ବଲାଙ୍ଗୀର: ପଞ୍ଚାୟତରେ ମାଳମାଳ ଦୁର୍ନୀତି। ଅଭିଯୋଗ ପରେ ଶୁଣିଲା ନାହିଁ ପ୍ରଶାସନ। ଏବେ ଘଣ୍ଟ ବଜାଇ ପ୍ରଶାସନକୁ ଉଠାଇବାକୁ କହି ଅଭିନବ ପ୍ରତିବାଦ। ସ୍ଥାନୀୟ ଜଣେ ଯୁବକ ଘଣ୍ଟ ବଜାଇ ବସିପଡିଲେ ପଞ୍ଚାୟତ ଅଫିସରେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବେଲପଡ଼ା ବ୍ଲକ କାର୍ଯ୍ୟାଳୟରେ।

ବେଲପଡ଼ା ବ୍ଲକ ଧୁମାଭଟା ପଞ୍ଚାୟତରେ ହୋଇଛି ଦୁର୍ନୀତି। ଗୋଟିଏ କି ଦୁଇଟି ନୁହେଁ ବରଂ ବହୁ କାରେ ମାଳ ମାଳ ଦୁର୍ନୀତି। କାମ ନ ହୋଇ ଟଙ୍କା ମଧ୍ୟ ଉଠିଛି। ଆଉ ଏହାର ତଦନ୍ତ ପାଇଁ ଦାବି କରିଥିବା ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଯେତେ। ବେଳେ ଶୁଣି ନାହାନ୍ତି ପ୍ରଶାସନ। ଏନେଇ ଆଜି ଅଭିନବ ପ୍ରତିବାଦ କରିଛନ୍ତି ସ୍ଥାନୀୟ ଜଣେ ଯୁବକ। ହାତରେ ଘଣ୍ଟ ନେଇ ପ୍ରସାସନ କୁ ଉଠାଇବା କୁ ଯାଇଛନ୍ତି ଶୋଇ ପଡିଥିବା ପ୍ରଶାସନ କି ଉଠାଇବି ବୋଲି କହି କରିଛନ୍ତି ପ୍ରତିବାଦ।

Also Read: ପ୍ରବଳ ନିଆଁ ଓ ଧୂଆଁ ସତ୍ତ୍ଵେ ୧୦ କିଲୋମିଟର ଯାତ୍ରା କଲା ଲଷ୍ମୀ ବସ୍

ସକପିଟ୍ ଦୁର୍ନୀତି, ଗୋରୁବଜାର ଦୁର୍ନୀତି, ଡ୍ରେନ ଦୁର୍ନୀତି, ରାସ୍ତା ଘାଟ, ପାନୀୟ ଜଳ, ଏମଜିଏନଆରଇ କାମ ଭଳି ସବୁଠି ଦୁର୍ନୀତି କରାଯାଇ ଥିବା ଅଭିଯୋଗ ଆଣି କରିଛନ୍ତି ଆନ୍ଦୋଳନ। ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହେଇଛି। କାମ ନ ହୋଇ ଫଲ୍ସ ବିଲ୍ କରି ଟଙ୍କା ଉଠାଯାଇଛି। ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ନ ହେବାରୁ ଆଜି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶୋଇ ରହିଥିବା ବ୍ଲକ ପ୍ରଶାସନକୁ ଘଣ୍ଟ ବଜାଇ ଜାଗ୍ରତ କରିବାପାଇଁ ଅଭିନବ ଭାବରେ ପ୍ରତିବାଦ କରିଛନ୍ତି ଯୁବ ସମାଜସେବୀ ସିପୁନ ଖମାରି।