ନୂଆଦିଲ୍ଲୀ: ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ନଭେମ୍ବର ୧ ଅର୍ଥାତ ଆଜି ଦିଲ୍ଲୀର ରାମଲୀଲା ମଇଦାନରେ ବିରୋଧୀ ମହାମେଣ୍ଟ ‘ଇଣ୍ଡିଆ’ର ବିଶାଳ ମହାରାଲି ଆୟୋଜିତ ହେଉଛି। ତେବେ ଏହା ପୂର୍ବରୁ ବଡ଼ ରାଜନୈତିକ ଘଟଣାକ୍ରମ ଦେଖିବାକୁ ମିଳିଛି। ସଭିଙ୍କ ମନରେ ଏହି ପ୍ରଶ୍ନ ଥିଲା ଯେ, ମହାମେଣ୍ଟର ମହାରାଲିରେ କକ୍ରୋଚ ଜନତା ପାର୍ଟି(CJP) ସାମିଲ୍ ହେବ କି ନାହିଁ। ଏହାକୁ ନେଇ ସ୍ଥିତି ସ୍ପଷ୍ଟ ହୋଇ ଯାଇଛି। ସଂସ୍ଥାପକ ତଥା ରାଷ୍ଟ୍ରୀୟ ସଂଯୋଜକ ଅଭିଜିତ ଦୀପକେ ନୂଆଦିଲ୍ଲୀରେ ତୃଣମୂଳ କଂଗ୍ରେସ(TMC) ସୁପ୍ରିମୋ ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା ପରେ ସବୁ ସ୍ପଷ୍ଟ କରିଛନ୍ତି।

ଦୀପକେ ନିର୍ବାଚନ ଆୟୋଗ ବିରୋଧରେ ବିରୋଧୀଙ୍କ ଅଭିଯାନକୁ ସମର୍ଥନ କରିଛନ୍ତି। ପାର୍ଟି ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ରବିବାର ରାମଲୀଲା ମଇଦାନରେ ହେଉଥିବା ରାଜନୈତିକ ଦଳଗୁଡ଼ିକର ମୁଖ୍ୟ ମଞ୍ଚରେ ସାମିଲ୍ ହେବ ନାହିଁ। ଦଳ ନିଜର ନିରପେକ୍ଷତା ଏବଂ ସ୍ଵତନ୍ତ୍ରତାର ପରିଚୟ ବଜାୟ ରଖିବ ବୋଲି ଦୀପକେ କହିଛନ୍ତି।

Also Read: କଂଗ୍ରେସକୁ ବିଜେପିର ଟାର୍ଗେଟ୍, ପଟେଲଙ୍କ ଭୋଟ୍ ଚୋରି କରି ପିଏମ ହୋଇଥିଲେ ନେହେରୁ

ସିଜେପି ଏକ ସ୍ଵତନ୍ତ୍ର ପ୍ଲାଟଫର୍ମ

ମମତା ବାନାର୍ଜୀଙ୍କୁ ଭେଟିବା ପରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଦୀପକେ କହିଛନ୍ତି, ସେ କେବଳ ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କୁ କୃତଜ୍ଞତା ଜଣାଇବା ଏବଂ ଧନ୍ୟବାଦ ଦେବାକୁ ଆସିଥିଲେ।  କାରଣ ଯେବେ ଜନ୍ତର ମନ୍ତରରେ ନିଟ୍ ପେପର ଲିକ୍ ବିରୋଧରେ ଆମର ପ୍ରଥମ ଆନ୍ଦୋଳନ ଆରମ୍ଭ ହୋଇଥିଲା, ସେହି ସମୟରେ ମମତା ଯୁବ ପିଢିଙ୍କୁ ଭରପୂର ସମର୍ଥନ ଦେଇଥିଲେ। ଯେବେ ଦିଲ୍ଲୀ ପୋଲିସ ଆମର ସାଥୀ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଗିରଫ କଲା, ସେହି ସମୟରେ ବି ଦିଦି ଆମ ସହିତ ମଜବୁତର ସହ ଛିଡ଼ା ହୋଇଥିଲେ।

ରାମଲୀଲା ମଇଦାନର ମହାରାଲିରେ ସିଜେପି ସାମିଲ୍ ହେବ କି ନାହିଁ ପ୍ରଶ୍ନ ଉପରେ ଦୀପକେ କହିଛନ୍ତି, ଆମେ ରବିବାର ହେଉଥିବା ବିରୋଧ ପ୍ରଦର୍ଶନକୁ  ପୂରା ସମର୍ଥନ  ଦେଉଛୁ। ମାତ୍ର କକରୋଚ ଜନତା ପାର୍ଟି ଏକ ସ୍ଵତନ୍ତ୍ର ସଂଗଠନ ଏବଂ ଏକ ନିରପେକ୍ଷ ପ୍ଲାଟଫର୍ମ। ତେଣୁ ଏହି ମଞ୍ଚରେ ସାମିଲ୍ ହେବ ନାହିଁ। ଆମର ନିରପେକ୍ଷତା ବଜାୟ ରଖିବୁ।

Also Read: ଭାଇ ଜଗନଙ୍କ ସହ ବିବାଦ ପରେ ଝିଅର ବାହାଘର ଭେନ୍ୟୁ ପରିବର୍ତ୍ତନ କଲେ ଓ୍ବାଇ.ଏସ୍. ଶର୍ମିଳା

ସେ କହିଛନ୍ତି ଏହି ଲଢେଇ କୌଣସି ଏକ ସଂଗଠନର ନୁହେଁ। କଥିତ ଭୋଟ ଚୋରି ବିରୋଧରେ ଲଢୁଥିବା ପ୍ରତ୍ୟେକ ଗୋଷ୍ଠୀ ଏବଂ ସଂଗଠନକୁ ସିଜେପି ସମର୍ଥନ ଦେବ। ରାଲିରେ ଯୋଗ ଦେବାକୁ ଦିଲ୍ଲୀ ପହଞ୍ଚିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଜେପି ଏବଂ ଯୁବପିଢିଙ୍କ ପ୍ରୟାସକୁ ଖୁବ୍ ପ୍ରଶଂସା କରିଛନ୍ତି।