାଯିବ। ସବୁଠୁ ବଡ଼ କଥା ହେଲା ଚାଷ ସମୟରେ କାମ ବନ୍ଦ ରହିବ। ଆଉ କେହି ବି ଠକି କି ସେହି ସମୟରେ କାମ ହେଉଛି ବୋଲି ଦୁର୍ନୀତି କରି ପାରିବେ ନାହିଁ। Ai, gps ଏବଂ ମୋବାଇଲ ଜରିଆରେ ସ୍ୱଚ୍ଛତା ଯାଞ୍ଚ କରାଯାଇ ପାରିବ।