ଦିଗପହଣ୍ଡି: ଦୁଇ ରାମାୟଣ ନାଟକରେ ଅଭିନୟ କରୁଥିବା ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ମାରପିଟ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଙ୍କୋରଡ଼ା ଗ୍ରାମରେ ଠାକୁରାଣୀ ଯାତ୍ରା ଉପଲକ୍ଷେ କଉଡିଆ ଗ୍ରାମର ରାମାୟଣ ନାଟକ ଓ ନଳିହାଡ ଗ୍ରାମର ରାମାୟଣ ନାଟକ ମଧ୍ୟରେ ବାଦି ନାଟ ଲାଗିଥିଲା। କଉଡିଆ ଗ୍ରାମର ଦଳର କିନ୍ନରମାନଙ୍କୁ ହଠାତ୍ ଆସି ବିପରୀତ ଦଳର କିନ୍ନର ମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ନଳିହାଡ ଗ୍ରାମରେ ଅଭିନୟ କରୁଥିବା ୨୦ ରୁ ଉର୍ଦ୍ଧ୍ବ କିନ୍ନର ଆସି କଉଡିଆ ଗ୍ରାମର ରାମାୟଣ ନାଟକରେ ଅଭିନୟ କରୁଥିବା କିନ୍ନରମାନଙ୍କୁ ବିଭିନ୍ନ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆହାତ ହୋଇଥିବା କିନ୍ନର ମାନେ ମେଡିକାଲରେ ଚିକିତ୍ସିତ ହୋଇ ଦିଗପହଣ୍ଡି ପୋଲିସ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ୍ ଓ ସ୍ଥାନୀୟ ତହସିଲଦାର ଯାଇ ଅଙ୍କୋରଡା ଗ୍ରାମରେ ଲାଗିଥିବା ବାଦି ନାଟ ବନ୍ଦ୍ କରିବା ସହିତ ଯାତ୍ରା ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଯୋଗ କରିଥିବା କିନ୍ନର ଗୋଷ୍ଠୀ ଥାନାରେ ହୋ ହାଲ୍ଲା କରିବା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Also Read: ପଞ୍ଚାୟତରେ ମାଳମାଳ ଦୁର୍ନୀତି, ଘଣ୍ଟ ବଜାଇ ପ୍ରଶାସନକୁ ନିଦରୁ ଉଠାଇବାକୁ ଅଭିନବ ପ୍ରତିବାଦ