ହାମିଲଟନ: ଏଠାରେ ସେଡନ ପାର୍କରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ଖେଳା୍ଯିବ। ସିରିଜରେ ଭାରତ ୩-୧ରେ ଅଗ୍ରଣୀ ହାସଲ କରିଥିଲେ ମଧ୍ୟ ଦିନିକିଆ ସିରିଜ୍ ପୂର୍ବରୁ ଏହି ମ୍ୟାଚ୍ ଜିତିବାକୁ ଦଳ ଲକ୍ଷ୍ୟ ରଖିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ନିଜ ମାଟିରେ ସିରିଜ୍ ହାରିଥିଲେ ମଧ୍ୟ ଶେଷ ମୁକାବିଲା ଜିତି ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ଏହି ମ୍ୟାଚରେ ଟସ ଜିତି ନ୍ୟୁଜିଲାଣ୍ଡ ଅଧିନାୟକ ପ୍ରଥମେ ବୋଲିଂ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଉଲ୍ଲେଖନୀୟ ଏହି ସିରିଜରେ କିଓ୍ଵି ଦଳ ପ୍ରଥମ ଥର ଟସ୍ ଜିତିଛି। ଏହା ପୂର୍ବରୁ ଗତ ୪ଟି ମ୍ୟାଚରେ ଭାରତ ଟିମ୍ ଟସ୍ ଜିତି ଆସୁଥିଲା।

ଆଜି ଭାରତୀୟ ଦଳ ଦୁଇଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଉଛି। ଗତ ମ୍ୟାଚରେ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଥିବା ଭୁବନେଶ୍ଵର କୁମାରଙ୍କୁ ଆଜିର ମ୍ୟାଚରେ ସୁଯୋଗ ମିଳିଛି। ୪ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଭୁବିଙ୍କ ପାଖରେ ନିଜକୁ ସାବ୍ୟସ୍ତ କରିବା ପାଇଁ ଏହା ଏକ ଶେଷ ସୁଯୋଗ ହୋଇପାରେ। କାରଣ ପ୍ରଥମ ତିନୋଟି ମ୍ୟାଚରେ ସେ ୨ ଓଭର ବାଦ୍ ଦେଲେ ଅବଶିଷ୍ଟ ୧୦ ଓଭରରେ ବେଶ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ତାଙ୍କର ବୋଲିଂ ଅତି ସାଧାରଣ ଥିଲା। ତେଣୁ ତାଙ୍କ ପାଇଁ ଆଜିର ମ୍ୟାଚ୍ ଅଗ୍ନି ପରୀକ୍ଷା ସଦୃଶ୍ୟ। ଭଲ ପ୍ରଦର୍ଶନ କଲେ ଆଗକୁ ଟିମରେ ସ୍ଥାନ ମିଳିବାର ସମ୍ଭାବନା ରହିବ। ନଚେତ୍ ଚୟନକର୍ତ୍ତା ତାଙ୍କୁ ବାଦ୍ ଦେବା ନେଇ ବିଚାର କରି ପାରନ୍ତି।

Also Read: ଇତିହାସ ରଚିଲେ କାଗିସୋ ରାବାଡ଼ା, ଦ୍ରୁତତମ ୩୫୦ ଓ୍ଵିକେଟ୍ ନେଇ କଲେ ବିଶ୍ଵ ରେକର୍ଡ

 ଅନ୍ୟପଟେ ଆହତ ସମସ୍ୟାରୁ ମୁକୁଳି ଟିମ୍ ଇଣ୍ଡିଆକୁ ଫେରିଥିବା ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତ୍ତୀ ୪ଟି ମ୍ୟାଚରେ ବେଞ୍ଚରେ ବସିବା ପରେ ଶେଷରେ ପଞ୍ଚମ ଟି-୨୦ରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ମୟଙ୍କ ଯାଦବଙ୍କ ସ୍ଥାନରେ ଭୁବନେଶ୍ଵର କୁମାର ଏବଂ ଅକ୍ଷର ପଟେଲଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିଛି। ବୈଭବଙ୍କୁ ନିୟମିତ ସଦସ୍ୟ ହେବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିପାରେ। 

ନ୍ୟୁଜିଲାଣ୍ଡ ଦଳ

ଟିମ୍ ସେଇଫର୍ଟ(ଓ୍ଵିକେଟ୍ କିପର), ଫିନ ଆଲେନ, ଡାରିଲ ମିଚେଲ୍, ଗ୍ଲେନ ଫିଲିପ୍ସ, ବେଭନ ଜାକବ୍ସ, ମିଚେଲ୍ ବ୍ରେସଓ୍ଵେଲ, ମିଚେଲ୍ ସାଣ୍ଟନର(ଅଧିନାୟକ), ନାଥନ ସ୍ମିଥ, ଆଡମ ମିଲନେ, ଜ୍ୟାକବ ଡଫି, ବ୍ଲେୟାର ଟିକନର।

ଭାରତୀୟ ଦଳ

ସଞ୍ଜୁ ସାମସନ, ଅଭିଷେକ ଶର୍ମା, ଇଶାନ କିଶନ(ଓ୍ଵିକେଟ୍ କିପର), ଶ୍ରେୟସ ଆୟର(ଅଧିନାୟକ), ତିଳକ ବର୍ମା, ନୀତିଶ କୁମାର ରେଡ୍ଡୀ, ନମନ ଧୀର, ଭୁବନେଶ୍ଵର କୁମାର, ଅର୍ଶଦୀପ ସିଂ, ପ୍ରିନ୍ସ ଯାଦବ, ବରୁଣ ଚକ୍ରବର୍ତ୍ତୀ।